ଲାଇବ୍ରେରୀ ବହି ମୋ ସ୍କୁଲ ଅଭିଯାନରେ ଯୋଗାଣ

ଜୟପାଟଣା,(ମଳୟ କୁମାର ସାହୁ):- ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ରେଙ୍ଗାଳପାଲି “ମୋ ସ୍କୁଲ ଅଭିଯାନ”ରେ ବ୍ୟାପକ ସଫଳତା ଲାଭ କରିଛି। ବିଦ୍ୟାଳୟର ପୁରାତନ ଛାତ୍ର ,ବଦାନ୍ୟ ବ୍ୟକ୍ତି ମାନେ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ପଢ଼ିବା ଦିଗରେ ଅଧିକ ଗୁରୁତ୍ୱାରୋପ କରିଛନ୍ତି।ପୁସ୍ତକ ଅଧୟନରେ ରୁଚି ରଖିବା ଓ ପୁସ୍ତକ ଜ୍ଞାନ ବଢେଇବା ପାଇ ପୁରାତନ ତଥା ବଦାନ୍ୟ ବ୍ୟକ୍ତି ସମୂହ ଏକତ୍ରିତ ହୋଇ ଲାଇବ୍ରେରୀ ପୁସ୍ତକ ଯୋଗାଇଛନ୍ତି।ପ୍ରଧାନ ଶିକ୍ଷକ ମୋ ସ୍କୁଲ ଅଭିଯାନ ମାଧ୍ୟମରେ ପୂର୍ବରୁ ଅନେକ ସଫଳ ପାଇଛନ୍ତି।ମୋ ସ୍କୁଲ କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରେଣୀ ପ୍ରକୋଷ୍ଠରେ ବସିବାର ସୁ ବ୍ୟବସ୍ଥା, ବିଶୁଦ୍ଧ ପାନୀୟ ଜଳ ,ଶ୍ରେଣୀ ପ୍ରକୋଷ୍ଠ ଗୁଡ଼ିକୁ ଉଚ୍ଚକୋଟୀର ତଥା ସାଜସଜ୍ଜା ଦିଗରେ ଅଧିକ ଧ୍ୟାନ ଦିଆଯାଇଛି। ଯାହାରି ଫଳରେ ଏକ ଉତ୍ତମ ଶିକ୍ଷଣ ପରିବେଶ ସୃଷ୍ଟି ହୋଇ ପାରିଛି।ଗତ ଶିକ୍ଷାବର୍ଷରେ ଜିଲ୍ଲା ସ୍ତରୀୟ ମୋ ସ୍କୁଲ ଅଭିଯାନର ଜିଲ୍ଲା କର୍ମଶାଳାରେ ଜୟପାଟଣା ବ୍ଲକ ରୁ ଶ୍ରେଷ୍ଠ ବିଦ୍ୟାଳୟ ଭାବେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଠାରୁ ମାନପତ୍ର ଗ୍ରହଣ କରିଥିଲା।ବିଦ୍ୟାଳୟରେ ଚଳିତ ଶିକ୍ଷା ବର୍ଷରେ 2023-24 ପାଇଁ ମୋଟ 332 ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି ।ସରକାରଙ୍କ “ମୋ ସ୍କୁଲ ଅଭିଯାନ” ଏକ ଦୂରଦୃଷ୍ଟି ସମ୍ପନ୍ନ ତଥା ବିଦ୍ୟାଳୟ ପରିବେଶକୁ ଏକ ଗୁଣାତ୍ମକ ପରିବେଶ କରିଥିବା ହେତୁ ପୁରାତନ ଛାତ୍ର ମାନଙ୍କୁ ବିଦ୍ୟାଳୟ ମୁଖୀ କରିପାରିଛି।ଗତ ୧୮.୧୨.୨୩ ରିଖ ଦିନ ପୁରାତନ ଛାତ୍ର,ଅଭିଭାବକ,ବଦାନ୍ୟ ବ୍ୟକ୍ତି,ବିଦ୍ୟାଳୟ ସଭ୍ୟ/ସଭ୍ୟା ମିଳିତ ଭାବେ ମୋଟ ୨୨୦୦ ଖଣ୍ଡ ଲାଇବ୍ରେରୀ ପୁସ୍ତକ ସର୍ବମୋଟ ମୂଲ୍ୟ ଟ.୧,୩୧,୩୦୧/_ (ଏକ ଲକ୍ଷ ଏକ ତିରିଶି ହଜାର ତିନି ଶହ ଏକ) ଟଙ୍କା ମୂଲ୍ୟର ସହାୟତା କରିଛନ୍ତି।ତନ୍ମଧ୍ୟରେ ନଳିନୀ କାନ୍ତ ପଟଯୋଷି (ବଦାନ୍ୟ ବ୍ୟକ୍ତି)ଟ.୧୦,୧୪୫/_ ଅର୍ଥର ୧୫୬ ଖଣ୍ଡ,ଉମାଶଙ୍କର ଦୀପ (,ବିଦ୍ୟାଳୟ ସଭାପତି) ୭୬ ଖଣ୍ଡ ବହିକୁ ୩,୦୭୫ ଟଙ୍କା, ଦୀପଚନ୍ଦ୍ ସାହୁ,(ପୁରାତନ ଛାତ୍ର )୬୭ ଖଣ୍ଡ ଟ.୩୬୮୦,ହେମନ୍ତ ପାଣିଗ୍ରାହୀ ,(ଭାଇରିପାଳି ଉଚ୍ଚ ବିଦ୍ୟାଳୟ ପ୍ର. ଶି.) ୫୬ ଖଣ୍ଡ ବହି ଟ.୨୯୭୦, ପ୍ରେମ ନାରାୟଣ ପଣ୍ଡା (ଗୋଷ୍ଟି ଶିକ୍ଷା ଅଧିକାରୀ ,ଜୟପାଟଣା) ୯୯ ଖଣ୍ଡ ଟ.୬୦୧୬, ଟିକେ ଚନ୍ଦ୍ର ମାଝୀ (ପୂର୍ବତନ ପ୍ରଧାନ ଶିକ୍ଷକ ତଥା ବି ଆର ସି ସି ଜୟପାଟଣା )୧୪୨ ଖଣ୍ଡ କୁ ଟ.୬,୭୩୫, ଅରବିନ୍ଦ ଶର୍ମା, (ଅଧକ୍ଷ,ମୋ ସ୍କୁଲ) ୧୧୧ ଖଣ୍ଡ ଟ.୬,୭୬୦,ଘନଶ୍ୟାମ ପ୍ରଧାନୀ,(ପୂର୍ବତନ ଛାତ୍ର)୫୮ ଖଣ୍ଡ ଟ.୨୬୧୦, ଭୋଳନାଥ ନାଏକ,ଭଗବାନ ଦିସାରି(ସଭ୍ୟ) ଉଭୟ ୯୦ ଖଣ୍ଡ ଟ.୪୯୧୭,ପୂର୍ଣ୍ଣ ଚନ୍ଦ୍ର ପଣ୍ଡା (କେ ସି କ୍ଲବ ଜୟପାଟଣା ସଭାପତି )୧୧୦ ଖଣ୍ଡ କୁ ଟ.୬,୬୫୭/,ସୁଶିଲ କୁମାର ସାହୁ,ଚନ୍ଦ୍ରିକା ପୁଝାରୀ,ରୁକ୍ମଣୀ ପୁଝାରୀ(ସଭ୍ୟ ବିଦ୍ୟାଳୟ ପରିଚାଳନା କମିଟି)ତ୍ରୟ ୧୨୪ ଖଣ୍ଡ ଟ.୫୯୫୦/, ଦୁଲ୍ଲବ ନାଏକ(,ଗ୍ରାମ୍ୟ ଗୌନ୍ତିଆ) ୫୫ ଖଣ୍ଡ ଟ.୪,୧୧୫/,ପୂର୍ଣ୍ଣମୀ ରାଉତ (,ସଭ୍ୟ) ୧୪୩ ଖଣ୍ଡ ଟ.୮,୫୪୭ /-,ଜଗମୋହନ ସାହୁ, (ପୁରାତନ ଛାତ୍ର) ୯୧ ଖଣ୍ଡ କୁ ୭୨୭୦/-, ଚିନମୟ ପ୍ରସାଦ ପ୍ରଧନୀ (ସମ୍ପାଦକ,ମୋ ସ୍କୁଲ)୨୯୭ ଖଣ୍ଡ ଟ.୧୭,୩୬୪/-,ନବକିଶୋର ନାଏକ (ପୁରାତନ ଛାତ୍ର) ୧୪୨ ଖଣ୍ଡ ଟ.୧୩,୮୬୦/- ଲାବଣ୍ୟ ବାଣୁଆ ,(ପୁରାତନ ଛାତ୍ର) ୯୪ ଖଣ୍ଡ ୪,୮୬୫/-, ଲକ୍ଷ୍ମୀ ନାରାୟଣ ଶବର,(ଅଭିଭାବକ) ୮୮ ଖଣ୍ଡ ଟ.୪,୮୮୫/-,ରମାକାନ୍ତ ମାଝୀ (ସି ଆର ସି ସି , ରେଙ୍ଗାଳପାଳି) ୧୧୯ ଖଣ୍ଡ ବହି ଟ ୬,୬୨୦/, ଟଙ୍କ ଧର ନାଏକ ,(ଅଭିଭାବକ) ୫୪ ଖଣ୍ଡ ଟ.୨,୮୯୫/-, ସନ୍ତୋଷ ନାଏକ ,(ଅଭିଭାବକ) ୨୮ ଖଣ୍ଡ ପୁସ୍ତକକୁ ଟ.୧,୩୬୫/- ମୂଲ୍ୟର ଲାଇବ୍ରେରୀ ପୁସ୍ତକ ଯୋଗାଇ ଏକ ଉଦାହରଣ ସୃଷ୍ଟି କରିଛନ୍ତି।ସମସ୍ତ ବଦାନ୍ୟ ବ୍ୟକ୍ତି ମାନଙ୍କ ଏପରି ମହତ୍ କାର୍ଯ୍ୟକୁ ପ୍ରଧାନ ଶିକ୍ଷକ ଲଲିତ କୁମାର ନାଏକ ବହୁତ୍ ବହୁତ କୃତଜ୍ଞତା ଜ୍ଞାପନ କରିଥିଲେ। ଆସନ୍ତା ଜାନୁଆରୀ ୨୦୨୪ ପ୍ରଥମ ସପ୍ତାହରେ ଆଉ କିଛି ବଦାନ୍ୟ ବ୍ୟକ୍ତି ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଛାତ୍ର ଛାତ୍ରୀ ଙ୍କୁ ବିଭିନ୍ନ ସାମଗ୍ରୀ ଯୋଗେଇବାକୁ ପ୍ରତିଶ୍ରୁତି ମିଳିଥିବାର ସୂଚନା ପ୍ରଧାନ ଶିକ୍ଷକ ଦେଇଥଲେ।ଆସନ୍ତା ଜାନୁଆରୀ ନେତାଜୀ ଜୟନ୍ତୀ ଅବସରରେ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବ,ତେଣୁ ଛାତ୍ର ଛାତ୍ରୀ ମାନେ ବହୁତ୍ ଉତ୍ସାହିତ ଥିବାର ଦେଖିବାକୁ ମିଲିଛି। ଏତତ ବ୍ୟତୀତ ବିଦ୍ୟାଳୟରେ ୩ ଜଣ ଯୁବତୀ ଗତ ଦୁଇ ବର୍ଷରୁ ସ୍ଵେଚ୍ଛାକୃତ ଭାବେ ଶିକ୍ଷଣ କାର୍ଯ୍ୟ ବିଦ୍ୟାଳୟରେ ପ୍ରଦାନ କରୁଛନ୍ତି।ସ୍ବେଚ୍ଛାସେବୀ ଧରିତ୍ରୀ ଦାସ,ନିବେଦିତା ବାଣୁଆ, ଦିବ୍ୟ ସେନୀ ଦୂର୍ଗା ନିୟମିତ ଶିକ୍ଷଣ କାର୍ଯ୍ୟରେ ସହାୟକ କରୁଛନ୍ତି।