ଢେଙ୍କାନାଳ ୨୭/୯(ଶୁଭମ ପାଣି)- ଆଜି ପୂର୍ବାହ୍ନରେ ଜିଲ୍ଲାପାଳ କାର୍ଯ୍ୟାଳୟରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ପର୍ବତାରୋହୀ ବିଭାରାଣୀ ପାତ୍ରଙ୍କୁ ଆଫ୍ରିକାସ୍ଥିତ କିଲିମଞ୍ଜର ପର୍ବତାରୋହଣ ସଫଳତା ପାଇଁ ସମ୍ବନ୍ଧିତ କରିଛନ୍ତି । ଗତକାଲି ମାନ୍ୟବର ରାଜ୍ୟପାଳ ଶ୍ରୀ ଗଣେଷ ଲାଲ ତାଙ୍କର ଏହି ସଫଳତା ପାଇଁ ତାଙ୍କୁ ସମ୍ବଦ୍ଧିତ କରିଥିଲେ । ବିଭାରାଣୀ ଜିଲ୍ଲାର ଜଣେ ସଫଳ ପର୍ବତାରୋହୀ ଅଟନ୍ତି । ସେ ଓଡାପଡା ବ୍ଳକସ୍ଥିତ ମେରାମୁଣ୍ଡଳୀ ଗ୍ରାମର ବାସିନ୍ଦା । ତାଙ୍କ ପିତାଙ୍କ ନାମ କୃଷ୍ଣ ପ୍ରସାଦ ପାଟରା ଏବଂ ମାତାଙ୍କ ନାମ ବିଦ୍ୟୁତ ପ୍ରଭା ପାଟର । ଏଯାବତ୍ ସେ ଖେଳ, ଦୁଃସାହସିକ କ୍ରୀଡ଼ା, ସାମାଜିକ କର୍ମୀଭାବେ ୧୫୩ଟି ପୁରସ୍କାର ପାଇଛନ୍ତି । ସେ ଆଫ୍ରିକାସ୍ଥିତ କିଲିମଞ୍ଜର ପର୍ବତକୁ ଆରୋହଣ କରିବା ରେ ସଫଲତା ହାସଲ କରିଛନ୍ତି । । ଯାହାକି ପର୍ବତାରୋହଣ ପାଇଁ ସର୍ବ ବୃହମ ଶୃଙ୍ଗ ଅଟେ । ଏହାର ଉଚ୍ଚତା ୧୯୩୪୧ ଫୁଟ(୫୮୯୫ମି) ଅଟେ । ସେ ନିଜର ଆଗାମା ପ୍ରୟାସରେ ଋଷିଆର ଏଲ୍ବ୍ରସ ଶୃଙ୍ଗ ଆରୋହଣ କରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି । ତାଙ୍କ ପର୍ବତାରୋହଣରେ ଅର୍ଥ ବାଧକ ସାଜୁଥିବା ନେଇ ସେ ୫ଟି ସଚିବଙ୍କୁ ଟୁଇଟ୍ ମାଧ୍ୟମରେ ଜଣାଇଥିଲେ । ଏହାପରେ ୫ଟି ସଚିବଙ୍କ ନିର୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ତରଫରୁ ତାଙ୍କୁ ୨୫୦୦୦ ଟଙ୍କାର ଆର୍ଥିକ ସହାୟତା ରାଶି ଚେକ୍ ଅ।କାରେର ପ୍ରଦାନ କରାଯାଇଥିଲା । ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତର କାମନା କରିଛନ୍ତି । ଏହି ଅବସରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଜ୍ଞାନ ରଂଜନ ମହାପାତ୍ର ଏବଂ ଅନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।