ବ୍ରଜନଗରରେ ବିଘ୍ନ ବିନାଶକ ବିନାୟକଙ୍କ ପୂଜା ଅନୁଷ୍ଠିତ।

ବ୍ରହ୍ମପୁର,(ଶ୍ରୀକାନ୍ତ କୁମାର ବେହେରା)- ସନାତନ ଧର୍ମ ସଂସ୍କୃତିର ଅନନ୍ୟ ପ୍ରାଚୀନ ପର୍ବ ତଥା ହିନ୍ଦୁ ଧର୍ମରେ ଗଣ ପର୍ବର ମାନ୍ୟତା ପାଇଥିବା ପବିତ୍ର ଗଣେଶ ପୂଜା ବିନାୟକ ଚତୁର୍ଥୀ ଅବସରରେ ବ୍ରଜନଗର ଠାରେ ଆଧ୍ୟାତ୍ମିକ ପରିବେଶରେ ଓ ବୈଦିକ ରୀତିରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଅଛି। ବ୍ରଜନଗର ଠାରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ଗୁରୁଜୀ ଶ୍ରୀକାନ୍ତ ପଟ୍ଟନାୟକ ମୁଖ୍ୟ ପୁରୋଧା ଥିବା ବେଳେ ପୂଜାରୀ ପାଢ଼ୀ ବାବୁ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ। ବିଘ୍ନ ବିନାଶକ ତଥା ବିଦ୍ୟା ଦାତା ଓ ସିଦ୍ଧ ଦାତା ରୂପେ ପରିଚିତ ଶ୍ରୀଗଣେଶଙ୍କ ପୂଜା ହିନ୍ଦୁ ଧର୍ମାବଲମ୍ବୀଙ୍କ ମଧ୍ୟରେ ଏକ ବହୁତ ଗୁରୁତ୍ତ୍ୱପୂର୍ଣ ଓ ସ୍ବତନ୍ତ୍ର ଭୂମିକା ରଖୁଛି । ବିଶେଷ କରି ବିଦ୍ୟା ଓ ଜ୍ଞାନ ଅନୁରାଗି ଏବଂ ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ସ୍ଥାନ ସବୁଠୁ ଅଧିକ ଏବଂ ସେମାନେ ଏହି ଦିନ ନୂଆ ବସ୍ତ୍ର ପରିଧାନ କରି ନିଷ୍ଠାର ସହ ଲମ୍ବୋଦରଙ୍କୁ ଆବହାନ କରନ୍ତି ଓ ଏହି ଦିନଟିକୁ ଆନନ୍ଦ ଉଲ୍ଲାସରେ ପାଳି ଥାନ୍ତି। ନଡ଼ିଆ କଦଳୀ ଓ ବିଭିନ୍ନ ଫଳ ମୂଳ ସହ ଶ୍ରୀଗଣେଶଙ୍କୁ ତାଙ୍କର ପ୍ରିୟ ଲଡୁ ଭୋଗ ଲାଗି ଏହି ଦିନ ଘରେ, ସ୍କୁଲ, କଲେଜ, ମନ୍ଦିର ଓ ବିଭିନ୍ନ ଅନୁଷ୍ଠାନ ଏବଂ ପୂଜା ପେଣ୍ଡାଲ ମାନଙ୍କରେ କରାଯାଇଥାଏ। ବ୍ରଜନଗର ଠାରେ ଅନୁଷ୍ଠିତ ଉକ୍ତ ପୂଜାରେ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ସଭାପତି ସଞ୍ଜୀବ କୁମାର ପଟ୍ଟନାୟକ ଓ କୋଷାଧ୍ୟକ୍ଷ ଏମ୍. ଲାବଣ୍ୟ ପାତ୍ର ଯୋଗ ଦେଇ ସହଯୋଗ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମିରା ପଟ୍ଟନାୟକ,, ସରିତା ପଟ୍ଟନାୟକ , ଭୁବନେଶ୍ଵର ଜେନା, ରାଜୀବ ପଟ୍ଟନାୟକ, ଶୁଭମ୍ ବାରିକ, ଅନ୍ନପୂର୍ଣ୍ଣା ପଟ୍ଟନାୟକ, ଓମ୍ ବେହେରା , ପପୁ, ତିତିଲି, ମିତ୍ତଲି , ଶଙ୍କର, ୟୁୱାନ ଓ ସୋମ ପ୍ରମୁଖ ବିଦ୍ୟାର୍ଥୀ ପୂଜାରେ ସାମିଲ ଥିଲେ। ସଞ୍ଜୀବ କୁମାର ପଟ୍ଟନାୟକ , ସଭାପତି, ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି, ବ୍ରହ୍ମପୁର।