ଗୁଣପୁର ମହାବିଦ୍ୟାଳୟ ଠାରେ ଗୁଣପୁର ପୋଲିସ ପକ୍ଷରୁ ସାଇବର ସୁରକ୍ଷା ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଓ ସୁରକ୍ଷା ଅଭିଯାନ ରଥର ଆରମ୍ଭ ।

ଗୁଣପୁର,(ସିଦ୍ଧାର୍ଥ ଦାସ) : ରାୟଗଡ଼ା ଜିଲ୍ଲା ଗୁଣପୁର ସ୍ଥାନୀୟ ମହାବିଦ୍ୟାଳୟ ରଙ୍ଗ ମଞ୍ଚ ଠାରେ ଗୁଣପୁର ପୋଲିସ ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନ ମିଳିତ ସହଯୋଗରେ ସାଇବର ସୁରକ୍ଷା ସଚେତନତା ସଭା ଏବଂ ସାଇବର ସୁରକ୍ଷା ଅଭିଯାନ ରଥର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୁଣପୁର ଉପ ଜିଲ୍ଲାପାଳ ଶ୍ରୀ ଲଲିତ କୁମାର କଁହର , ଗୁଣପୁର ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶିକା ଶାନ୍ତି ପ୍ରଭା ପ୍ରଧାନ , ଗୁଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୀତାଞ୍ଜଳି ପ୍ରଧାନ , ଅତିରିକ୍ତ ତହସିଲଦାର ଅଂଶୁମାନ ପରିଡା , ଅତିରିକ୍ତ ଜିଲ୍ଲାପାଳ ସତ୍ୟଜିତ୍ ନାୟକ , ସିଡିପିଓ ସୁଷମା ପ୍ରସାଦ , ଗୁଣପୁର ଆଦର୍ଶ ଥାନ ଅଧିକାରୀ ଶ୍ରୀ ଉତ୍ତମ କୁମାର ସାହୁ ଏବଂ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶଶି ଭୂଷଣ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ମଞ୍ଚାସୀନ ରହିଥିଲେ ।

ଗୁଣପୁର ଉପ ଜିଲ୍ଲାପାଳ ଶ୍ରୀ କଁହର ସାଂପ୍ରତିକ ଡିଜିଟାଲ ଦୁନିଆରେ ସାଇବର ଅପରାଧ ସମାଜ ପାଇଁ ଏକ ବଡ଼ ବିପତ୍ତି ପାଲଟି ଯାଇଛି , ଆମମାନଙ୍କ ମଧ୍ୟରେ ସଚେତନତାର ଘୋର ଅଭାବ ଯୋଗୁଁ ସାଇବର କ୍ରାଇମ୍ ଘଟୁଥିବା ଏହାର ମୁଖ୍ୟ କାରଣ ବୋଲି ନିଜ ଉଦବୋଧନରେ କହିଥିଲେ . ଗୁଣପୁର ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦ୍ଦେଶିକା ଶାନ୍ତି ପ୍ରଭା ପ୍ରଧାନ ଆମ ସମାଜ ତଥା ଜନସାଧାରଣଙ୍କୁ ସାଇବର ଅପରାଧରୁ ସୁରକ୍ଷା ଦେବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ ଆରମ୍ଭ କରାଯାଇଛି ବୋଲି ନିଜ ଉଦବୋଧନରେ କହିଥିଲେ । ସାଇବର ସୁରକ୍ଷାର ରହିଥିବା ନୀତି ନିୟମ ଗୁଡିକ ଅବଲମ୍ବନ କରିବା ସହ ସାଇବର ବିପଦ ଉପରେ ସଜାଗ ରହିବାକୁ ଆହ୍ବାନ କରି , ଅଧିକାଂଶ ଲୋକଙ୍କ ପାଖରେ ଏହି ସାଇବର ସୁରକ୍ଷା ସଚେତନତା କିଭଳି ପହଞ୍ଚି ପାରିବ , ଏହାହିଁ ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ ବୋଲି ଗୁଣପୁର ଥାନା ଅଧିକାରୀ ଶ୍ରୀ ଉତ୍ତମ କୁମାର ସାହୁ କହିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ, ଅତିରିକ୍ତ ତହସିଲଦାର , ବିଡିଓ ଗୁଣପୁର ପ୍ରମୁଖ ସାଇବର ସୁରକ୍ଷା ଓ ସେ ଦିଗରେ ସଚେତନତା ଓ ସତର୍କତାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ। ଏଥି ସହିତ ଏକ ସଚେତନତା ପଦଯାତ୍ରା ଓ ସଚେତନତା ରାଲି ବାହାରି ଥିଲା। ଏସ୍ ଆଇ ଅଶୋକ କୁମାର ପାଢ଼ୀ ସଭା କାର୍ଯ୍ୟକ୍ରମରେ ସଂଯୋଜନା କରିଥିବା ବେଳେ ଏସ୍ ଆଇ ରୁଦ୍ର ମାଧବ ମୁଦୁଲି ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।