ଆଇନଜୀଵୀ ଙ୍କ ହୃଦଘାତରେ ପରଲୋକ: ଓକିଲ ସଂଘ ତରଫରୁ ଶୋକସଭା


ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ସରକାରୀ ଆଇନଜୀଵୀ ଦିଲ୍ଲୀପ ବଳିଆରସିଂ ଙ୍କ ସୋମବାର ହୃଦଘାତରେ ପରଲୋକ ହୋଇଛି l ଶ୍ରୀ ସିଂ ନିଜ ପରିବାର ଲୋକେ ରହୁଥିବା ଭଞ୍ଜନଗରକୁ ଯାଇଥିବା ବେଳେ ସେଠାରେ ସେ ହଠାତ ହୃଦଘାତ ର ଶିକାର ହୋଇ ମୃତ୍ୟୁ ବରଣ କରିଥିଲେ l ତାଙ୍କର ଏହି ବିୟୋଗ ଖବର ପ୍ରଚାରିତ ହେବା ପରେ ସମଗ୍ର ଜିଲ୍ଲା ଆଇନଜୀଵୀ ମହଲରେ ଶୋକର ଛାୟା ଖେଳିଯାଇଛି l ଏହି ଅବସରରେ ସ୍ଥାନୀୟ ଓକିଲ ସଂଘ ତରଫରୁ ସଭାପତି ଟି.ହରିଶ୍ଚନ୍ଦ୍ର ରାଓ ଙ୍କ ଅଧ୍ୟକ୍ଷତାରେ ସଂଘ ପରିସରରେ ଏକ ଶୋକ ସଭାର ଆୟୋଜନ କରାଯାଇଥିଲା l ଏଥିରେ ସ୍ୱର୍ଗତ ଶ୍ରୀ ସିଂଙ୍କ ଫୋଟ ଚିତ୍ର ରେ ପୁଷ୍ପମାଲ୍ୟାର୍ପଣ କରି ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ l ଏହି ଶୋକସଭା ରେ ସଂଘର ସମ୍ପାଦକ ଅନିଲ କୁମାର ଦାଶ , ନୀଳାଦ୍ରି କେଶରୀ ସାହାଣୀ, ସୁରେଶ କୁମାର ପଟ୍ଟନାୟକ, ପଦ୍ମ ଚରଣ ପଟ୍ଟନାୟକ, ରବିନ ଚନ୍ଦ୍ର ସାହୁ, ଶିରିସ ପ୍ରଧାନ , ଅବନୀ ପଟ୍ଟନାୟକ, ଚିତ୍ତରଞ୍ଜନ ନାୟକ, ରମେଶ ଚନ୍ଦ୍ର ମହାରଣା, ପଦ୍ମ ଚରଣ ପଣ୍ଡା, ପ୍ରଦୀପ କୁମାର ପାଣିଗ୍ରାହୀ, ଗୋବର୍ଦ୍ଧନ ମଲିକ , ମାନସ ରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସ୍ମୁତି ଚାରଣ କରିଥିଲେ ।