ଶିବ ଶକ୍ତି ବୋଲ ବମ୍ ସଂଗଠନ ଏବଂ ବିଭିନ୍ନ ସଂଗଠନ ପକ୍ଷରୁ ଶେଷ ସୋମବାର ରେ ଶୈବ ପୀଠ ଠାରେ ଭିଡ ।

ଗୁଣପୁର – (ସିଦ୍ଧାର୍ଥ ଦାଶ) :ଶ୍ରାବଣ ଶେଷ ସୋମବାରରେ ବିଭିନ୍ନ ଶୈବ ପୀଠରେ କାଉଡ଼ିଆଙ୍କ ଭିଡ ଜମିଥିଲା । ଏହି ବର୍ଷ ଶ୍ରାବଣ ମାସରେ ମଳ ମାସ ପଡ଼ିଥିବାରୁ ଦୁଇ ମାସ ଧରି କାଉଡ଼ିଆ ମାନେ ଜଳାଭିଷେକ କରି ଆସୁଥିଲେ, ସେହିପରି ପ୍ରତି ସୋମବାର ରେ ବିଭିନ୍ନ ଶୈବ ପୀଠରେ କାଉଡ଼ିଆଙ୍କ ଭିଡ ଜମୁଥିଲା । ସେହିପରି ଆଜି ପ୍ରାତଃ ସମୟରେ ଶିବଶକ୍ତି ସଂଘ ଓ ବିଭିନ୍ନ କାଉଡ଼ିଆ ସଂଗଠନ ପକ୍ଷରୁ ବଂଶଧାରା ନଦୀ କୂଳରେ ପହଞ୍ଚି ଗଙ୍ଗା ପୂଜା, ସୂର୍ଯ୍ୟ ପୂଜା ପରେ ବାଲୁକାରେ ଶିବ ଲିଙ୍ଗ ସ୍ଥାପନ କରି ପୂଜାର୍ଚ୍ଚନା କରିଥିଲେ । ପରେ କାଉଡ଼ିଆ ମାନେ ଜଳ ସହ କାଉଡ଼ି ଧରି ବିଭିନ୍ନ ଶିବ ନାମ ବୋଲବମ୍ ଉଚ୍ଚାରଣ କରି ବିଭିନ୍ନ ଶୈବ ପୀଠରେ ଜଳାଭିଷେକ କରିଥିଲେ ।ବୋଲବମ୍ ନାରାରେ ସହର କମ୍ପି ଉଠିଥିଲା । ପ୍ରତି ଶ୍ରାବଣ ମାସର ସୋମବାର ରେ ଦାତା ମାନେ ପ୍ରସାଦ ସେବନ ର ଆୟୋଜନ କରିଥାନ୍ତି . ସେହିପରି ଆଜି ଜଣେ ଶିବଭକ୍ତ ରବୀନ୍ଦ୍ର ଦାଶ ବମ୍ ଓ ପରିବାର ଙ୍କ ପକ୍ଷରୁ ପ୍ରିତି ଭୋଜନ ର ଆୟୋଜନ ହୋଇଥିଲା ଓ ସହର ର ବୋଲବମ୍ ମାନେ ପ୍ରସାଦ ସେବନ କରିଥିଲେ । ପ୍ରତିବର୍ଷ ସଂଘ ପକ୍ଷରୁ ଗୁରୁ ପୂଜକ ଭାବେ ଦିଲ୍ଲୀପ ରାଜଗୁରୁ (କୁନା) ବମ୍ ଙ୍କ ସହ ଗୁରୁ କୃଷ୍ଣ ଚନ୍ଦ୍ର ରାଜଗୁରୁ ବମ୍ ଓ ସମସ୍ତ ବୋଲ ବମ୍ ସଦସ୍ୟଙ୍କ ଦ୍ବାରା ପୂଜା, ପ୍ରସାଦ ସେବନ ଇତ୍ୟାଦି ବ୍ୟବସ୍ଥା କରାଯାଇଥିଲା । ସନ୍ଧ୍ଯା ରେ ରବିନ୍ଦ୍ର ଦାଶ ବମ୍ ଙ୍କ ଘର ଠାରେ ପ୍ରଭୁ ଶିବ ଙ୍କ ପଞ୍ଚାନନ ମେଳା ର ଆୟୋଜନ କରାଯାଇଥିଲା ।