ଢେଙ୍କାନାଳ,୧୬ା୧୨(ଶୁଭମ ପାଣି) : ଢେଙ୍କାନାଳ ସଦର ବ୍ଲକ୍ର ଓଷ୍ଟା ଆୟୋଜନରେ ଶିଶୁ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି । ସ୍ଥାନୀୟ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ଢେଙ୍କାନାଳ ଠାରେ ବ୍ଲକ୍ର ବିଭିନ୍ନ ସ୍କୁଲ୍ରୁ ପ୍ରାୟ ୧୦୦ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ଉକ୍ତ ଉତ୍ସବରେ ଅଂଶଗ୍ରହଣ କରିଥିଲେ । ଉଦ୍ଘାଟନୀ ସଭାରେ ଓଷ୍ଟାର ବରିଷ୍ଠ ଉପଦେଷ୍ଟା ସରୋଜକାନ୍ତ ଦାଶ ସଭା ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଓଷ୍ଟା ସଂଘର ସଂପାଦକ ବିଭୁତି ସାମଲ ଯୋଗଦାନ କରି ପିଲାମାନଙ୍କର ଅନ୍ତର୍ନିହିତ ପ୍ରତିଭା କିଭଳି ବିକଶିତ ହେବ, ତତ୍ ସଂପର୍କେ ଜଣାଇଥିଲେ । ଅନ୍ୟ ଉପଦେଷ୍ଟା ପ୍ରଶାନ୍ତ କୁମାର ଧଳ ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ବ୍ଲକ୍ ସଂପାଦକ ଲିଙ୍ଗରାଜ ବେହେରା ସମସ୍ତ କାର୍ଯ୍ୟର ଆୟୋଜନ କରିଥିଲେ । ସଂପୃକ୍ତ ବିଦ୍ୟାଳୟର ଅଧ୍ୟକ୍ଷ ଅଜୟ କୁମାର ବଳ ପୂର୍ଣ୍ଣ ସହଯୋଗ କରିଥିଲେ । ଜିଲ୍ଲାସ୍ତରୀୟ ଶିଶୁମେଳା ପାଇଁ ପ୍ରଥମ ସ୍ଥାନରେ ୧୦ଜଣ ଏବଂ ଦ୍ୱିତୀୟ ସ୍ଥାନରେ ୧୦ଜଣ, ସମୁଦାୟ ୨୦ଜଣ ଛାତ୍ରଛାତ୍ରୀ ମନୋନିତ ହୋଇଛନ୍ତି । ଚିତ୍ରାଙ୍କନ, ସାଧାରଣ ଜ୍ଞାନ, କୁଇଜ୍, ଏକକ ନୃତ୍ୟ, ଏକକ ଅଭିନୟ, କବିତା, ଗଳ୍ପ ଲିଖନ, ଆବୃତି ଏବଂ କଣ୍ଠ ସଙ୍ଗୀତ ବିଭାଗ ଗୁଡିକରେ ଅଂଶଗ୍ରହଣ କରିଥିଲେ । ଶିକ୍ଷକ ଶିକ୍ଷୟିତ୍ରୀମାନେ ଉକ୍ତ ବିଦ୍ୟାଳୟର ପୂର୍ଣ୍ଣ ସହଯୋଗ କରିଥିଲେ । ସୁଦର୍ଶନ ମାଟି, ସଂଯୁକ୍ତା ଶରଣ, ପ୍ରେମାନନ୍ଦ ଜେନା, ପ୍ରଭାତ କୁମାର ମିଶ୍ର, ପୀତବାସ ଷଡଙ୍ଗୀ, ବାବୁଲି ସାର୍ ପ୍ରମୁଖ ଛାତ୍ରଛାତ୍ରୀଙ୍କର ପ୍ରଦର୍ଶିତ ପ୍ରତିଭାର ମୂଲ୍ୟାୟନ କରିଥିଲେ । ଶେଷରେ ସଦର ବ୍ଲକ୍ ସଂପାଦକ ଲିଙ୍ଗରାଜ ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ ।