କଳାହାଣ୍ଡି,୨୫/୧୦ (ମଳୟ କୁମାର ସାହୁ):- ପବିତ୍ର ବିଜୟା ଦଶମୀ ସହ ଧରାପୃଷ୍ଠରୁ ମାଁ ଜଗତଜନନୀ ଦୁର୍ଗା ବିଦାୟ ନେଇଛନ୍ତି। କୋକସରା ବ୍ଲକ ସଦର ମହକୁମାରେ ଶାରଦୀୟ ଦୁର୍ଗାପୁଜା ୬୦ ବର୍ଷ ପାଳନ ପୂର୍ତ୍ତି ଅବସର ରେ ପୁଜା କମିଟି ତରଫରୁ ଆକର୍ଷଣୀୟ ପୁଜା କରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ତା କରାଯାଇଥିଲା । ଷଷ୍ଠି ଠାରୁ ମାଁଙ୍କ ପୁଜା ଅର୍ଚ୍ଚନା ରୀତିନୀତି ଅନୁସାରେ ଆରମ୍ଭ ହୋଇ ବିଜୟା ଦଶମୀ ଦିନ ବିସର୍ଜନ ହୋଇଥିଲା। ମାଁ ଦର୍ଶନ ପାଇଁ ପ୍ରତି ଦିନ ସଂଧ୍ୟାରେ ମଙ୍ଗଳ ଆଲତୀ ସମୟରେ ଲୋକାରଣ୍ୟ ହୋଇପଡୁଥିଲା ପୁଜା ମଣ୍ଡପ । ସେହିପରି ପୁଜା କମିଟି ତରଫରୁ ପ୍ରତିଦିନ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ପ୍ରଥମ ରାତ୍ରି ର ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୁପେ ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ,ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ବିଜେପି ଯୁବମୋର୍ଚ୍ଚ ସଭାପତି ବିଜୟଦେଵ ସାହୁ,ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ସଭାପତି ମାନସ ରଞ୍ଜନ ବାଗ,ଆମପାଣି ଯୋନ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ କୁମାର ମାଝୀ, ସମ୍ପାଦକ ଅଧୁରାଜିତ ନାଏକ ଉପସ୍ଥିତ ରହି ମଞ୍ଚ ଉଦଘାଟନ କରିଥିଲେ। ଦ୍ଵିତୀୟ ରାତିରେ ମୁଖ୍ୟ ଅତିଥି ଭାବେ ବିଜେଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା,କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ,ସମାଜସେବୀ ପୁରୁଷୋତ୍ତମ ଗୁପ୍ତା, ଶିକ୍ଷାବିଦ ଜଗବନ୍ଧୁ ମାଝୀ, ମିନିକେତନ ପ୍ରଧାନୀ,ଜିଲ୍ଲା ପରିଷଦ ସଭ୍ୟ ତ୍ରିନାଥ ବାଗ, ବିଜେଡି ବ୍ଲକ ସଭାପତି ସୁଶାନ୍ତ ବେହେରା ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ତୃତୀୟ ରାତିରେ ଅନୁଷ୍ଠିତ ଘୁମୁରା ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୋୖଷଧି ବାଗ,ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ମୋହନ ଚରଣ ବିଶି, ସମ୍ମାନିତ ଅତିଥି ଭାବେ,ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ବିଜେପି ବରିଷ୍ଠ ନେତା ଜନାର୍ଦ୍ଦନ ପଣ୍ଡା,ଉପାଧକ୍ଷ୍ୟା ଧର୍ମଗଡ଼ ଏନ ଏସ ସି ମନୀଷା ମିଶ୍ର,ଶବର ପ୍ରମୁଖ ଉପସ୍ଥିତ ରହି ଶାରଦୀୟ ଦୁର୍ଗାପୂଜା ର ଶୁଭେଚ୍ଛା ଜଣାଇଥିଲେ।ପୁଜା କମିଟି ସଭାପତି ତ୍ରିଭୁବନ ନାଏକ,ସମ୍ପାଦକ ଅଧୁରାଜିତ ନାଏକ, ସହ ସମ୍ପାଦକ ସୀମାଞ୍ଚଲ ବେହେରା,ଅମୂଲ୍ୟ ବିଶି,ଅମିତ ସୁନା,ଉପ ସଭାପତି ବନମାଳୀ ପ୍ରଧାନୀ, କୋଷାଧ୍ୟକ୍ଷ ତପନ କୁମାର ମାଝୀ,ମହେଶ କୁମାର ଗୁପ୍ତା,ମାନସ ପ୍ରଧାନୀ, ମହେନ୍ଦ୍ର ପ୍ରଧାନୀ,ଦୁଷ୍ମନ୍ତ ପାଟଯୋଶୀ,ପରମେଶ୍ୱର ଶଗଡ଼ିଆ, ଚିତ୍ତରଞ୍ଜନ ଠାକୁର, ପ୍ରମୁଖ ଶାରଦୀୟ ଦୁର୍ଗାପୁଜା ପରିଚାଳନା ରେ ସହଯୋଗ କରିଥିଲେ।ଏହା ସହ ବ୍ଲକର ଲଡୁଗାଁ, ସାନପୋଡାଗୁଡା, ଟେମରା, ମୋଟେର, ଓଲମା ଓ ଖୁଣ୍ଟିଆ ଠାରେ ଶାରଦିୟ ଦୁର୍ଗାପୁଜା ଧୁମଧାମରେ ପାଳନ କରାଯାଇଛି ।