ଜେକେ କାଗଜ କଳ ତରଫରୁ ଆଜି “ଓଡିଶା ବିପର୍ଯ୍ୟୟ ପରିଚାଳନା ଓ ବିପର୍ଯ୍ୟୟ ହ୍ରାସ ଦିବସ” ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀ ବିନୟ ଦ୍ଵିବେଦୀ, କାର୍ଯ୍ୟନିର୍ବାହୀ ଉପ ସଭାପତି (କାର୍ମିକ) ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଥିଲେ ଏବଂ ଏହି ବିପର୍ଯ୍ୟୟ ସମୟରେ ଧୈର୍ଯ୍ୟ ର ସହିତ ତାରି ମୁକାବିଲା କରିବା ସହିତ ଜୀବନ ଓ ଧନ ସୁରକ୍ଷିତ ରଖିବା ଉଦେଶ୍ୟରେ ଏକ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ। ସାମାଜିକ ସଶକ୍ତି କରଣ ଯୋଜନା ମାଧ୍ୟମରେ ଏକ ସଶକ୍ତ ଓଡିଶା ଗଠନ ଉପରେ ଜୋର୍ ଦେବାକୁ ଉପସ୍ଥିତ ସମସ୍ତ କର୍ମଚାରୀ, ସ୍କୁଲ ଛାତ୍ରଛାତ୍ରୀ, ଓ ପାରିପାଶ୍ବିର୍କ ଅଞ୍ଚଳର ଜନସାଧାରଣଙ୍କୁ ଆଗ୍ରହ କରି ଥିଲେ। ମନୁଷ୍ଯକୃତ ଓ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ଏକ କର୍ମଶାଳା ର ଆୟୋଜନ କରାଯାଇଥିଲା, ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କାଗଜ କଳ ର ଅନ୍ୟନ୍ୟ ମହା ପ୍ରବନ୍ଧକ, ଗୌରୀ ଶଙ୍କର ପଟ୍ଟନାୟକ, ଏମ୍ ଭି ରାଜା, ଏମ୍ ର୍ ସି ରାଓ ପ୍ରମୁଖ ଯୋଗ ଦେଇ ଥିଲେ। କାର୍ଯ୍ୟକ୍ରମ କୁ ସତ୍ୟଜିତ ମହାନ୍ତି, ମହାପ୍ରବନ୍ଧକ, (ଇ ଏଚ୍ ଏସ୍) ଓ ବରିଷ୍ଠ ପ୍ରବନ୍ଧକ ରାମା ରଞ୍ଜନ ବିଶ୍ଵାଳ ପ୍ରମୁଖ ସଂଯୋଜନା କରିଥିଲେ।