ଗୁଣପୁର,(ସିଦ୍ଧାର୍ଥ ଦାଶ) : ଆଜି ରାୟଗଡା ଜିଲ୍ଲା ଗୁଣପୁର ସ୍ଥାନୀୟ ବନ୍ଧନ ବ୍ୟାଙ୍କ୍ ଗୁଣପୁର ଶାଖା ପକ୍ଷରୁ ୮ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଆଜିର ଦିନରେ ବନ୍ଧନ ବ୍ୟାଙ୍କ୍ ପ୍ରତିଷ୍ଠା ହୋଇଥିଲା। ଏହି ଅବସରରେ ଶାଖା ମୁଖ୍ୟ ଶ୍ରୀ ହରି ମୋହନ ପଟ୍ଟନାୟକ , ସି.ଆର୍.ଓ ସ୍ଵାତି କୁମାରୀ ସେନାପତି, ପ୍ରମୋଦ କୁମାର ପ୍ରଧାନ, ତାପସ ଦାସ, କ୍ୟାସିଅର୍ ସୁଶ୍ରୀ ଯସ୍ମିତା ନାମାଲପୁରି ଏବଂ ଅଫିସ ବୟ ସନ୍ତୋଷ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ବ୍ୟାଙ୍କ୍ ର ପ୍ରତିଷ୍ଠା ଦିବସ ପାଳନ କରିଥିଲେ। ୧୭ ଜୁନ୍ ୨୦୧୫ ମସିହାରେ ବନ୍ଧନ ବ୍ୟାଙ୍କ୍ ୟୁନିଭର୍ଷାଲ୍ ବ୍ୟାଙ୍କିଙ୍ଗ ଲାଇସେନ୍ସ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ପାଇଥିଲା। ଉକ୍ତ ଦିନ ପର ଠାରୁ ୨୦୧୬ ମସିହାରେ ସିସିଏନ୍ ନ୍ୟୁଜ୍ ୧୮ ପକ୍ଷ୍ୟରୁ ଉତ୍ତମ ବାଣିଜ୍ୟ ନିମନ୍ତେ ଇଣ୍ଡିଆନ୍ ଆଫ୍ ଦ ଇୟର୍ ସମ୍ମାନରେ ସମ୍ମାନିତ ହୋଇଥିଲେ ଏବଂ ୨୦୧୭ ମସିହାରେ ବନ୍ଧନ ବ୍ୟାଙ୍କ୍ କୁ ବିଶିଷ୍ଟ ବେସରକାରୀ ବ୍ୟାଙ୍କ୍ ଭାବେ ଘୋଷିତ କରାଯାଇଥିଲା। ଏହି ଭଳି ଆଗାମୀ ଦିନରେ ବିଶ୍ଵ ଦରବାରରେ ଆହୁରି କିଭଳି ପରିଚିତ କରାଯାଇପାରିବ ସେହି ବିଷୟ ନେଇ ବ୍ୟାଙ୍କ ମୁଖ୍ୟ ଶ୍ରୀ ହରି ମୋହନ ପଟ୍ଟନାୟକ କର୍ମଚାରୀ ମାନଙ୍କୁ ଉପଦେଶ ଦେଇଥିଲେ।