ତ୍ରିଧାରା ସାହିତ୍ୟ ସଂସଦ, ବଇଣ୍ଡା, ଅନୁଗୋଳ ସ୍ଥାନୀୟ ଜନତା ମହା ବିଦ୍ୟାଳୟ ପରିସରରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ ।

ଅନୁଗୋଳ,(ବୁଲୁ ଦଳେଇ): ତ୍ରିଧାରା ସାହିତ୍ୟ ସଂସଦ, ବଇଣ୍ଡା, ଅନୁଗୋଳ ସ୍ଥାନୀୟ ଜନତା ମହା ବିଦ୍ୟାଳୟ ସହ ମିଳିତ ଉଦ୍ୟମରେ ମହା ବିଦ୍ୟାଳୟ ପରିସରରେ ସଂସଦର ସଭାପତି ଶ୍ରୀବତ୍ସ ପ୍ରଧାନଙ୍କ ଅଧ୍ୟକ୍ଷତାରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ ହୋଇଯାଇଚି। ଏଥିରେ ଆଠମଲ୍ଲିକ ଉପଜିଲ୍ଲାପାଳ ଡ. ଜିତେନ୍ଦ୍ର କୁମାର ପାତ୍ର ମୁଖ୍ଯ ଅତିଥି ଭାବରେ, ମହାବିଦ୍ୟାଳୟର ଓଡ଼ିଆ ବିଭାଗର ମୁଖ୍ଯ ଶ୍ରୀଯୁକ୍ତ କାଳିଆ ସେଠୀ ମୁଖ୍ଯ ବକ୍ତା ଭାବରେ, ସମ୍ମାନିତ ଅତିଥି ରୂପରେ ମହାବିଦ୍ୟାଳୟର ଅଧକ୍ଷ ଶ୍ରୀଯୁକ୍ତ କାଳନ୍ଦୀ ଚରଣ ପ୍ରଧାନ ଓ ବଲାଙ୍ଗିରର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଗିରିଜା ଶଙ୍କର ରଥ ଯୋଗ ଦେଇଥିଲେ। ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ପରେ ଅତିଥିମାନେ କବି ମେହେରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ନିକଟରେ ଇହଲୀଳା ସମ୍ବରଣ କରିଥିବା ଆମ ଓଡ଼ିଶାର ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ କବି ଡ. ଜୟନ୍ତ କୁମାର ମହାପାତ୍ରଙ୍କ ପାଇଁ ଗୋଟିଏ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଏହା ପରେ ଗଙ୍ଗାଧରଙ୍କ ରଚିତ “ବିଶ୍ୱଜୀବନ ହେ….” ସଙ୍ଗୀତକୁ ସଭ୍ୟ ଡିଲେଶ୍ଵର ସାହୁ ଓ ପ୍ରକାଶ ବେହେରା ପରିବେଷଣ କରି କାଳଜୟୀ କବିଙ୍କୁ ସାରସ୍ୱତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ସଂସଦର ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ସ୍ୱରୂପ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗଙ୍ଗାଧରଙ୍କୁ ନେଇ ବକ୍ତୃତା ପ୍ରତିଯୋଗିତା ଓ କବିଙ୍କ ରଚନାର ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉପରୋକ୍ତ ଦୁଇଟି ପ୍ରତିଯୋଗିତାରେ ସୁଶ୍ରୀ କାଜଲ ସାହୁ ଓ ସୁଶ୍ରୀ ସୀମାରାଣୀ ସାହୁ ପ୍ରଥମ ହୋଇ ସଂସଦରୁ ପୁରସ୍କାର ଓ ପ୍ରମାଣପତ୍ର ଲାଭ କରିଥିଲେ। ମୁଖ୍ଯ ଅତିଥି ତଥା ଉପଜିଲ୍ଲାପାଳ ଡ. ପାତ୍ର ଛାତ୍ରଛାତ୍ରୀମାନଙ୍କ ସହଭାଗିତା ପାଇଁ ଭୁରୁଭୁରି ପ୍ରଶଂସା କରିବା ସହ ସେମାନଙ୍କୁ ପୁସ୍ତକ ପଠନ ପ୍ରତି ଅନୁରାଗୀ ହେବା, ଶ୍ରୁଙ୍ଖଳିତ ହେବା, ଗୁରୁ ଗୁରୁଜନଙ୍କ କଥାକୁ ସମ୍ମାନର ସହ ଗ୍ରହଣ କରିବା ଓ ବିଭିନ୍ନ ଶୈକ୍ଷିକ ତଥା ସାଂସ୍କୃତିକ କାର୍ଯ୍ୟରେ ଅଂଶଗ୍ରହଣ କରି ନିର୍ଦ୍ଦିଷ୍ଟ ଲକ୍ଷସ୍ଥଳରେ ପହଞ୍ଚିବା ପାଇଁ ପରାମର୍ଶ ଦେଇଥିଲେ।


ମୁଖ୍ଯ ବକ୍ତା ଶ୍ରୀଯୁକ୍ତ ସେଠୀ ଗଙ୍ଗାଧର ମେହେରଙ୍କର ସାହିତ୍ୟରେ ନାରୀ କିଭଳି ଭାରତୀୟ ଉଚ୍ଚ ପରମ୍ପରାର ଶୀର୍ଷ ସ୍ଥାନ ହାସଲ କରିଛି ତାହା ବିସ୍ତ୍ରୁତ ଭାବରେ ବର୍ଣ୍ଣନା କରିଥିଲେ। ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଧାନ ଓ ଶ୍ରୀଯୁକ୍ତ ରଥ ଗଙ୍ଗାଧରଙ୍କ ସାହିତ୍ୟକୁ ସଂକ୍ଷିପ୍ତ ଆଲୋଚନା କରି ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାନୁରାଗୀ ହୋଇ ନିଜର ଉତ୍ତର ପିଢ଼ିକୁ ଉତ୍ତମ ଭାବରେ ଗଢ଼ିବା ପାଇଁ ନିଜକୁ ଯୋଗ୍ୟ କରିବାକୁ ଉଦ୍ବୋଧନ ଦେଇଥିଲେ। ଏହି ଉତ୍ସବରେ ସଭ୍ଯ ଚିଦାନନ୍ଦ ଦେହୁରୀଙ୍କ ପୁସ୍ତକ “ସୀତାଙ୍କ ବନଗମନ” ଲୋକାର୍ପିତ ହୋଇଥିଲା। କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ସଂସଦର ସମ୍ପାଦକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମିଶ୍ର। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ସଂସଦର ସଭ୍ୟ ଘନଶ୍ୟାମ ସାହୁ, ସଚ୍ଚିଦାନନ୍ଦ ସାହୁ, ନିତ୍ୟାନନ୍ଦ ବାରିକ, ଗଣପତି ସ୍ୱାଇଁ ଓ ଅଧ୍ୟାପକ ଅଞ୍ଜନ କୁମାର ପ୍ରଧାନ। ଶେଷରେ ସଭ୍ୟ ଶ୍ରୀଯୁକ୍ତ କ୍ଷୀରେନ୍ଦ୍ର କୁମାର ଦେହୁରୀ ଧନ୍ଯବାଦ ଅର୍ପଣ କରିଥିଲେ ।