ଗୁଣପୁର,(ସିଦ୍ଧାର୍ଥ ଦାସ): ଶିକ୍ଷକ ମାନଙ୍କ ଦରଦୀ ବନ୍ଧୁ ସର୍ଵଦା ଶିକ୍ଷକ ମାନଙ୍କ ହିତୈଷୀ ସ୍ୱର୍ଗତଃ ସୁନୀଲ କୁମାର ସ୍ୱର୍ଗବାସକୁ ଗମନ କରିବା ଏବଂ ତାଙ୍କର ଦ୍ୱାଦଶହରେ ଶିକ୍ଷକ ମାନେ ତାଙ୍କ ନିମନ୍ତେ ଏକ ଶ୍ରଦ୍ଧାଞ୍ଜଳି ସଭା ଶ୍ରୀନିବାସ ନଗର, ଗୁଣପୁର ଠାରେ ଆୟୋଜନ କରିଛନ୍ତି ଗୁଣପୁର ବ୍ଳକର ବିଭିନ୍ନ ଶିକ୍ଷକ ଓ ସମାଜ ସେବୀ ମାନେ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରି ଅମର ଆତ୍ମାର ସଦଗତି ନିମନ୍ତେ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି। ଏହି ସଭାରେ ଅବସର ପ୍ରାପ୍ତ ଶିକ୍ଷକ ନରସିଂହ ଦାଶ ସଭାପତିତ୍ୱ କରିଥିବା ବେଳେ ଅନ୍ୟତମ ଅବସର ପ୍ରାପ୍ତ ଶିକ୍ଷକ ରାଜଗୁରୁ ମହାପାତ୍ର ଓ ଶିକ୍ଷକ ସଞ୍ଜୟ ଦାଶ ସଭା ପରିଚାଳନା କରିଥିଲେ। ଶିକ୍ଷକ ସମାଜ ପାଇଁ ସ୍ୱର୍ଗତଃ ସୁନିଲ ଦାସଙ୍କ ଅବଦାନ ଓ ତାଙ୍କ ନିର୍ଭୀକତାର ସ୍ମୃତି ଚାରଣ କରି ଏକ ଅପୁରଣୀୟ କ୍ଷତି ବୋଲି ମତ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଗୁଣପୁର ଶିକ୍ଷକ ବୃନ୍ଦ ଭାସ୍କର ଦାଶ, ପ୍ରବୀଣ ରଥ ଓ ଟୋନି ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ।ଶ୍ରଦ୍ଧାଞ୍ଜଳି ସଭା ଶେଷରେ ସ୍ଥାନୀୟ ଅଦ୍ୱୈତ ବେଦାନ୍ତ ଆଶ୍ରମର ନାଳନୀ ମହାନ୍ତି ପ୍ରମୁଖ ଭଗବାନ ଗୀତା ପାରାୟଣ କରି ଆମ୍ବର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ। ସେହିଭଳି ସନ୍ଧ୍ୟା ରେ ସ୍ଥାନୀୟ ଗାନ୍ଧୀ ଛକ ଠାରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀ ଠାରେ କ୍ୟାଣ୍ଡେଲ ଲଗାଇ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ପୁରୁଣା ବସ୍ ଷ୍ଟାଣ୍ଡ ଠାରୁ ବାହାରି ନୂତନ ବସ୍ ଷ୍ଟାଣ୍ଡ ଠାରେ ଥିବା ସ୍ଵର୍ଗତ ସୁନୀଲ ଦାଶଙ୍କ ବାସ ଭବନ ଠାରେ ପହଁଚି ଥିଲା। ସ୍ୱର୍ଗତଃ ସୁନୀଲ ଦାଶ ଅମର ରହେ ସ୍ଲୋଗାନ୍ ରେ କମ୍ପିଥିଲା ଗୁଣପୁର ସହର।