ଜୟପାଟଣା,(ମଳୟ କୁମାର ସାହୁ):-ଜୟପାଟଣା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଉମାଶଙ୍କର ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ବୌଠକ ଅନୁଷ୍ଠିତ ହୋଇଥିଲା।ଏ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ଏନ୍ ଏମ୍ ଓ ପିଏସ୍ ଜିଲ୍ଲା ସଭାପତି ସାମନ୍ତ କୁମାର ପଟ୍ଟଯୋଷୀ,ସମ୍ପାଦକ ଲଲିତ କୁମାର ନାଏକ, ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ସୁରେନ୍ଦ୍ର ମୋହନ ଯୋଶୀ,ଏନ୍ ଏମ୍ ଓ ପିଏସ୍ ଉପସଭାପତି ଚିତ୍ତରଞ୍ଜନ ଦଳପତି, କଲମପୁର ପର୍ଯ୍ୟବେକ୍ଷକ ସଞ୍ଜୟ ପଣ୍ଡା, ବିକ୍ରମ ସିଂହ ମାଝି,ଜିଲ୍ଲା ସହ କୋଷାଦକ୍ଷ ମାନସ ରଞ୍ଜନ ପଣ୍ଡା,ବରିଷ୍ଠ ଶିକ୍ଷକ ଦିବାକର ପଟ୍ଟନାୟକ ପ୍ରମୁଖ ମଞ୍ଚାଷିନ ରହି ଥିଲେ।୨୦୦୫ ପରେ ନିଯୁକ୍ତି ପାଇଥିବା ଶତାଧିକ କର୍ମଚାରୀ ଉପସ୍ଥିତ ରହି ପୁରାତନ ପେନସନ ପୁନଃ ପ୍ରଚଳନକୁ ନେଇ ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ।ଏଥିପାଇଁ ତୃଣ ମୂଳ ସ୍ତରରେ ସଙ୍ଗଠନ କିପରି ମଜଭୁତ କରିବା ତା ଉପରେ ଶୀର୍ଷ ନେତୃତ୍ୱ ସମୂହ ନିଜ ନିଜ ମତ ପ୍ରଦାନ କରିଥିଲେ। ଏହି ବୌଠକରେ ସର୍ବ ସମ୍ମାନିତ କ୍ରମେ ରାମ ସିଂ ଦାଓ ଙ୍କୁ ବ୍ଲକ ସଭାପତି,ପ୍ରମୋଦ କୁମାର ଠାକୁର ସମ୍ପାଦକ, କୋଷାଦକ୍ଷ ଭାବରେ ଦେବେନ୍ଦ୍ର ରାଉତ,ଉପସଭାପତି ଭାବରେ ଗିରିଶ କୁମାର ପଟେଲ, ମିଡ଼ିଆ ସଂଯୋଜକ ଭାବେ ଅମୂଲ୍ୟ କୁମାର ସାହୁ ଓ ମନ ଶବର, ମନୋନୀତ ହୋଇଥିଲେ। ଏହି ବୌଠକ ରେ ଅନ୍ୟ ଶିକ୍ଷକ ମାନଙ୍କ ମଧ୍ୟରେ ରମାକାନ୍ତ ମାଝି,ତାପସ ପଣ୍ଡା,ଗୋବର୍ଦ୍ଧନ ବିଶ୍ଵାଳ,ଗୁଣନିଧି ସିଂହ,ସଞ୍ଜୟ ପାଣିଗ୍ରାହୀ, କୌ ଶି କ ଶବର,ରଶ୍ମିତା ବେହେରା, ଗୀତାଞ୍ଜଳି ମାଝି,ଅଶୋକ ପଣ୍ଡା, ଶ୍ରୀ କାନ୍ତ ଦଳପତି ପ୍ରମୁଖ ତଥା ବିଭିନ୍ନ ବିଭାଗରେ ନିୟମିତ କାର୍ଯ୍ୟରତ ନୂତନ ପେନସନ ଭୋଗି କର୍ମଚାରୀ ଉପସ୍ଥିତ ଥିଲେ। ଅନନ୍ତ କୁମାର ପଣ୍ଡା ଏହି ସଭାକୁ ପରିଚାଳନା କରିଥିବା ବେଳେ ସିଦ୍ଧାର୍ଥ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।