ବିକଶିତ ଭାରତ ସଂକଳ୍ପ ଯାତ୍ରା ସଚେତନତା ରଥ ଶୁଭାରମ୍ଭ

ଢେଙ୍କାନାଳ :28/11(ଶୁଭମ ପାଣି)- ଆଜି ପୂର୍ବାହ୍ନରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ସଚେତନତା ରଥର ଶୁଭାରମ୍ଭ ହେଇଛି l ଏହି ସଚେତନତା ରଥକୁ ଜିଲ୍ଲାପାଳ ଶ୍ରୀ ମନୋରଞ୍ଜନ ମଲ୍ଲିକ ପତକା ଦେଖାଇ ଶୁଭାରମ୍ଭ କରିଛନ୍ତି l କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରାୟୋଜିତ ଏହି ସଚେତନତା ରଥ ସରକାରଙ୍କ ପ୍ରମୁଖ ଜନହିତକର ଉନ୍ନୟନମୂଳକ ଯୋଜନା ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଇବ l ଦୁଇଟି ସଚେତନତା ରଥ ଜିଲ୍ଲାର ସମସ୍ତ ଅଞ୍ଚଳ 2ମାସ ବୁଲିବ l ଏହି ଶୁଭାରମ୍ଭ ସମୟରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଜ୍ୟୋତି ଶଙ୍କର ସାହୁ, ଜିଲ୍ଲା ପରିଷଦ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ l