ଜୟପାଟଣା, ମୁଖୀ ଗୁଡ଼ା (ଅରୁଣ କୁମାର ସାହୁ) :- ପ୍ରତିବର୍ଷ ନଭେମ୍ବର ୧୬ ତାରିଖକୁ ଜାତୀୟ ପ୍ରେସ ଦିବସ ଭାବେ ପାଳନ କରାଯାଏ। ଏହା ସମସ୍ତ ଗଣମାଧ୍ୟମ ପାଇଁ ନିଶ୍ଚିତ ଭାବେ ଗୌରବ ର ଦିନ ।ସାଧାରଣ ଜନତାଙ୍କର ସ୍ବର ଗଣମାଧ୍ୟମ । ତେଣୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କୁହାଯାଏ । ସରକାର ଓ ଲୋକଙ୍କ ମଧ୍ୟରେ ସମ୍ପର୍କର ସେତୁ ଭାବେ ଗଣମାଧ୍ୟମ ପ୍ରମୁଖ ଭୂମିକା ନିଭାଏ । ଆଜି ଏହି ଗଣମାଧ୍ୟମ ପାଇଁ ଦିନଟିଏ ଅର୍ଥାତ୍ ଜାତୀୟ ପ୍ରେସ ଦିବସ ୧୯୬୬ ମସିହା ନଭେମ୍ବର ୧୬ ତାରିଖରେ ‘ଦି ପ୍ରେସ କାଉନସିଲ ଅଫ ଇଣ୍ଡିଆ’ ସ୍ଥାପିତ ହୋଇଥିଲା । ଏହି ଦିନଟିକୁ ଜାତୀୟ ପ୍ରେସ ଦିବସ ଭାବେ ପାଳନ କରାଯାଉଛି । ଗଣମାଧ୍ୟମ ଓ ସାମ୍ବାଦିକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ସହ ଦୂରୁପଯୋଗକୁ ନିୟନ୍ତ୍ରଣ କରିବା ଦିଗରେ ଗୁରୁଦାୟିତ୍ବ ବହନ କରିଥାଏ ଏହି କାଉନସିଲ । କାଉନସିଲ ଗଠନର ମୁଖ୍ୟ ଉଦ୍ଦେଶ୍ୟ ହେଲା, ଗଣମାଧ୍ୟମକୁ ସୁରକ୍ଷା ଦେବା ଓ ଖବରର ମାନକୁ କ୍ଷୁର୍ଣ୍ଣ ନ ହେବାକୁ ଦେବା ।ମୁକ୍ତ ଗଣମାଧ୍ୟମ ସୁସ୍ଥ ଗଣତନ୍ତ୍ରର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଥାଏ । ତେଣୁ ଏହି ପବିତ୍ର ଦିବସ କୁ ଜୟପାଟଣା ବ୍ଳକ ଅଧିନସ୍ଥ ରଣମାଲ ମଣ୍ଡି ପ୍ରାଙ୍ଗଣ ରେ କଳାହାଣ୍ଡି ଏସୟୁଜେ କଳାହାଣ୍ଡି ଶାଖା ପକ୍ଷରୁ ଜିଲ୍ଲାସ୍ତରୀୟ ଜାତୀୟ ସାମ୍ବାଦିକ ଦିବସ ମହାସମାରୋହରେ ପାଳିତ ହୋଇଛି। କଜେୟୁ ଜିଲ୍ଲା ସଭାପତି ମହମ୍ମଦ ଅଲ୍ଲୀ ଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜୟପାଟଣା ବ୍ଳକ ଅଧ୍ୟକ୍ଷ ଥବିର ବାଗ, ମୁଖ୍ୟବକ୍ତା ଭାବରେ ଏସୟୁଜେ ରାଜ୍ୟ ଉପସଭାପତି ଦୁଷ୍ମନ୍ତ କୁମାର ପଣ୍ଡା ଯୋଗଦେଇ ଥିଲେ। କେଜେୟୁ ଜିଲ୍ଲା ସାଧାରଣ ସମ୍ପାଦକ ଜଗମୋହନ ପଟ୍ଟନାୟକ, ଭେଜିଗୁଡା ସରପଞ୍ଚ ଯଦୁମଣି ସାହୁ, ରଣମାଲ ପ୍ୟାକ୍ସ ସମ୍ପାଦକ ଯୁବରାଜ ବାଗ, ଯଶୋବନ୍ତ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ହୋଇଥିଲେ। ପ୍ରଥମେ ଅତିଥିମାନେ ମଞ୍ଚାସୀନ ହେବାପରେ ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କର ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ପୂଜାର୍ଚ୍ଚନା କରାଯାଇଥିଲା।
ପରେ ସାମ୍ବାଦିକ ମାନଙ୍କୁ ଜିଲ୍ଲା ସଭାପତି ଶପଥ ପାଠ କରାଇଥିଲେ, ଏବଂ ଗଣମାଧ୍ୟମର ସୁରକ୍ଷା ଓ ଦାୟୀତ୍ବବୋଧ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଜୟପାଟଣା ବ୍ଲକ ଅଧ୍ୟକ୍ଷ ଥବିର ବାଗଙ୍କୁ ମାନ ପତ୍ର ସହ ସମ୍ବର୍ଦ୍ଧନା ଦିଆଯାଇଥିଲା। ସେହିପରି ସାମ୍ବାଦିକ ରଜନୀ ଛତ୍ରିଆ, ହିରଣ୍ୟ ବେହେରା, ଅରୁଣ କୁମାର ସାହୁ, ନିରଞ୍ଜନ ଛତ୍ରିଆ, ଶରତ ପ୍ରଧାନୀ, ମହମ୍ମଦ ଇଲାହୀ ଓ ହରିହର ଛତ୍ରିଆ ପ୍ରମୁଖଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ସ୍ବାଗତ ଭାଷଣ ଓ ଅତିଥି ପରିଚୟ ସାମ୍ବାଦିକ ହିରଣ୍ୟ ବେହେରା ପ୍ରଦାନ କରିଥିବାବେଳେ କେଜେୟୁ ଜିଲ୍ଲା ସାଧାରଣ ସମ୍ପାଦକ ଚକ୍ରଧର ବେଶ୍ରା ମଞ୍ଚକୁ ପରିଚାଳନା କରିଥିଲେ। ସାମ୍ବାଦିକ ରଜନୀ ଛତ୍ରିଆ, ଜଗଦୀଶ ନାଏକ, ତୁଲାରାମ ବେହେରା, ରାମ ଚନ୍ଦ୍ର ସେନାପତି, ଶ୍ୟାମ ସୁନ୍ଦର ଅଗ୍ରୱାଲ, ପରମାନନ୍ଦ ଛତ୍ରିଆ, କୁଞ୍ଜବନ ଛତ୍ରିଆ, ଅମଜାଦ ଖାଁ ନ ,ହର୍ଷ ପାଣିଗ୍ରାହୀ, ଜୟରାମ ଛତ୍ରିଆ, ଦିବ୍ୟ ନାଗ, ବାସୁଦେବ ଛତ୍ରିଆ, ପୁରୁଷୋତ୍ତମ ସିଂ ରାଜପୁତ, ଦେବେନ୍ଦ୍ର ସାଗର, ଦିଗାମ୍ବର ନାଗ, ଟଙ୍କ ବିହାରୀ,ଯୋଗେନ୍ଦ୍ର ପ୍ରସାଦ ବାରିକ, ଶ୍ୟାମସୁନ୍ଦର ମାଝୀ, ଟିକଚନ ବାଗ, ବରିଷ୍ଠ ସାମ୍ବାଦିକ ରଘୁମଣି ପୁଝାରୀ ସମେତ କୋକସରା, ଜୟପାଟଣା, ଧର୍ମଗଡ଼, ଗୋଲାମୁଣ୍ଡା, ଜୁନାଗଡ଼, ଭବାନୀପାଟଣା ଆଦି ସ୍ଥାନରୁ ଶତାଧିକ ସାମ୍ବାଦିକ ଯୋଗଦେଇ ଥିଲେ।