ମୁଖିଗୁଡ଼ା, ଜୟପାଟଣା:(ଅରୁଣ କୁମାର ସାହୁ):-ବିଜେପିର ବ୍ଲକ ଘେରାଉ ରାଜ୍ୟବ୍ୟାପୀ ବିଜେପିର ଜନ ଆକ୍ରୋଶ ଆନ୍ଦୋଳନ ଆରମ୍ଭ ହୋଇଛି । ଆଜି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଘେରାଉ କରିଥିଲା ବିଜେପି । ପ୍ରଥମେ ବିଜେପି କର୍ମୀମାନେ ଦୂର୍ଗା ମନ୍ଦିର ନିକଟରୁ ଏକ ବିରାଟ ପଦଯାତ୍ରାରେ ଆସି ବ୍ଲକ୍ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସମଗ୍ର ରାଜ୍ୟରେ ହେଉଥିବା ଦୁର୍ନୀତି, ଭ୍ରଷ୍ଟାଚାର, ପି ସି ,କାରବାର ଆଦି ଅନୀତି କର ଘଟଣାରେ ରାଜ୍ୟ ସରକାରଙ୍କୁ ଦାୟୀ କରି ଏହି ଆକ୍ରୋଶ ଆନ୍ଦୋଳନ ଜାରି ରଖିଛି ବିଜେପି । ସରକାରଙ୍କ ମିଛ ବିକାଶ ପ୍ରଚାର ଅଭିଯୋଗ କରି ବ୍ଲକ୍ ଓ ପଞ୍ଚାୟତ ସ୍ତରରେ ଗର୍ଜନ କରୁଛି ବିଜେପି । ବେକାରୀ ସମସ୍ୟାରୁ ପିସି କାରବାର, ଆଇନ ଶୃଙ୍ଖଳାରୁ ନେଇ ଆବାସ ଯୋଜନା ରେ ଦୁର୍ନୀତିର ଲମ୍ବା ଚିଠା ରଖି ଆନ୍ଦୋଳନ କରି ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି । ଏହି ବିକ୍ଷୋଭ ସଭା ରେ ନୂତନ ଜିଲ୍ଲା ର ସଭାପତି ଆର୍ତ୍ତତ୍ରାଣ ମହାପାତ୍ର,ବିଧାୟକ ପ୍ରାର୍ଥୀ ରମେଶ ମାଝୀ, ପୂର୍ବତନ ମନ୍ତ୍ରୀ-ହିମାଂଶୁ ମେହେର, ପୁର୍ବତନ ସାଂସଦ -ଅର୍କକେଶରୀ ଦେଓ,ବରିଷ୍ଠ ନେତା ଭବେନ୍ଦ୍ର ପଣ୍ଡା, ଯୁବମୋର୍ଚ୍ଚା ଜିଲ୍ଲା ସଭାପତି-ବିଜୟ ଦେବ ସାହୁ, କେନ୍ଦ୍ରୀୟ ଯୁବନେତା-ଦୀପ ଜ୍ୟୋତି ମୁଣ୍ଡ, ଉଆଁସୁ ବିଶ୍ଵାଳ,ବୈଦ୍ୟନାଥ ଠାକୁର,ବିମୁଗ୍ଧ ପଣ୍ଡା ତଥା ଅନେକ ବିଜେପିର ନେତା ଓ କର୍ମୀ ଯୋଗ ଦେଇଥିଲେ ।