କୋଳନରା ଠାରେ ବ୍ଲକ ସ୍ତରୀୟ ଚଇତି କାର୍ଯ୍ୟକ୍ରମ ଅନୁଷ୍ଠିତ

ରାୟଗଡା,(ଅମୁଲ୍ୟ ନିଶ) : କଳା, ସଂସ୍କୃତି, ପରମ୍ପରା ଓ ଐତିହ୍ୟ ର ର ଲୋକ ପର୍ବ ବ୍ଲକ ସ୍ତରୀୟ ଚଇତି 2023 ଆଜି ଅତିଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି l ଆଜି ଠିକ 10 ଘଂଟିକା ସମୟରେ ସ୍ଥାନୀୟ ଗୋଷ୍ଠି ଉନୟନ ଅଧିକାରୀ ରୀନା ପ୍ରଧାନ, ବ୍ଲକ ଅଧକ୍ଷା ସଂଯୁକ୍ତା କୁଲେସିକା ନଦୀରେ ପୂଜା ଅର୍ଚନା କରି କଳସ ଭରା ପାଣି ମା ମଝିଗୋରୀ ଙ୍କ ମନ୍ଦିର କୁ ଶତାଧିକ ଜନସାଧାରଣ ଙ୍କ ଗହଂଣ ରେ ଅଣାଥିଲେ l ସେହିଠାରେ ମନ୍ଦିର ର ପୂଜକ ଙ୍କ ଦ୍ୱାରା ପୂଜା ଅର୍ଚନା କରିବା ସହିତ ମାଁ ଙ୍କ ଆଜ୍ଞା ମାଳ ଓ ପଣିଭରା କଳସ କୁ ପାରମ୍ପରିକ ଆଦିବାସୀ ନୃତ୍ୟ, ସଂକ୍ରିତନ ମଣ୍ଡଳୀ, ଓ ହଜାର ହଜାର ମହିଳା ଓ ପୁରୁଷ ଙ୍କ ନାଚ ଗୀତ ମାଧ୍ୟମରେ ଚଇତି ମଣ୍ଡପ ପଡିଆ କୁ ଅଣାଯାଇଥିଲା l ଚଇତି ମଣ୍ଡପ ଠାରେ ରାୟଗଡା ବିଧାୟକ କଳସ ଗ୍ରହଣ କରିବା ସହିତ ରିବନ କାଟି ଅନୁଷ୍ଠାନିକ ଭାବେ ବ୍ଲକ ସ୍ତରୀୟ ଚଇତି ପର୍ବ କୁ ଉଦଘାଟନ କରିଥିଲେ l ପରେ ଚଇତି ମଣ୍ଡପ ଠାରେ ଭଗବାନ ଗଣେଶ ଙ୍କ ଠାରେ ପ୍ରଦୀପ ପ୍ରଜ୍ୱଳନ କରି ସାଂସ୍କୃତିକ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ l ବ୍ଲକ ର ବିଭିନ୍ନ ସ୍କୁଲ ଓ ଭିନ୍ନ ଭିନ୍ନ ଗ୍ରାମ ରୁ ଆସୁଥିବା କଳାକାର ନିଜର ନୃତ୍ୟ ପରିବେଷଣ କରିଥିଲା l କିନାରୀମୋଡା ର କୁନି କୁନି ଦୁଇ ପିଲାଙ୍କ ନୃତ୍ୟ ଜନସାଧାରଣ ଙ୍କ ମନ ମହିଥିଲା l ପରେ ପରେ ଆଜିର ମୁଖ୍ୟଅତିଥି ମାନ୍ୟବର ମନ୍ତ୍ରୀ ଜଗନ୍ନାଥ ସାରକା ଆଦିବାସୀ ଜାତି ଜନଜାତି ତଥା ପଛୁଆ ବର୍ଗ ଉନୟନ ଓ ଆଇନ ବିଭାଗ ପହଂଚି ବିଭିନ୍ନ ବିଭାଗ ର ଖୋଲାଯାଇଥିବା ଷ୍ଟାଲ କୁ ଉଦଘାଟନ କରିଥିଲେ l ଉପସ୍ଥିତ ଜନସାଧାରଣ ଙ୍କୁ ଉଦବୋଧନ ଦେଇ ମନ୍ତ୍ରୀ କହିଥିଲେ ଯେ ରାୟଗଡା ଜ଼ିଲ୍ଲା ର କଳା, ସଂସ୍କୃତି ଓ ପରମ୍ପରା କୁ ଚଇତି ଉଦଜୀବିତ କରିବାରେ ସହାୟକ ହୋଇପାରିଛି ବୋଲି କହିଥିଲେ l ଆଜିର ଏହି କାର୍ଯ୍ୟକ୍ରମ ରେ ଅନ୍ୟତମ ଅତିଥି ଭାବେ ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ସୁଧୀର ଦାସ, ଜ଼ିଲ୍ଲା ଚଇତି କାର୍ଯ୍ୟକ୍ରମ ର ନୋଡାଲ ଅଧିକାରୀ ଡକ୍ଟର ଦୟାନିଧି ବାଘ,କୋଳନରା ଜ଼ିଲ୍ଲା ପରିଷଦ ସଭ୍ୟ ଇପିଲି ଧବଳେଶ୍ୱର ନାଇଡ଼ୁ, ବଡଖିଲାପୋଦର ସରପଞ୍ଚ ମାଦା ରାଓ କୋଣ୍ଡଗିରି, ଚନ୍ଦ୍ରଶେଖର ନାଇଡ଼ୁ, ଜି ରବିକୁମାର, ଇମ୍ଫା କାରଖାନା ର ଲୋକସମ୍ପର୍କ ଅଧିକାରୀ ଶକ୍ତି ପାଣିଗ୍ରାହୀ, ଥେରୁବାଲି ସମିତି ସଭ୍ୟ , ଅଶୋକ ହିକକା, ଖେଦାପୋଡ଼ା ସରପଞ୍ଚ ନରସିଂହ କୀଲାକା ବିଭିନ୍ନ ପଂଚାୟତ ର ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ବ୍ଲକ ର ବିଭିନ୍ନ ସ୍କୁଲ ର ଛାତ୍ର ଛାତ୍ରୀ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ l ଶିକ୍ଷକ ପ୍ରଦୀପ ନାୟକ ମଞ୍ଚ ପରିଚାଳନା କରିଥିଲେ l