ଢେଙ୍କାନାଳ ଅମଲାପଡା ବସ୍ଷ୍ଟାଣ୍ଡ ଠାରେ ଟାକ୍ସି ଓନର୍ସ ଆସୋସିଏସନ୍ ପକ୍ଷରୁ ବିଶ୍ବକର୍ମ ପୂଜା ପାଳିତ ହୋଇଯାଇଅଛି । ପ୍ରାତଃରେ କଳସ ସ୍ଥାପନ ହୋଇଥିବାବେଳେ ସକାଳ ୧୧ ଘଟିକାରେ ସୂର୍ଯ୍ୟ ପୂଜା, ମଣ୍ଡଳ ପୂଜା ସହିତ ଦିବା ୧୨ ଘଟିକାରେ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଥିଲା । ଦିବା ୨ ଘଟିକାରେ ଭକ୍ତମାନେ ପ୍ରସାଦସେବନ କରିଥିଲେ। ଟାକ୍ସି ଆସୋସିଏସନ୍ର ସଭାପତି ନରେଶ କୁମାର ସିଂ ଓ ସଂପାଦକ ଚିନ୍ମୟ କୁମାର ରାଉତଙ୍କ ତତ୍ୱାବଧାନରେ କର୍ମକର୍ତା ସରୋଜ କୁମାର ମହାପାତ୍ର, ଯୁଗଳଧର ଚକ୍ର, ନବ କିଶୋର ଦାସ, ଦୁଃଶା ସନ ସିଂ ଓ ଅନ୍ୟାନ୍ୟ ସଭ୍ୟ ବୃନ୍ଦ ଉପସ୍ଥିତ ରହି ପୂଜାକୁ ପରିଚାଳନା କରିଥିଲେ ।
ଢେଙ୍କାନାଳ ମୀନାବଜାରଠାରେ ବଣିଆ ସଂଘ ଗୋଲ୍ଡ ଷ୍ଟାର କ୍ଲବ୍ ପକ୍ଷରୁ ୩୭ ତମ ବିଶ୍ୱକର୍ମା ପୂଜା ମହାଆଡମ୍ବର ସହ ପାଳିତ ହୋଇଯାଇଅଛି । ପ୍ରାତଃରୁ କଳସ ଯାତ୍ରା ଆରମ୍ଭ ହୋଇ ମହା ଆଡମ୍ବରପୂର୍ଣ୍ଣ ଭାବରେ ଅନୁଷ୍ଠାନର କର୍ମକର୍ତାମାନଙ୍କ ଦ୍ୱାରା ସଂପାଦନ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ବାଳଭୋଗ, ମଣ୍ଡଳ ପଜା ଓ ବିଭିନ୍ନ ରୀତିନୀତି ସହ ପୂଜା ଆରମ୍ଭ ହୋଇଥିଲା । ଏହାପରେ ବିଭିନ୍ନ ପ୍ରକାର ଭୋଗର ଲାଗି କରାଯାଇଥିଲା । ଏହି ପୁଜା ୪ଦିନ ପର୍ଯ୍ୟନ୍ତ ଲାଗି ରହିବ ଓ ଆସନ୍ତା ୨୦ ତାରିଖ ବୁଧବାର ବିସର୍ଜନ ଉତ୍ସବ ଅନୁଷ୍ଠିତ ହେବ। କ୍ଲବ୍ର ସମସ୍ତ କର୍ମକର୍ତାମାନଙ୍କ ସହଯୋଗରେ ଏହାକୁ ସମ୍ପନ୍ନ କରାଯାଇଅଛି ।
ଢେଙ୍କାନାଳ ବନ୍ଧ୍ୟାଣ୍ଡସ୍ଥିତ ବାବା ଆଖଣ୍ଡଳମଣୀ ଅଟୋ ୱେଲ୍ଫେୟାର୍ ଆସୋସିଏସନ୍ ପକ୍ଷରୁ ପକ୍ଷରୁ ବିଶ୍ବକର୍ମ ପୂଜା ପାଳିତ ହୋଇଯାଇଅଛି । ପ୍ରାତଃରେ କଳସ ସ୍ଥାପନ ହୋଇଥିବାବେଳେ ସକାଳ ୧୦ ଘଟିକାରେ ସୂର୍ଯ୍ୟ ପୂଜା, ମଣ୍ଡଳ ପୂଜା ସହିତ ଦିବା ୧୧ ଘଟିକାରେ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଥିଲା। ଆସୋସିଏସନ୍ର ଉପଦେଷ୍ଟା ପତିତ ପବାବନ ମିଶ୍ରଙ୍କ ଉପସ୍ଥିତିରେ ସଭାପତି ରମେଶ ମହାନ୍ତି, ସଂପାଦକ ଗୌତମ ଉଦୟ ସିଂ ଓ ସହ-ସମ୍ପାଦକ ସୁଶାନ୍ତ ମହାନ୍ତିଙ୍କ ତତ୍ବାବଧାନରେ କର୍ମକର୍ତା ବନ ବାହାଦୂର, ପୃଥ୍ବୀରାଜ ମହାପାତ୍ରଙ୍କ ସମେତ ବହୁ କର୍ମକର୍ତା ଉପସ୍ଥିତ ରହି ପୂଜାକୁ ପରିଚାଳନା କରିଥିଲେ।