ସରକାରୀ କାର୍ଯ୍ୟରୁ ମାଟି ବିକ୍ରି ଅଭିଯୋଗ,ସାଧାରଣରେ ଅସନ୍ତୋଷ ।

ଗଂଜାମ:( ଶିବାନନ୍ଦ ପଲାଇ): ଗଂଜାମ ଏନଏସି ରୁ ପୁଣି ମାଟି ବିକ୍ରି ହେଉଥିବାର ଅଭିଯୋଗ ହେଉଛି ।ଗଂଜାମ ଏନଏସି ର ବିଭିନ୍ନ ନିର୍ମାଣଧିନ କାର୍ଯ୍ୟକୁ ଟାର୍ଗେଟ କରି ଠିକାଦାର ମାନଙ୍କ ଜରିଆରେ ମାଟି ବାହାରେ ସାତ ଶହ ରୁ ହଜାରେ ଟଙ୍କାରେ ବିକ୍ରି କରୁଛନ୍ତି ମାଟି ବ୍ୟବସାୟୀ । ସରକାରୀ ମାଟିକୁ ସରକାରୀ କାମରେ ବ୍ୟବହାର ନ କରାଯାଇ ବାହାରେ ବିକାଯାଉଥିବାରୁ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି ।ସବୁଠାରୁ ବଡ଼କଥା ହେଉଛି ପରିମଳରେ ନିୟୋଜିତ ଟ୍ରାକ୍ଟର (OR07AA 4358)ସହରର ବିଭିନ୍ନ ବ୍ୟକ୍ତିଗତ ସ୍ଥାନରେ ମାଟି ପକାଉଥିବାରୁ ଫୋଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା ।ଏ ନେଇ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ପତିକ୍ରିୟା ସମ୍ଭବପର ହୋଇପାରି ନାହିଁ ।ଅନ୍ୟପଟରେ ପୂର୍ତ୍ତ ବିଭାଗ ଦ୍ଵାରା ଦାମୋଦରପୁର ନିକଟରେ ପକାଯାଇଥିବା ଫେବର ବ୍ଲକ ଇଟାକୁ ଗାଡି ଲଗାଇ ଦିନ ଦିପହରେ ନିଆଯାଉଥିବା ଦେଖାଦେଇଛି ।ଏ ନେଇ ସରକାରୀ ଯନ୍ତ୍ରୀ ସହ ଯୋଗାଯୋଗ କରିବାରୁ ତଦନ୍ତ ହେଉଛି ସତ୍ୟାସତ୍ୟ ଥିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ।ବିଶେଷକରି ରାଜନୈତିକ ପୃଷ୍ଠଭୂମି ଥିବା କିଛି ନିଦିଷ୍ଠ ଠିକାଦାର ଏପରି ମନମାନି ଓ ବିଶୃଙ୍ଖଳା କରୁଥିବାର ସାଧାରଣରେ ଚର୍ଚ୍ଚା ହେଉଛି ।