ରାୟଗଡ଼ା ,(ପ୍ରଫୁଲ କୁମାର ବେହେରା ):-ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ୍ ଥେରୁବାଲି ସ୍ଥିତ ଆଦିବାସୀ ସାହିରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ପଥପ୍ରାନ୍ତ ନାଟକ ମାଧ୍ୟମରେ ମାନସିକ ସ୍ୱାସ୍ଥ୍ୟ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ମୁଖ୍ୟତଃ କେଉଁ କେଉଁ ପ୍ରକାର ମାନସିକ ରୋଗ ଅଛି ସେଗୁଡ଼ିକର ଲକ୍ଷଣ ଏବଂ ତାହାର ପ୍ରତିକାର କେମିତି ହେବ ଏ ବାବଦରେ ଦେବଗିରି କଳା ପରିଷଦର କଳାକାର ମାନେ ପଥପ୍ରାନ୍ତ ନାଟକ ପରିବେଷଣ କରି ଲୋକଙ୍କୁ ସଚେତନ କରିଥିଲେ। ଏହି ସମୟରେ ଜିଲ୍ଲା ଚିକିତ୍ସାଳୟରୁ ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ସଞ୍ଚାରକ ବେଣୁଧର ନାୟକ ମାନସିକ ସାମାଜିକ କର୍ତ୍ତା କେ ପୂର୍ଣ୍ଣ ଚନ୍ଦ୍ର , କମ୍ୟୁନିଟି ନର୍ସ କମ୍ ସୁପର ଭାଇଜର ସମରଜିତ୍ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ରହିଥିଲେ। ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ରାୟଗଡ଼ା ଜିଲ୍ଲା ଉପ ସଭାପତି ସନ୍ତୋଷ କୁମାର ବଛାଙ୍କ ନେତୃତ୍ୱରେ ଏହି ପଥପ୍ରାନ୍ତ ନାଟକ ମଞ୍ଚସ୍ଥ ହୋଇଥିବା ବେଳେ କଳାକାର ଙ୍କ ମଧ୍ୟରେ ମୁରଲି ଧର ମାର୍ଥା , ଅଞ୍ଜଳି ବିଭୋର, ସାଗନ୍ତି ଲୁହା, ମିନା କାଡ୍ରାକା, ଦୁଲଭ ଚିନ୍ଦା, ଉପେନ୍ଦ୍ର କିସାନ୍, ଉଦ୍ଧବ କିସାନ୍ , ଭଳେଶ୍ୱର୍ ବାରିହା , ଛବିଲାଲ୍ କିସାନ୍ ଶ୍ରୀକାନ୍ତ କାଡ୍ରାକା ପ୍ରମୁଖ କଳା ପରିବେଷଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ସ୍ଥାନୀୟ ଆଶା ଦିଦି ପୂର୍ଣ୍ଣ ସହଯୋଗ କରିଥିବା ବେଳେ ଗ୍ରାମବାସୀ ଉପସ୍ଥିତ ରହି ନାଟକ ଦେଖିଥିଲେ। ଏହା ପୂର୍ବରୁ ଅକ୍ଟୋବର ୧୦ ତାରିଖରେ ମାନସିକ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରାୟଗଡ଼ା ସ୍ଵୟଂ ଶାସିତ ମହା ବିଦ୍ୟାଳୟ ଠାରେ ବିଶ୍ଵ ମାନସିକ ଦିବସ ପାଳନ ହୋଇଥିଲା।