ଢେଙ୍କାନାଳ,୨୧/୧୨(ଶୁଭମ ପାଣି): ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ ସରସ୍ୱତୀ ଶିଶୁ ମନ୍ଦିର ଗେଙ୍ଗୁଟିଆର ୨୫ତମ ବାର୍ଷିକ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ପରିଚାଳନା ସମିତିର ସଭାପତି ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଦୀବନ୍ଧୁ ମଲ୍ଲିକ ସଭାପତିତ୍ୱ କରିଥିଲେ । ବିଦୟାଳୟର ପ୍ରଧାନ ଆଚାର୍ଯ୍ୟ ପ୍ରଭାତ କୁମାର ମିଶ୍ରଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମ କିପରି ସରସ ସୁନ୍ଦର ହୋଇପାରିବ ସେ ମାର୍ଗଦର୍ଶନ କରିଥିଲେ । ଏହି ଅବସରରେ ଓଡିଶା ସରକାରଙ୍କ ଖଣି, ଇସ୍ପାତ ଓ ପୂର୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ମୁଖ୍ୟବକ୍ତା ଭାବେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଜିଲ୍ଲା କାର୍ଯ୍ୟବାହ ଶସିକାନ୍ତ ଦାସ, ସଦର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆୟୁଷୀ ମହାପାତ୍ର ଉପସ୍ଥିତ ରହି ଶିକ୍ଷା ଓ ଶିକ୍ଷାୟତନର ଜାତୀୟ ଶିକ୍ଷାନୀତି ୨୦୨୦ ଉପରେ ଆଧାରିତକୁ ଆଧାର କରି ମାର୍ଗଦର୍ଶନ କରିଥିଲେ । କାର୍ଯ୍ୟକ୍ରମର ବିଶେଷାଙ୍କ ମଧ୍ୟରେ ଅତିଥି ସ୍ୱାଗତ, ପ୍ରଦୀପ ପ୍ରଜ୍ୱଳନ, ସ୍ୱାଗତ ସଙ୍ଗୀତ, ସ୍ୱାଗତ ଭାଷଣ, ଅତିଥି ପରିଚୟ, ମୁଖ୍ୟ ଅତିଥିଙ୍କ ଅଭିଭାଷଣ, ବିଦ୍ୟାଳୟର ବାର୍ଷିକ ବିବରଣୀ ପଠନ, ପୁରସ୍କାର ବିତରଣ ଉତ୍ସବ, ଧନ୍ୟବାଦ ଅର୍ପଣ ସହିତ ବିଦ୍ୟାଳୟର କୁନି କୁନି ଭାଇଭଉଣୀଙ୍କ ଦ୍ୱାରା ଆୟୋଜିତ ସାଂସ୍କୃତିକ ରଙ୍ଗମଂଚ କାର୍ଯ୍ୟକ୍ରମ ଅତି ମନମୁଗ୍ଧକର, ଚିତାକର୍ଷକ ଓ ଆକର୍ଷଣୀୟ ହୋଇଥିଲା । ଏଥିରେ ଶିଶୁ ମନ୍ଦିରର କାର୍ଯ୍ୟରତ ୨୫ଜଣ ଗୁରୁଜୀ, ଗୁରୁମା, ସେବିକା ଏବଂ ବିଦ୍ୟାଳୟର ଶୁଭଚିନ୍ତକ ଓ ଶୁଭେଚ୍ଛୁ, ଉପଦେଷ୍ଟା ମଣ୍ଡଳୀ, ବିଦୁ୍ୟତ୍ ପରିଷଦ, ପରିଚାଳନା ସମିତିର ସଂପାଦକ, କ୍ଷୁଦ୍ର ଶିଳ୍ପ ଉଦ୍ୟୋଗୀ, ଗ୍ରାମ୍ୟ କମିଟି ସଭାପତି, ମୋ ସ୍କୁଲ୍ ଅଭିଯାନର ଅଧ୍ୟକ୍ଷ ରମେଶ ଚନ୍ଦ୍ର ରାଉତ ଆଗାମୀ ଦିନରେ ଉଚ୍ଚଶିକ୍ଷାଦାନ, ସଂସ୍କୃତି ସଂପନ୍ନ ଶିକ୍ଷା ଅନୁଷ୍ଠାନ ରୂପେ ଢେଙ୍କାନାଳ ଜିଲ୍ଲାରେ ଅଗ୍ରଣୀ ଅନୁଷ୍ଠାନ ରୂପେ ଆଗେଇ ନେବାକୁ କହିଛନ୍ତି । ପରିଶେଷରେ ଏହି କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିବାରେ ଯେଉଁମାନେ ସହଯୋଗ କରିଛନ୍ତି ସେମାନଙ୍କୁ ସାଧୁବାଦ ଜଣାଇଛନ୍ତି । ଶେଷରେ ଅଶାନ୍ତ ରାଉତ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି ।