ପୈାରପାଳିକା ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ

ଢେଙ୍କାନାଳ,(ଶୁଭମ ପାଣି) : ଢେଙ୍କାନାଳ ପୈାରପାଳିକା ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ପୈାରଅଧକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର ପତାକା ଉତ୍ତୋଳନ କରିଥିଲେ। ଉପ ନଗରପାଳ ପ୍ରକାଶ ଚନ୍ଦ୍ର କୁଅଁର, ପୈାରନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ରାଉତ, ପୈାର ଯନ୍ତ୍ରୀ ରଶ୍ମିତା ମିଶ୍ର, ପୈାରପାଳିକାର ର ସମସ୍ତ କର୍ମଚାରୀ, କାଉନସିଲର, ସ୍ୱଚ୍ଛ ସାଥୀମାନଙ୍କ ଉପସ୍ଥିତ ରେ ପତାକା ଉତ୍ତୋଳନ କରାଯାଇଥିଲା। ଢେଙ୍କାନାଳ ବିଭିନ୍ନ ବରପୁତ୍ରମାନଙ୍କର ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା। ବସ୍ ଷ୍ଟାଣ୍ଡରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି, କୋର୍ଟ ଛକରେ ଥିବା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି, ବସଷ୍ଟାଣ୍ଡ ସମ୍ମୁଖ ରେ ଥିବା ସହିଦ ମିନାର , ଢେଙ୍କାନାଳ ଷ୍ଟାଡିୟମ ରେ ଥିବା ନନ୍ଦିନୀ ଶତପଥୀଙ୍କ ପ୍ରତିମୂର୍ତ୍ତି, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଡ଼ଃ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି,ବାଜିଚୈକରେ ଥିବା କନିଷ୍ଠ ସହିଦ୍ ବାଜି ରାଉତ ଙ୍କ ପ୍ରତିମୂର୍ତ୍ତି, ସୁପରମାର୍କୈଟ୍ ରେ ଥିବା ରନ୍ଦିରାଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି, ବିଜୁ ପଟ୍ଟନାୟକ ମାର୍କେଟ ରେ ଥିବା ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି, ମହିଳା ମହାବିଦ୍ୟାଳୟ ସମ୍ମୁଖରେ ଥିବା ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି, ଢେଙ୍କାନାଳ ବଳରାମ ମନ୍ଦିର ସମ୍ମୁଖ ରେ ଥିବା ସାରଙ୍ଗ ଧର ଦାସ ପ୍ରତିମୂର୍ତ୍ତି, କୋର୍ଟ ପଛପଟେ ଥିବା ଭାରତ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ଙ୍କ ପ୍ରତିମୂର୍ତ୍ତି ଓ ଟାଉନ୍ ହଲ୍ ରେ ଥିବା ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ରେ ସମସ୍ତ କର୍ମକର୍ତ୍ତାଙ୍କ ଉପସ୍ଥିତ ରେ ମାଲ୍ୟାର୍ପଣ କରାଯାଇଥିଲା।