ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଝୁଲଣ ପର୍ବ ଆରମ୍ଭ ହୋଇଯାଇଛି। ଆଜି ଅଧିବାସ ପୂଜା ଆରମ୍ଭ କରାଯାଇଥିଲା। ପାଞ୍ଚ ଦିନ ଧରି ଚାଲିବ ଏହି ଝୁଲଣ ପର୍ବ। ଆଜି ସନ୍ଧ୍ୟାରେ ଝୁଲଣ ବେଦୀକୁ ପଞ୍ଚାମୃତ ସିଞ୍ଚନ କରାଯାଇଥିଲା। ସନ୍ଧ୍ୟା ଆଳତି ପରେ ଘଣ୍ଟ,, କାହାଳି ଚାମର ସେବା କରାଯାଇ ମଦନମୋହନଙ୍କୁ ବିଜେ କରାଯାଇଥିଲା ଝୁଲଣ ବେଦୀକୁ। ତା ପରେ ମଙ୍ଗଳାର୍ପଣ ପୂଜା କରାଯାଇଥିଲା। ଉଖୁଡା ଓ ମିଠା ଭୋଗ ଲାଗି କରାଯାଇଥିଲା ଠାକୁରଙ୍କ ପାଖରେ। ପୂଜକ ମଳୟ କର, ପୂଜକ ମନସୁମନ ମିଶ୍ର, ପାଳିଆସେବକ ସମ୍ଭୁନାଥ ମହାପାତ୍ର, କାହାଳିଆ ଟିକନ ବେହେରା, ଓ ଜୀମାଦାର ଶ୍ୟାମସୁନ୍ଦର ପାଣିଗ୍ରାହୀଙ୍କ ଉପସ୍ଥିତ ରେ ଏହି ଝୁଲଣ ପର୍ବ ଅଧିବାସ ପୂଜା ଆରମ୍ଭ କରାଯାଇଥିଲା।