ମୁଖିଗୁଡ଼ା ,ଜୟପାଟଣା (ଅରୁଣ କୁମାର ସାହୁ):-କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀ ମାନଂକୁ ବିକାଶର ସ୍ରୋତରେ ସାମିଲ କରିବା ପାଇଁ ଏବଂ ସେମାନଙ୍କ ମଧ୍ୟରେ ଥିବା ଅନ୍ଧବିଶ୍ୱାସ, ନିରକ୍ଷତା ଆଦି ଦୂର କରିବା ଓ ଆଦିବାସୀ ଅଞ୍ଚଳର ବିକାଶ ପାଇଁ ବିଭିନ୍ନ ଯୋଜନା ମାନ କାର୍ଯ୍ୟକାରୀ ଦିଗରେ କୋଟି କୋଟି ଟଙ୍କା ବ୍ୟୟ କରୁଥିଲେ ମଧ୍ୟ ସେ ସବୁ ଯୋଜନା ଗୁଡିକ ଅଦ୍ରାବଧି ଆଦିବାସୀ ମାନଙ୍କ ପାଖରେ ପହଂଚି ପାରି ନାହଁ |ସରକାର ଏବଂ ପ୍ରଶାସନିକ ଅଧିକାରୀ ମାନଙ୍କ ଆନ୍ତରିକତା ଅଭାବରୁ ଦେଶ ସ୍ୱାଧୀନତାର ୭୬ ବର୍ଷ ପରେ ମଧ୍ୟ ଆଦିବାସୀ ମାନେ ଦାରିଦ୍ର, ନିରକ୍ଷରତା, ନିର୍ଯ୍ୟାତନା ଓ ବୈଷ୍ଠମତା ମଧ୍ୟରେ କଳାତିପାତ କରୁଛନ୍ତି |ଜଙ୍ଗଲରେ ବସବାସ କରୁଥିବା ନିରୀହ ଆଦିବାସୀ ମାନଙ୍କ ଦୁର୍ଦଶା କୁ ଅନୁସନ୍ଧାନ କଲେ ଏବେ ବି ସେମାନଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ, ବିଦ୍ୟୁତ, ସ୍ୱାସ୍ଥ୍ୟ, ଖାଦ୍ୟ, ବସ୍ତ୍ର, ଶିକ୍ଷା, ରାସ୍ତା ଆଦି ସେମାନଙ୍କ ପାଇଁ ଦିବା ସ୍ବପ୍ନରେ ରହିଛି |ଏପରିକି ବର୍ତମାନର ଦ୍ରୁତଗାମୀ ଦୁନିଆରେ ବିଜ୍ଞାନ ଲୋକଙ୍କୁ କେଉଁଠି ନେଇ ପହଞ୍ଚାଉଥିବା ବେଳେ ନିଜର ଓ ଦୁନିଆର ହାଲଚାଲ ସମ୍ପର୍କରେ ସେମାନେ ସମ୍ପୂର୍ଣ ଅଜ୍ଞ ଦେଖିବାକୁ ମିଳୁଛି |ଦେଶର ୭୪ ପ୍ରତିଶତ ଆଦିବାସୀ ଦାରିଦ୍ର୍ୟ ସୀମା ରେଖାରେ ରହୁଥିବା ବେଳେ ମୌଳିକ ସୁବିଧା ପାଇବାରୁ ବଂଚିତ ହେଉଛନ୍ତି |କଳାହାଣ୍ଡି ଜ଼ିଲ୍ଲାରେ ୮୫ ଭାଗ ଆଦିବାସୀ ଅଦ୍ୟାବଧି ପଟ୍ଟା ପାଇ ନ ଥିବା ବେଳେ ସେମାନଂକୁ ବଳ ପୂର୍ବକ ଉଛେଦ କରାଯାଉଥିବା ଆଦିବାସୀ କଲ୍ୟାଣ ସଂଘ ସମିତି ପକ୍ଷରୁ ଅଭିଯୋଗ ହୋଇଛି |ଆଦିବାସୀ ମାନଂକୁ ଦଳପଟ୍ଟା ଆବଣ୍ଟନ ପାଇଁ ସରକାଙ୍କ ନିର୍ଦେଶ ଥିବା ବେଳେ କଳାହାଣ୍ଡି ଜ଼ିଲ୍ଲାର ଏହାକୁ ତୁରାନ୍ନିତ କରାଯାଇ ପାରୁନାହିଁ |ଜଙ୍ଗଲରୁ ବାଉଁଶ ଗଜାରୁ କରଡ଼ି, ପତ୍ର, ଠୁଙ୍ଗା, କାଠ ଓ ଖଜୁରୀ ପତ୍ର ସଂଗ୍ରହ କରି ଖଲି ପ୍ରସ୍ତୁତ କରି ବଜାରରେ ବିକ୍ରି କରି ନିଜ ପରିବାର ପ୍ରତିପୋଷଣ କରି ଆସୁଛନ୍ତି |ମାତ୍ର ଜଙ୍ଗଲଜାତ ଦ୍ରବ୍ୟ ଉପରେ ଭରଷା କରିଥିବା ଆଦିବାସୀ ମାନଙ୍କ ଠାରୁ ବନବିଭାଗ ଓ ରାଜସ୍ବ ବିଭାଗ ଅଧିକାରୀ ମାନେ ଜଙ୍ଗଲ ଜାତ ଦ୍ରବ୍ୟ କୁ ଚୋରି କରି ଆଣୁଥିବା ଅଭିଯୋଗରେ ଜୋରିମାନା ଆଦାୟ କରିବାକୁ ମଧ୍ୟ ପଛାଉ ନାହାଁନ୍ତି |ଏପରିକି ମିଛ ମାମଲାରେ ଜେଲ ପଠାଉ ଥିବା ଆଦିବାସୀ ମାନେ ଅଭିଯୋଗ କରି ଆସୁଛନ୍ତି |କେବଳ ଜଙ୍ଗଲ ଜମିରେ ନୁହେଁ ଶିକ୍ଷାରେ, ବିକାଶରେ ମଧ୍ୟ ଆଦିବାସୀ ମାନେ ଅବହେଳିତ ହୋଇ ରହିଛନ୍ତି |ଛାତ୍ର ଛାତ୍ରୀ ମାନଙ୍କୁ ଗୁଣାତ୍ମକ ଶିକ୍ଷା ସାତ ସପନ ପାଲଟିଛି |ସେହିପରି ସାନ୍ତଳ ଭାଷାରେ ଶିକ୍ଷାଦାନ ଯୋଜନା ଆଦ୍ୟାବଧି କାର୍ଯକାରୀ ହୋଇ ନାହଁ |ସରକାରୀ ସୁ ଫଳର ପ୍ରାୟ ୮0ପ୍ରତିଶତ ଅଷ୍ଟମ ଶ୍ରେଣୀ ଛାତ୍ର ଛାତ୍ରୀ ମାନେ ମଧ୍ୟ ଲେଖି ପଢି ପାରୁ ନ ଥିବା ଅଭିଯୋଗ ହେଉଛି |ଆଦିବାସୀ ଙ୍କ ଜାତୀୟ ସ୍ତରରେ ଶିକ୍ଷା ଦାନ ୬୭ ପ୍ରତିଶତ ଥିବା ବେଳେ ଓଡିଶାରେ ଏହା ୩୭ ପ୍ରତିଶତ ରହିଛି |ମହିଳା ମାନଙ୍କ କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ଭିତ୍ତିକ ବ୍ୟବସ୍ଥା ଥିଲେ ମଧ୍ୟ ଉଚ୍ଚ ଶିକ୍ଷା ଓ ବୈଷୟୀକ ଶିକ୍ଷା କ୍ଷେତ୍ରରେ ଆଦୌ ପ୍ରତି ଫଳିତ ହୋଇ ନାହଁ |ଜ଼ିଲ୍ଲାରେ ନ କଲି ବା ଜାଲିଆତି ପ୍ରମାଣ ପତ୍ରର କାରବାର ଖୁବ ଜୋରସୋର ରେ ଚାଲିଛି |ଫଳରେ ପ୍ରକୃତ ହିତାଧିକାରୀ ମାନେ ସରକାର ଙ୍କ ସଂରକ୍ଷିତ ଯୋଜନା ରୁ ବଂଚିତ ରହୁଥିବା ବେଳେ ଏହାର ଲାଭ ନିର୍ଦ୍ଧିଷ୍ଟ ଗୋଷ୍ଟି ଉଠାଇବାରେ ଲାଗି ଛନ୍ତି |ଜ଼ିଲ୍ଲାରେ ବିଭିନ୍ନ କାର୍ଯ୍ୟାଳୟ ମାନଙ୍କରେ ନକଲି ଜାତି ପ୍ରମାଣ ପତ୍ର ଦେଇ ନିଯୁକ୍ତି ପାଇ ଥିବା ବେଳେ ଶିକ୍ଷିତ ଆଦିବାସୀ ଯୁବକ ଯୁବତୀ ବେ ରୋଜଗାର ରହୁଥିବା ଆଦିବାସୀ ସୁରକ୍ଷା ସମିତି ପକ୍ଷରୁ ଅଭିଯୋଗ କରା ଯାଉଛି |ଜ଼ିଲ୍ଲାରେ ଅନେକ ବନବାସୀ ଗାଁ ଗୁଡିକୁ ଏ ପର୍ଯ୍ୟନ୍ତ ସବୁଦିନିଆ ରାସ୍ତା ଟିଏ ମଧ୍ୟ ନାହଁ |ସ୍ୱାଧୀନତା ର ଦୀର୍ଘ ବର୍ଷ ବିତି ଯାଇଥିଲେ ମଧ୍ୟ ଏଠାକାର ଆଦିବାସୀ ଜହ୍ନ ଆଲୁଅରେ ମୁହଁ ଦେଖୁ ଛନ୍ତି |ସ୍ୱାସ୍ଥ୍ୟଗତ ସମସ୍ୟା ଦିଗରେ ମଧ୍ୟ କଳାହାଣ୍ଡି ଜ଼ିଲ୍ଲା ବହୁ ପଛରେ |ଏପରି ସ୍ଥିତିରେ କେନ୍ଦ୍ର ଓ ରାଜ୍ୟ ସରକାର ବିକାଶ ଯେଉଁ ଡିଣ୍ଡିମ ପୁଟୁଛି ତାହା ହାସ୍ୟାସ୍ପଦ ବୋଲି ଜ଼ିଲ୍ଲା ଆଦିବାସୀ ସୁରକ୍ଷା ସମିତି ପକ୍ଷରୁ ଅଭିଯୋଗ ହେଉଛି |ଏ ସମ୍ପର୍କରେ ରାଜ୍ୟ ସରକାର ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି |