ଟିକିରୀ, (ପ୍ରଫୁଲ୍ଲ କୁମାର ବେହେରା) : ଅଦ୍ୟ ତା-୦୩.୦୯.୨୦୨୩ ରିଖ ରବିବାର ଦିନ ଜିଲ୍ଲା ଆଇନ ସେବା ପ୍ରାଧିକରଣ ରାୟଗଡା ଦ୍ବାରା ସ୍ଥାନୀୟ ଜି.ସି.ଡି(ଜିଲ୍ଳା) ହାଇ ସ୍କୁଲ ରେ ପ୍ରାତଃ ୯.୩୦ ଘଟିକା ଠାରୁ ଜିଲ୍ଲା ସ୍ତରୀୟ ଆନ୍ତ ବିଦ୍ୟାଳୟ ନାଟକ, ପ୍ରବନ୍ଧ, ବକୃତା, ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏଥିରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ସତ୍ୟନାରାୟଣ ସଡଙ୍ଗୀ ସଭାପତିତ୍ବ କରିଥିଲେ ଏବଂ ଏହା ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଶ୍ରୀମତି ନିବେଦିତା ପଣ୍ଡା ଙ୍କ ତତ୍ବାବଧାନ ରେ ଅନୁଷ୍ଠିତ ହୋଇଥିଲା l ମଞ୍ଚାସିନ ଅତିଥି ଭାବରେ ରାୟଗଡା ଜିଲ୍ଲାର ପରିବାର ଅଦାଲତର ବିଚାରପତି ଶ୍ରୀ ଅମୂତ ରଞ୍ଜନ ନନ୍ଦ, ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଶ୍ରୀମତି ରୀନା ଚୌଧୁରୀ, ମୂଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଶ୍ରୀମତି ମିନାକ୍ଷ ପ୍ରିୟଦର୍ଶିନି, ମହିଳା କୋଟ ର ବିଚାରପତି ଶ୍ରୀମତି ସୋନାଲ ସର୍ମା, ରେଜିଷ୍ଟର ଦେବିଜ୍ୟୋତି ମହାପାତ୍ର, ସବ୍ ଜଜ୍ ଶ୍ରୀ ସୋମ୍ୟରୂପ ସାହୁ, ଅନୁ ବିଚାରବିଭାଗୀୟ ଦଣ୍ଡାଧିକାରୀ ଶ୍ରୀମତି ବର୍ଷା ଦାସ, ନ୍ୟାୟଧିକାରୀ ଶ୍ରୀ ଚନ୍ଦନ କୁମାର ଦେହୁରୀ ଓ ଜିଲ୍ଲା ଶିକ୍ଷା ଅଧିକାରୀ, ରାୟଗଡା, ଜି.ସି.ଡି(ଜିଲ୍ଳା) ହାଇ ସ୍କୁଲ ର ପ୍ରାଧାନ ଶିକ୍ଷକ ଉପସ୍ଥିତ ଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଓକିଲ ଶ୍ରୀ ସୀତାରାମ ପଣ୍ଡା, ଶିକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ l ଏତଦବ୍ୟତୀତ ଜିଲ୍ଳା ଆଇନ ସେବା ପ୍ରାଧିକରଣର ସମସ୍ତ କର୍ମଚାରୀ ମଧ୍ୟ ଏହି କାର୍ଯ୍ୟକ୍ରମ ରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ l ଉକ୍ତ ପ୍ରତିଯୋଗୀତା ରେ ୧୧ ଟି ବିଦ୍ୟାଳୟ ଅଂଶ ଗ୍ରହଣ କରିଥିଲେ ବିଚାରକ ମାନଙ୍କ ମଧ୍ୟରେ ବିଶିଷ୍ଟ ନାଟ୍ୟକାର ଶ୍ରୀ ପ୍ରଭାକର ମିଶ୍ର, ପିତାମହଲ ଆଶ୍ରମ ସ୍କୁଲର ଶିକ୍ଷକ ଶ୍ରୀ ଦୂତିଚନ୍ଦ୍ର ସାହୁ, ବି.କେ ମହାନ୍ତି ଓ ଅନ୍ୟ ଶିକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ l ପ୍ରବନ୍ଧ,ବକୃତା ଓ ଚିତ୍ରାଙ୍କନ ପ୍ରତିଯୋଗୀତା ରେ ସରସତି ଶିଶୁ ବିଦ୍ୟାମନ୍ଦିର, ରାୟଗଡା, ସେକ୍ରେଟ ହାଟ ସ୍କୁଲ, ରାୟଗଡା ଓ ସରକାରୀ ବାଳିକା ବିଦ୍ୟାଳୟ ରାୟଗଡା ପ୍ରଥମ ସ୍ଥାନ ଅଧିକର କରି Zonal Level ପ୍ରତିଯୋଗୀତା ରେ ଅଂଶଗ୍ରହଣ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି l ସେହିପରି ନାଟକ ପ୍ରତିଯୋଗିତାରେ ଇମ୍ପା କେମ୍ପସ ଉଚ୍ଚ ବିଦ୍ୟାଳୟ, ଥେରୁବାଲି ପ୍ରଥମ ସ୍ଥାନ ଅଧିକାର କରି Zonal Level ପ୍ରତିଯୋଗୀତା ରେ ଅଂଶଗ୍ରହଣ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି l