ୱାର୍ଡନମ୍ବର୍ ୧୧ ହରିଜନ ସାହିରେ ମା ମାଳୁଆଣି ଯାତ୍ରା ସମାପନ

ବ୍ରହ୍ମପୁର:୧୧/୧୧(ଶ୍ରୀକାନ୍ତ କୁମାର ବେହେରା): ବ୍ରହ୍ମପୁର ମହାନଗର ନିଗମ ୱାର୍ଡନମ୍ବର୍ ୧୧ ଅନ୍ତର୍ଗତ ପୁରୁଣା ବ୍ରହ୍ମପୁର ହରିଜନ ସାହିରେ ମା ମାଳୁଆଣି ଯାତ୍ରା ସମାପନ ହୋଇଛି l ନବମୀ ଠାରୁ ଆରମ୍ଭ ହୋଇଥିବା ଯାତ୍ରା ଆଜି ସମାପନ ହୋଇଛି l ଚଳିତ ବର୍ଷ ମା ମାଳୁଆଣି ୧୮ ଦିନିଆ ଯାତ୍ରା ଶେଷ କରି ନିଜ ମନ୍ଦିରକୁ ଫେରିଯିବେ l ଆଜି ଅସ୍ଥାୟୀ ମଣ୍ଡପରୁ ମା ମାଳୁଆଣି ବିରାଟ ପଟୁଆରରେ ବାହାରି,
ରାତ୍ର ସାରା ପ୍ରାୟ ୨୦ ରୁ ଉର୍ଦ୍ଧ ସାହି ପରିକ୍ରମା କରି ପାହାନ୍ତିଆ ସମୟରେ ନିଜସ୍ଵ ମନ୍ଦିରକୁ ଫେରିବେ ବୋଲି ଯାତ୍ରା କମିଟି ପକ୍ଷରୁ କୁହାଯାଇଛି l ମା ମାଳୁଆଣି ଯାତ୍ରାର ଉଦଯାପିତ ଉତ୍ସବରେ ବ୍ରହ୍ମପୁର ମହାନଗର ନିଗମ ମେୟର ଶ୍ରୀମତି ସଂଘମିତ୍ରା ଦଳେଇ, କାଜୁ ଉନ୍ନୟନ ନିଗମ ଅଧ୍ୟକ୍ଷ ସୁବାଷ ମହାରଣା, ବିଜେଡ଼ି ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଚ୍ୟଉ ପଟ୍ଟନାୟକ,ଉକ୍ତ 11 ନମ୍ବର ୱାର୍ଡ କର୍ପୋରେଟର ଚିତ୍ରସେନ୍ ମହାପାତ୍ର, 26 ନମ୍ବର କର୍ପୋରେଟର ଧିରେସ ସାବତ, ବିଜେଡ଼ି ନେତା ଭୀମସେନ ଦଳେଇ ,ପୁର୍ବତନ କର୍ପୋରେଟର ତେଜା ସ୍ବାମୀ ସମେତ ବହୁ ବିଜେଡ଼ି କର୍ମୀ ଉପସ୍ଥିତ ରହିଥିଲେ l ଯାତ୍ରା ପରିସମାପ୍ତି କାର୍ଯ୍ୟକ୍ରମରେ କମିଟି ସଭାପତି ମିଟୁ ଦାସ,ଉପ ସଭାପତି ରିଙ୍କୁ ଦାସ, ସଂପାଦକ ରାଧା ମୋହନ ଦାସ ପରିଚାଳନା କରିଥିବା ବେଳେ ଯାତ୍ରା କମିଟି ସଭ୍ୟ ମୋନୋଜ ଦାସ,ମୁଚିରାମ ଦାସ,ପପୁନୁ ଦାସ ସହ ଉକ୍ତ ହରିଜନ ସାହିର ସମସ୍ତ ବାସିନ୍ଦା ଉପସ୍ଥିତ ରହି ଯାତ୍ରା ପରିଚାଳନାର ସହଯୋଗ କରିଥିଲେ ।