ଗୁଣପୁର,(ସିଦ୍ଧାର୍ଥ ଦାସ) : ଗ୍ରାମାଞ୍ଚଳରେ ପଢ଼ୁଥିବା ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ଖେଳୁଆଡ଼ ମନୋଭାବ ବୃଦ୍ଧି ନିମନ୍ତେ ବଣ ପାହାଡ଼ ଘେରା ଗୁଣପୁର ବ୍ଲକ୍ ଅନ୍ତର୍ଗତ ନେତାଜୀ ଉଚ୍ଚ ବିଦ୍ୟାଳୟ , ଚିନାସାରି ଠାରେ ବାର୍ଷିକ କ୍ରୀଡ଼ା ସମାବେଶ ଆଜି ଆରମ୍ଭ କରାଯାଇଛି . ଗ୍ରାମ ଦେବୀ ମନ୍ଦିର ରୁ ମଶାଲ ଶୋଭାଯାତ୍ରା ରେ ବାହାରି ଆଜି ଆରମ୍ଭ ହୋଇଥିବା କ୍ରୀଡା ଉତ୍ସବ 3 ଦିନ ଧରି ଜାରି ରହିବ। ଏହି କ୍ରୀଡ଼ା ସମାବେଶରେ ବିଭିନ୍ନ ଅଲମ୍ପିକ ଖେଳ ଯଥା ଛାତ୍ର ମାନଙ୍କ ନିମନ୍ତେ ଦୌଡ଼ , ଲମ୍ବ ଡିଆଁ , ଉଚ୍ଚ ଡିଆଁ , ଶୋର୍ଟ ଫୁଟ , ଡିସ୍କସ , ଜବଲିଙ୍ଗ , କବାଡି ଛାତ୍ରୀ ମାନଙ୍କ ନିମନ୍ତେ ଦୌଡ଼ , ଲେମ୍ବୁ ଚାମଚ , ଅଖା ଡିଆଁ ଇତ୍ୟାଦି ଖେଳ ଗୁଡିକ କରାଯଇବା ନେଇ ପ୍ରସ୍ତୁତି ହୋଇଛି । ଏହି କ୍ରୀଡ଼ା ଉତ୍ସବ ପ୍ରଧାନ ଶିକ୍ଷୟତ୍ରି ଶ୍ରୀମତୀ ଇନ୍ଦିରା ମହାପାତ୍ର ଓ କ୍ରୀଡାଙ୍ଗଦ ଦାୟିତ୍ବ ରେ ଥିବା ଶିକ୍ଷକ ଘନଶ୍ୟାମ ବେହେରା ଙ୍କ ତତ୍ୱାବଧାନରେ କ୍ରୀଡ଼ା ସବୁ ଚାଲିଛି . ଏହି କ୍ରୀଡ଼ା ସମାବେଶରେ ନେତାଜୀ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଘାସିରାମ ରଥ , ବିଦ୍ୟାଳୟ ର କିରାଣୀ ବିଶ୍ଵନାଥ ପାଢ଼ୀ , ଶିକ୍ଷକ ଉମା ଶଙ୍କର ଦାଶ , ସହାୟକ ପ୍ରକାଶ ରାଉତ , ସୁନିତ ଶବର , ରବୀନ୍ଦ୍ର ପ୍ରଧାନୀ , ଭବାନୀ ଶଙ୍କର ବେହେରା ପ୍ରମୁଖ ଏହି କ୍ରୀଡା ସମୂହ ପରିଚାଳନା କରୁଛନ୍ତି ।