ଭାରତୀୟ ଜନତା ପାର୍ଟି ବ୍ରହ୍ମପୁର ବିଧାନସଭା ଅନ୍ତର୍ଗତ ଗାନ୍ଧୀ ନଗର ମଣ୍ଡଳ ପକ୍ଷରୁ ଏକ ସାଙ୍ଗଠନିକ ବୈଠକ ସ୍ଥାନୀୟ ଗାନ୍ଧୀନଗର ଛକ ସ୍ଥିତ ଦଳୀୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି ।

ବ୍ରହ୍ମପୁର,୫/୧୦(ସୁନିଲ କୁମାର ସାହୂ) : ଭାରତୀୟ ଜନତା ପାର୍ଟି ବ୍ରହ୍ମପୁର ବିଧାନସଭା ଅନ୍ତର୍ଗତ ଗାନ୍ଧୀ ନଗର ମଣ୍ଡଳ ପକ୍ଷରୁ ଏକ ସାଙ୍ଗଠନିକ ବୈଠକ ସଭାପତି ପ୍ରଫୁଲ୍ଲ ପାଣିଗ୍ରାହୀଙ୍କ ସଭାପତିତ୍ବରେ ସ୍ଥାନୀୟ ଗାନ୍ଧୀନଗର ଛକ ସ୍ଥିତ ଦଳୀୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ମଣ୍ଡଳ ସଭାପତି ପ୍ରଫୁଲ୍ଲ ପାଣିଗ୍ରାହୀ ଆଜି ଗାନ୍ଧୀନଗର ମଣ୍ଡଳ ନୂତନ ପଦାଧିକାରୀଙ୍କ ନାମ ଘୋଷଣା କରିଛନ୍ତି । ମଣ୍ଡଳ ଉପସଭାପତି ଭାବେ ଅଶୋକ କୁମାର ଭୂୟାଁ,ବାପୁଜୀ ପାଣିଗ୍ରାହୀ,ରାମ ବଲ୍ଲଭ ମହାନ୍ତି,ଶରତ ପାଣିଗ୍ରାହୀ,ରାଧିକା ବିଷୋୟୀ,ମାଲି ସାହୁ, ସାଧାରଣ ସମ୍ପାଦକ ଭାବେ ରାମନାଥ ଗନ୍ତାୟତ,ଲୋକନାଥ ସାମନ୍ତରାୟ, ସମ୍ପାଦକ ଭାବେ ଜ୍ୟୋତି ପାଢ଼ୀ,ମିଲନ ସିଂ,ଜି.ରାଜଶେଖର,ଟି.ପ୍ରବିନ ରାଓ, ଚିତ୍ତରଞ୍ଜନ ପଣ୍ଡା,ସୁଇଟି ସେଠୀ ଏବଂ କୋଷାଧ୍ୟକ୍ଷ ଭାବେ ଶିବ ଚରଣ ମହାନ୍ତିଙ୍କ ନାମ ଘୋଷଣା କରିଛନ୍ତି । ସେହିପରି ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ଜି.ଅଜୟ ପାତ୍ର,ମହିଳା ମୋର୍ଚ୍ଚା ସଭାନେତ୍ରୀ,ସଂଘମିତ୍ରା ବେହେରା,ଓବିସି ମୋର୍ଚ୍ଚା ସଭାପତି ରବିନ୍ଦ୍ର ବେହେରା,ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ଯୁଧିଷ୍ଠିର ସେଠୀ,କୃଷକ ମୋର୍ଚ୍ଚା ସଭାପତି ଲକ୍ଷ୍ମୀ ନାରାୟଣ ବେହେରାଙ୍କ ନାମ ଘୋଷଣା କରିଛନ୍ତି । ଏହି ବୈଠକରେ ବ୍ରହ୍ମପୁର ବିଧାନସଭା ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି ଏବଂ ଜିଲ୍ଲା ସମ୍ପାଦକ ତଥା କର୍ପୋରେଟର ପ୍ରଦୀପ କୁମାର ସତପଥି ଉପସ୍ଥିତ ରହି ଗାନ୍ଧୀନଗର ମଣ୍ଡଳର ନୂତନ ପଦାଧିକାରୀ ମାନଙ୍କୁ ପୁଷ୍ପଗୁଛ ଦେଇ ସ୍ବାଗତ କରିବା ସହ ଦାୟୀତ୍ୱ ନେଇଥିବା ନୂତନ ପଦାଧିକାରୀଙ୍କ ନେତୃତ୍ବରେ ଦଳୀୟ ସଂଗଠନ ଆହୁରି ଅଧିକ ସୁଦୃଢ଼ ହୋଇପାରିବ ବୋଲି କହିଥିଲେ । ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ଗଞ୍ଜାମ ଜିଲ୍ଲା ଉପସଭାପତି ସୁନିଲ କୁମାର ସାହୁ,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,କର୍ପୋରେଟର ରଞ୍ଜିତା ବେହେରା ପ୍ରମୁଖ ଉପସ୍ଥିତ ରହି ନୂତନ ମଣ୍ଡଳ ପଦାଧିକାରୀ ମାନଙ୍କୁ ଅଭିନନ୍ଦନ ସହ ଶୁଭେଚ୍ଛା ଜଣାଇଥିଲେ ।