ସରକାରଙ୍କ ଶ୍ରମିକ ମାରଣନୀତି ବିରୋଧରେ ସାମ୍ବାଦିକ ସମ୍ମିଳନୀ ।

ବ୍ରହ୍ମପୁର:୧୩/୧୧(ଶ୍ରୀକାନ୍ତ କୁମାର ବେହେରା):-ବିଭିନ୍ନଦଫା ଦାବି ଯଥା ପ୍ରଥମ-ଠିକା ଏବଂ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ସର୍ବନିମ୍ନ ମଜୁରୀ ମାସିକ 28ହାଜର ଟଙ୍କାକୁ ବୃଦ୍ଧି,ଦ୍ୱିତୀୟ-ସମସ୍ତ ଅସଂଘଠିତ ଏବଂ ସ୍କିମ କର୍ମଚାରୀ(ଅଙ୍ଗନୱାଡି ଏବଂ ଆଶାକର୍ମି)ଦରମା ବୃଦ୍ଧି ସହ ସାମାଜିକ ସୁରକ୍ଷା ଏହାସହ ତୃତୀୟ-ରାଷ୍ଟ୍ରୟତ ଉଦ୍ୟଗୀ ଘରୋଇକରଣ ବିରୋଧରେ ଏହାସହ ପାଖାପାଖି 8ଦଫା ଆନ୍ଦୋଳନକୁ ତୀବ୍ରତର କରିବ ଭାରତୀୟ ମଜଦୂର ସଂଘ।ସରକାରଙ୍କ ଶ୍ରମିକ ମାରଣା ନୀତି ବିରୁଦ୍ଧରେ ଆସନ୍ତା ନଭେମ୍ବର 15ତାରିଖରେ ଭୁବନେଶ୍ୱେର ଠାରେ ଏକ ବିଶାଳ ସମାବେଶ କରି ସରକାରଙ୍କ ଶ୍ରମ ମରଣ ନୀତି ବିରୁଦ୍ଧରେ ଘେରାଉ କର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ଭାରତିୟ ମଜଦୂର ସଂଘ ଦ୍ୱାରା ପରିଚାଳିତ ସମସ୍ତ ଶ୍ରମିକସଂଗଠନ ମାନଙ୍କୁ ଭୁବନେଶ୍ୱର ଯିବା ପାଇଁ ବହୁ ସଂଖ୍ୟାରେ ନିବେଦନ ସଂଘ ପକ୍ଷରୁ ବ୍ରହ୍ମପୁର ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି।ଭାରତୀୟ ମଜଦୂର ସଂଘ ଡାକରାରେ ଗଞ୍ଜାମ ଜିଲ୍ଲାର ସମସ୍ତ ସହନୁବନ୍ଧିତ ସଂଗଠନ ଯଥା ଅଙ୍ଗନବାଡ଼ି, ଆଶା, IREL, Motor କର୍ମଚାରୀ,ମତ୍ସ୍ୟ ସଂଗଠନ, ପାଚିକା ଦିଦି ସଂଗଠନ,ଠିକା ଶ୍ରମିକ ସଂଗଠନ ,ଅସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଓ ଅନ୍ୟାନ୍ୟ ଶ୍ରମିକ ଭାଇ ଭଉଣୀ ମାନଙ୍କୁ ଆସନ୍ତା ନଭେମ୍ବର୧୫ ତାରିଖ ଦିନ ୧୦ ଘଣ୍ଟା ସମୟରେ ଭୁବନେଶ୍ୱର ଯିବା ପାଇଁ ଭାରତୀୟ ମଜଦୂର ସଂଘ ଗଞ୍ଜାମ ଜିଲ୍ଲା ପକ୍ଷରୁ ନିବେଦନ କରାଯାଇଛି।ଆଗାମୀ ନଭେମ୍ବର 15ତାରିଖରେ କେବଳ ଗଞ୍ଜାମ ଜିଲ୍ଲାରୁ 12ହଜାର କର୍ମଚାରୀ,ରାଜ୍ୟର ଆଜିର ଦୁଇଲକ୍ଷ 70ହଜାର କର୍ମଚାରୀ ଯୋଗ ଦେବେ।ଏହି ସାମ୍ବାଦିକ ସମ୍ମିଳନୀ ରେ ଗଞ୍ଜାମ ଜିଲ୍ଲା ସଭାପତି ଶ୍ରୀ ନାରାୟଣ ସାବତ, ପ୍ରଭାରୀ ବିଜୟ ପାତ୍ର, ରାଜ୍ୟ ଉପ-ସଭାପତି ତଥା ଜିଲ୍ଲା ସହ ସଂପାଦିକା ଶ୍ରୀମତୀ ଅମିତା ସାହୁ ଆଶାକର୍ମୀ ସଂଘ ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ରେଣୁବାଳା ସାହୁ, କାର୍ଯ୍ୟକାରିଣୀ ସଦସ୍ୟ ରମେଶ ଦାସ ଉପସ୍ଥିତ ଥିଲେ।