ମୁନିଗୁଡ଼ା ନିକଟସ୍ଥ ରେଳ ଷ୍ଟେସନକୁ ଜିବା ଛକ ନିକଟରେ ଏକଟ୍ରକ୍ ଚାପାରେ ଜଣେ ବ୍ୟକ୍ତି ମୃତ, ଟ୍ରକ୍ ସହ ଡ଼୍ରାଇଭର ଅଟକ।

ମୁନିଗୁଡ଼ା,(ପ୍ରଫୁଲ୍ଲ କୁମାର ବେହେରା) : ରାୟଗଡ଼ା ଜିଲ୍ଲା ମୁନିଗୁଡା ର ରେଳ ଷ୍ଟେସନ କୁ ଜିବା ଛକଠାରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତିର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ୍ୟୁ ହୋଇଥିବା ବ୍ୟକ୍ତି ଜଣକ ମୁନିଖୋଲ ପଞ୍ଚାୟତ ନିକଟସ୍ଥ ହାଟ ପଦାସାହିର, ତାଙ୍କର ନାମ ଜଗନ୍ନାଥ ଝୁମ୍ପା, ବୋଲି ଜଣା ପଡିଛି। ଗତକାଲି ରାତି ଘଟଣାସ୍ଥଳରେ ମ୍ୟାନ୍ ରୋଡ଼ ର ଷ୍ଟି୍ଟ୍ ଲାଇଟ୍ ନଥିବାରୁ ୯ ଘଣ୍ଟା ୨୦ ମିନିଟ୍ ସମୟରେ ରାତିରେ ଅନ୍ଧାର ରାସ୍ତାରେ ବ୍ୟକ୍ତି ଜଣକ ନିଜ ଘରକୁ ଫେରୁଥିବା ସମୟରେ ଏପରି ଦୂର୍ ଘଟଣା ଘଟିଥିବା ଓ ପଛ ଆଡ଼ୁ ଅଚାନକ ଆସି ସି ଜି ୦୪ପିଜି, ୮୦୭୪ନମ୍ବର ଟ୍ରକ୍ ଧକ୍କା ଦେଇ ଚକୁଡି ଚାଲି ଯାଇଥିବା ଖବର ପାଇ ତୁରନ୍ତ ସାହିବାସିନ୍ଧା,ଓ ସମ୍ପର୍କୀୟମାନେ ଘଟଣାସ୍ଥଳରେ ପହଞ୍ଚିଲା ପରେ ରାସ୍ତା ଉପରେ ଟାୟାର ଜାଳି ରାସ୍ତା ଅବରୋଧ କରି ଥିଲେ। ଠିକ ସେହି ସମୟରେ ରାସ୍ତା ଅବରୋଧ କରିଥିବାରୁ ସାମାନ୍ୟ ଉତେଜନା ଦେଖାଯାଇଥିଲା। ଏହି ଦୁର୍ଘଟଣା ଖବର ପାଇ ମୁନିଗୁଡ଼ା ପୋଲିସ ତରଫରୁ ଆଇ ଆଇ ସି, ଓ ଏସ୍ ଡି ପିଓ, ଙ୍କ ସହ ଦଳବଳ ହୋଇ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ଶେଷରେ ରାସ୍ତା ଅବରୋଧ କାରୀ ମାନେ ରାତ୍ରି ୧ ଘଣ୍ଟା ୩୦ ମିନିଟ୍ ସମୟରେ ରାସ୍ତା ଅବରୋଧରୁ ଉଠିଯାଇଥିଲେ। ଏହି ପରିସ୍ଥିତି ରେ ତୁରନ୍ତ ଘଟଣାସ୍ଥଳରେ ମୃତ ଓ ଖ୍ୟତ ବି ଖ୍ୟତ ହୋଇଥିବା ଗୋଟିଏ ପୋଲିଥିନ୍ ଜରିରେ ଗୁଟାଇ, ମୁନିଗୁଡ଼ା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର କୁ ଶବ ବ୍ୟବଚ୍ଛେଦ କରିବାକୁ ନିଆଁ ଯାଇଥିବା ବେଳେ ଆଜି ବ୍ୟବଛେଦ ସରିବାପରେ ମୃତ୍ୟୁ ହୋଇଥିବା ବ୍ୟକ୍ତି ଙ୍କ ପରିବାର କୁ ଶବ ହସ୍ତାନ୍ତର କରା‌ଯାଇଥିବା ଜଣାପଡିଛି । ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ପରିବାର ତରଫରୁ କ୍ଷୟକ୍ଷତି ଯୋଗାଇ ଦେବାକୁ ମୁନିଗୁଡ଼ା ପୋଲିସ ପ୍ରଶାସକଙ୍କୁ ଅନୁରୋଧ କରିଛନ୍ତିି । ଏଥିସହିତ ମୁନିଗୁଡ଼ା ଏକ ବ୍ୟସ୍ତବହୁଳ ଜନଗହଳି ପୂର୍ଣ୍ଣ ପରି ସ୍ଥାନରେ ରାତ୍ରି ସମୟରେ ଅନ୍ଧକାର ହେଉଥିବା ନେଇ ଓ ବାରୁମ୍ ବାର୍ ଷ୍ଟି୍ଟ୍ ଲାଇଟ୍ ଜଳୁନଥିବା ରୁ ଏହି ବିଷୟ ନେଇ ଅନେକ ଥର ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ବି ଅବଗତ କରିଥିବା ଅଞ୍ଚଳ ବାସୀଙ୍କ ତରଫରୁ କୁହାଯାଇଛି।ବେଳଥାଉ ଥାଉ ଏହା ସବୁ ଠିକ୍ ଠାକ୍ ଯଦି କରିଥାନ୍ତେ ହୁଏ ତ ଏହି ଦୁର୍ଘଟଣା ଘଟିନଥାନ୍ତା ବୋଲି ଅଞ୍ଚଳ ବାସୀଙ୍କ ଓ ବୁଦ୍ଧି ଯିବି ମହଳରେ ପ୍ରଶ୍ନବାଚୀ ହେଉଛି, ଉକ୍ତ ଜଳୁନଥିବା ଷ୍ଟି୍ଟ୍ ଲାଇଟ୍ ଗୁଡ଼ିକର ଶ୍ରିଘ୍ର ମରାାତିକରି ଜଳାଇ ବାର ବ୍ୟବସ୍ଥା ତ୍ୱରାନିତ କରାଯାଏ ତାହାହେଲେ ଏଭଳି ହେଉଥିବା ଦୁର୍ଘଟଣା ଆଗାମୀ ଦିନରେ କମିଯିବା ସମ୍ଭାବନା ରହିଛି। ମୁନିଗୁଡ଼ା ପୋଲିସ ତରଫରୁ ଅଧିକ ତଦନ୍ତ ଜାରୀ ରହିଛି।