ଜିଦିରେ ଅଟଳ ସଫେଇ କର୍ମଚାରୀ,ପରିମଳ କାର୍ଯ୍ୟ ସମ୍ପୂର୍ଣ୍ଣ ଠପ୍ପ

ଗଂଜାମ:୮/୧୦(ସିବାନନ୍ଦ ପଲାଇ):,ଗଂଜାମ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ରଙ୍କୁ ବଦଳି ଦାବିରେ ସଫେଇ କର୍ମଚାରୀ ସଂଘ ତରଫରୁ କାମ ବନ୍ଦ ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଂଚିଛି ।ଫଳରେ ସଫେଇ କାମ ସମ୍ପୂର୍ଣ ଠପ୍ପ ହୋଇଯାଇଥିବା ଦେଖା ଦେଇଛି ।ପ୍ରଶାସନ ପକ୍ଷରୁ ମାମଲାକୁ ରଫାଦଫା କରିବା ପାଇଁ ବିଭିନ୍ନ ଉପାୟରେ ଚେଷ୍ଟା କରାଯାଉଥିଲେ ମଧ୍ୟ ନିଜ ଜିଦିରେ ଅଟଳ ଅଛନ୍ତି ସଫେଇ କର୍ମଚାରୀ ।ନିଜର ପ୍ରିୟ ଅଧିକାରୀ କୁ ପୁଣି ଦାୟିତ୍ୱ ଦେବା ପାଇଁ ପ୍ରଶାସନଙ୍କୁ ଅନରୋଧ ବି କରିଛନ୍ତି ।ଦାବି ପୂରଣ ନହେଲେ ଅନିଦିଷ୍ଟ କାଳ ପାଇଁ ସଫେଇ ବନ୍ଦ ରହିବ ବୋଲି ଚେତାବନୀ ଦେଇଛି ସଫେଇ କର୍ମଚାରୀ ସଂଘ।ଅପରପକ୍ଷରେ ଏନଏସି ଅଧୀନରେ ଥିବା ୭୫ ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟ ଧାରଣାରେ ଯୋଗଦେଇ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ରାତିଅଧିଆ ବଦଳିକୁ ଏକ ଷଡ଼ଯନ୍ତ୍ର କହି ତୀବ୍ର ସମାଲୋଚନା କରିବା ସହ ଗେଟ ଆଗରେ ତାଲା ପକାଇ ଧାରଣାରେ ବସିଥିବା ଦେଖାଦେଇଥିଲା ।ଅପ୍ରିତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ଧାରଣାସ୍ଥଳକୁ ଗଂଜାମ ତହସିଲଦାର ଅରୁଣ କୁମାର ନାୟକ ଆସି ବୁଝାସୁଝା କରିଥିଲେ ବି ଶୁଣିନଥିଲେ ଉଭୟ ସ୍ୱୟଂ ସହାୟକ ସଦସ୍ୟ ଓ ସଫେଇ କର୍ମଚାରୀ ।ପରେ କାର୍ଯ୍ୟନିର୍ବାହୀ ଅଧିକାରୀ ଅନୁରୋଧ କ୍ରମେ ତାଲା ଖୋଲିଥିଲେ ବି ପରବର୍ତ୍ତୀ ସମୟରେ ସମସ୍ତ ଏନଏସି କର୍ମଚାରୀଙ୍କୁ ପୁଣି ବାହାର କରି ତାଲା ପକେଇଦେଇଥିବା ଦେଖା ଦେଇଥିଲା।ପରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଳ୍ଲା ପ୍ରଶାସନ ପକ୍ଷରୁ ତରବରିଆ ଭାବେ ଅଭିନାଶ ମିଶ୍ରଙ୍କୁ କାର୍ଯ୍ୟନିର୍ବାହୀ ପଦରୁ ହଟାଯାଇଥିଲା ।ଏହି ଖବର ଶୁଣିବା ପରେ ଧାରଣାରେ ବସିଥିବା ସ୍ୱୟଂ ସହାୟକ ଗୋଷ୍ଠୀ,ସଫେଇ କର୍ମଚାରୀ ଦୁଃଖରେ ଭାଙ୍ଗିପଡିଥିବା ଦେଖା ଦେଇଥିଲା । କାନ୍ଦ ବୋବାଳରେ ଫାଟି ଉଠିଥିଲା ଗଂଜାମ ଏନଏସି ।ପରେ ଶ୍ରୀ ମିଶ୍ର ଲୋକଙ୍କୁ ବୁଝାସୁଝା କରିଥିଲେ ପରେ ପରିସ୍ଥିତି ସାମନ୍ୟ ଶାନ୍ତ ପଡିଥିବା ଦେଖା ଦେଇଛଥିଲା ।କିନ୍ତୁ ସୋମବାର ଦିନ ପୁଣି ଧାରଣାରେ ବସିବେ ବୋଲି କହିଛନ୍ତି ସ୍ୱୟଂସହାୟକ ସଂଘ ସହ ସଫେଇ କର୍ମଚାରୀ ।ଏ ନେଇ ରବିବାର ଦିନ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପୁଣି କିଛି ମାସ ପାଇଁ ଦାଇତ୍ୱ ଦେବାକୁ ମୋ ସରକାର ୫ଟି ଓ ସିଏମଓ କୁ ଚିଠି ଲେଖିଛନ୍ତି ସ୍ୱୟଂ ସହାୟକ ଗୋଷ୍ଟି ।ସୂଚନାଅନୁସାରେ ଶ୍ରୀ ମିଶ୍ର ଜଣେ ସରଳ,ଶାନ୍ତ,ମେଳାପୀ,ଉତ୍ତମ ବ୍ୟବହାର ସମ୍ପର୍ଣ୍ଣ ଅଧିକାରୀ ଭାବରେ ସ୍ଥାନୀୟ ଅଞ୍ଚଳରେ ବେଶ ଜଣାଶୁଣା ।ଲୋକଙ୍କ ସହ ମିଶିବା ଓ ଲୋକଙ୍କ ସାମସ୍ୟକୁ ଅତି ନିକଟରୁ ସମାଧାନ କରୁଥିବା ଗଞ୍ଜାମର ଏକମାତ୍ର ଅଧକାରୀ ରୂପେ ବେଶ ପରିଚିତ ଥିଲେ ଶ୍ରୀ ମିଶ୍ର । ଶ୍ରୀ ମିଶ୍ରଙ୍କୁ ଦାୟିତ୍ୱ ମିଳିବା ପରେ ବହୁତ କିଛି ଆଖିଦୃଶିଆ ବିକାଶ ହେଇଥିବା କଥା ଦେଖାଦେଇଛି ।ଗଂଜାମ ଏନଏସି ଭଳି ସମ୍ବେଦନଶୀଳ ଏନଏସି କୁ ସୁଚାରୁରୂପେ ତୁଲେଇପାରୁଥିବା ଅଭିନାଶ ମିଶ୍ରଙ୍କୁ କମ ସମୟରେ ବଦଳି କରାଯାଇଥିବାରୁ ସମସ୍ତ ବର୍ଗର ଲୋକ ଏହାକୁ ନାପସନ୍ଦ କରିବା ସହ ଧୀରେ ଧୀରେ ଆନ୍ଦୋଳନକୁ ସମର୍ଥନ ଦେଉଥିବା ଦେଖାଦେଇଛି ।ତେବେ ଜିଲ୍ଲା ପ୍ରଶାସନ ଓ ସରକାର ଏହାର ଗୁରୁତ୍ବର ସହ ନେଇ ପୁର୍ନବିଚାର କରିବେ ନା ମହିଳାଙ୍କ ସ୍ବରକୁ ଚାପିଦେବେ ତାହା ଦେଖିବାକୁ ରହିଛି ।