ସାମନ୍ତରାୟ ଏକାଡେମୀ ଛାତ୍ରଛାତ୍ରୀ ଙ୍କ ସଫଳତା ଅଗ୍ନିଵୀର (ନୌସେନା)ରେ ୨୮ ଜଣ ଓ ତଟରକ୍ଷୀ ବାହିନୀ ରେ ୧ ମନୋନୀତ

ବ୍ରହ୍ମପୁର:୫/୧୧(ଶ୍ରୀକାନ୍ତ କୁମାର ବେହେରା): ନିକଟରେ ପ୍ରକାଶିତ ଅଗ୍ନିଵୀର (ନୌସେନା) ଓ ତଟରକ୍ଷୀ ବାହିନୀର ନିଯୁକ୍ତି ତାଲିକା ରେ ବ୍ରହ୍ମପୁର ସ୍ଥିତ ସାମନ୍ତରାୟ ଏକାଡେମୀ ର ୨୯ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି। ପରୀକ୍ଷାର୍ଥୀ ଙ୍କ ମଧ୍ୟରେ ୪ ଜଣ ଛାତ୍ରୀ ଙ୍କ ନୌସେନା ରେ ସଫଳତା ଉଲ୍ଲେଖଯୋଗ୍ୟ ଅଟେ । ପରୀକ୍ଷାର୍ଥୀ ମାନେ ଉଭୟ ଲିଖିତ, ଶାରୀରିକ ଓ ମେଡିକାଲ ପରୀକ୍ଷା ରେ କୃତକାର୍ଯ୍ୟ ହୋଇଛନ୍ତି।ଏହି ପରିପ୍ରେକ୍ଷୀରେ ରବିବାର ଏକାଡେମୀ ରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।ସଭା ରେ ସଫଳ ଛାତ୍ରଛାତ୍ରୀ ମାନଙ୍କର ଅଭିଭାବକ ଙ୍କୁ ଅନୁଷ୍ଠାନ ତରଫରୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

ସଭାରେ ଅନୁଷ୍ଠାନ ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଲଳିତ ମୋହନ ସାମନ୍ତରାୟ କୃତି ଛାତ୍ରଛାତ୍ରୀ ମାନଙ୍କୁ କର୍ତ୍ତବ୍ୟପରାୟଣତା ର ମନ୍ତ୍ର ଦେଇଥିଲେ, ଏକାଡେମୀ ର ପୂର୍ବତନ ସଫଳ ଛାତ୍ର ତଥା ବ୍ୟାଙ୍କର ଶ୍ରୀଧର୍ମେନ୍ଦ୍ର ଦାସ, ବଳରାମ ବେହେରା ସଫଳ ଛାତ୍ରଛାତ୍ରୀ ଙ୍କ ଅଭିଭାବକ ଙ୍କୁ ଅଭିନନ୍ଦନ ଜଣାଇବା ସହିତ ସେମାନଙ୍କର ଉଜ୍ବଳ ଭଵିଷ୍ୟ କାମନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମର ସଫଳତା ର ବାର୍ତ୍ତା ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷା ଆଶାୟୀ ଙ୍କ ପାଇଁ ପ୍ରେରଣା ଵୋଲି କହିଥିଲେ ଏକାଡେମୀ ର ନିର୍ଦ୍ଦେଶକ ଶ୍ରୀ ଦେବେଶ କୁମାର ସାମନ୍ତରାୟ।ସଭାରେ ନିର୍ଦ୍ଦେଶକ ଙ୍କ ତତ୍ତ୍ଵାବଧାନରେ ଏକାଡେମୀ ର ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ଓ ଅନେକ ପୁରାତନ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।