ବ୍ରହ୍ମପୁର,୧୭/୧୦(ଶ୍ରୀକାନ୍ତ କୁମାର ବେହେରା):ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ୭୮ତମ ଜନ୍ମଦିନ ପାଳନ ଅବସରରେ ମାନ୍ୟବର ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ବିକ୍ରମ କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ, ବ୍ରହ୍ମପୁର ଓ ଗୋପାଳପୁର ନିର୍ବାଚନ ମଣ୍ଡଳୀ ତରଫରୁ ସ୍ଥାନୀୟ ଟାଉନ୍ ହଲ୍ ଏବଂ ଆମ୍ବପୁଆ ମୁଖ୍ୟ ରାସ୍ତା ନିକଟରେ ଥିବା “ଏସ୍ ଥ୍ରି ଲନ୍” ପ୍ରାଙ୍ଗଣରେ “ଓଡ଼ିଶା ମୋ ପରିବାର ତଥା ଜୀବନ ବିନ୍ଦୁ” ତରଫରୁ ଏକ ବୃହତ୍ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ବ୍ରହ୍ମପୁରରେ ମୋଟ ୩୩୩ ଓ ଗୋପାଳପୁର ନିର୍ବାଚନ ମଣ୍ଡଳୀ ବିଜେଡ଼ି ପକ୍ଷରୁ ୫୯୦ ୟୁନିଟ ରକ୍ତ ସଂଗ୍ରହ ହୋଇଛି । ବର୍ତ୍ତମାନ ଶିବିର ଜାରି ରହିଛି । ବର୍ତ୍ତମାନ ବ୍ରହ୍ମପୁର ଓ ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ୯୨୩ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି । ଏହା ଓଡ଼ିଶାର ସମସ୍ତ ରେକର୍ଡ ଭାଙ୍ଗି ପ୍ରଥମ ସ୍ଥାନ ଗ୍ରହଣ କରିଛି ବୋଲି କୁହାଯାଇଛି ।
ଗୋପାଳପୁର ନିର୍ବାଚନ ମଣ୍ଡଳୀ ଏହି ରେକର୍ଡ ହାସଲ କରି ସାରା ଓଡ଼ିଶାରେ ପ୍ରସଂସା ସାଉଁଟିବା ସହ ଚର୍ଚ୍ଚାରେ ରହିଛି । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ମେୟର ସଂଘମିତ୍ରା ଦଳେଇ, ଡେ଼ପୁଟି ମେୟର ଇ.ବିବେକ ରେଡ୍ଡୀ,ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଡ଼ାଃ.ରମେଶ ଚନ୍ଦ୍ର ଚ୍ୟାୟୁପଟ୍ଟନାୟକ, ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ସୁବାସ ମହାରଣା, ସମାଜସେବୀ ଏ ସନ୍ତୋଷ ପାତ୍ର , ରଙ୍ଗେଇଲୁଣ୍ଡା ବ୍ଲକ ସଭାପତି ଅଜିତ ଦାଶ, ଅଜିତରାଉଳ ଓ ବ୍ରହ୍ମପୁର ମହାନଗରର ବହୁ କର୍ପୋରେଟର, ବିଜେଡି ନେତୃବୃନ୍ଦ ତଥା କର୍ମୀ ଓ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋପାଳପୁର ବିଜ୍ଞାପିତ ପରିଷଦର ଅଧ୍ୟକ୍ଷ, ଉପାଧ୍ୟକ୍ଷ ତଥା ସମସ୍ତ କାଉନସିଲର, ରଙ୍ଗେଇଲୁଣ୍ଡା, କୁକୁଡ଼ାଖଣ୍ଡି ବ୍ଲକ୍ ଅଧ୍ୟକ୍ଷ, ଅଧ୍ୟକ୍ଷା, ସମସ୍ତ ପଞ୍ଚାୟତ ସମିତି ସଭ୍ୟ, ସଭ୍ୟା, ଜିଲ୍ଲା ପରିଷଦ ସଭ୍ୟ, ସଭ୍ୟା ତଥା ସମସ୍ତ ବିଜେଡି ନେତୃବୃନ୍ଦ କର୍ମୀ, ବହୁ ବରିଷ୍ଟ ଓ ବିଶିଷ୍ଟ ବୁଦ୍ଧିଜୀବୀ, ଶିକ୍ଷାବିତ୍ ତଥା ବହୁ ଜନତା ସ୍ବତଃପ୍ରବୃତ୍ତ ଭାବେ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ ।