ରାସ୍ତା ପାଲଟିଛି ମରଣଜନ୍ତା, ଗ୍ରାମବାସୀ ହନ୍ତସନ୍ତ !

ଅନୁଗୁଳ,୨୧/୮(ବୁଲୁ ଦଳେଇ): ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ ଗାଁବଇଣ୍ଡା ଗ୍ରାମର ଶିବ ମନ୍ଦିର ଠାରୁ ଶରଧାମୁଣ୍ଡା ପର୍ଯ୍ୟନ୍ତ ଯାଇଥିବା ରାସ୍ତା ମରଣଜନ୍ତା ପାଲଟି ଥିବା ଦେଖିବାକୁ ମିଳିଛି !ଘଟଣା ସ୍ଥଳରୁ ପ୍ରକାଶ ଯେ, ସେହି ରାସ୍ତାଟି ଗାଁ ବଇଣ୍ଡା ଶିବ ମନ୍ଦିର ଠାରୁ ଶରଧାମୁଣ୍ଡା ଗ୍ରାମକୁ ସଂଯୋଗ କରୁଛି! ସେହି ରାସ୍ତା ଉପରେ ୧୦ ରୁ ୧୫ ପରିବାର ନିର୍ଭର କରନ୍ତି! ମାତ୍ର ସେହି ରାସ୍ତାଟିକୁ ସର୍ବଦା ଅବହେଳିତ ଭାବେ ଦେଖାଯାଉଥିବା ସାଧାରଣରେ ଅଭିଯୋଗ ହେଉଛି!ଅଜକୁ ପ୍ରାୟ ୧୦ବର୍ଷ ହେବ ସେହି ରାସ୍ତା ନିର୍ମାଣ ନାମରେ ବାରମ୍ବାର ବିଲ କରି ଅସାଧୁ କଣ୍ଟ୍ରାକ୍ଟର ମାନେ ଚଳୁ କରୁଥିବା ଚର୍ଚା ହେଉଛି! କେତେବେଳେ କେବଳ ମାଟି ଟିକେ ପକାଇ ଫୋଟ ଉଠାଇ ବିଲ କରୁଥିବା ବେଳେ ଏହି ରାସ୍ତା ନିମନ୍ତେ ଆସୁଥିବା ଲକ୍ଷ ଲକ୍ଷ ଟଙ୍କା କେଉଁଆଡେ ଯାଉଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି! ଏହି ରାସ୍ତା ଉପରେ ସାଧାରଣତଃ ଆଦିବାସୀ ତଥା ଅବହେଳିତ ବର୍ଗର ଲୋକମାନେ ନିର୍ଭର କରୁଥିବାରୁ ସେମାନେ ଯାହା ପାଖରେ ଅଭିଯୋଗ କଲେ ମଧ୍ୟ ତାଙ୍କ କଥାକୁ କେହି ଭୃକ୍ଷେପ କରୁନାହାନ୍ତି ଏବଂ ଅଣଦେଖା କରୁଥିବାର ନଜିର ରହିଛି!ଏହି ବର୍ଷ ମଧ୍ୟ ଏହି ରାସ୍ତାର ନିର୍ମାଣ ନିମନ୍ତେ ପ୍ରାୟ ୮ ଲକ୍ଷ ଟଙ୍କା ଅନୁମୋଦିତ ହୋଇଥିବା ବେଳେ କେବଳ ରାସ୍ତାର କେତେକ ଅଂଶରେ କେବଳ ଚିକିଟା ମାଟି ପକାଇ ଅସାଧୁ କଣ୍ଟ୍ରାକ୍ଟର ବିଲ କରି ଚଳୁ କରିଦେଇଥିବା ଜଣା ପଡିଛି! ପୂର୍ବରୁ ବର୍ଷା ହେଲେ ଏହି ରାସ୍ତା ସମ୍ପୂର୍ଣ କାଦୁଅ ହୋଇଯାଉଥିଲେ ମଧ୍ୟ ସାଇକେଲରେ ତଥା ଚାଲିଚାଲି ଯାଇ ହେଉଥିଲା ମାତ୍ର ଏବର୍ଷ ପକାଇଥିବା ଚିକିଟା ମାଟି ରାସ୍ତା ପାଇଁ ଅଭିଶାପ ତଥା ଗ୍ରାମବାସୀ ଙ୍କ ପାଇଁ ବୋଝ ଉପରେ ନଳିତା ବିଡା ପାଲଟିଛି!ଅସରାଏ ବର୍ଷା ହେଲେ ଏହି ରାସ୍ତାରେ ଗାଡିମଟର ଯିବା ତ ଦୂରର କଥା ପାଦରେ ଚାଲିକି ଯିବା ମଧ୍ୟ କାଠିକର ପାଠ ହୋଇ ପଡିଛି!ଏହି ସ୍ଥାନର ଛାତ୍ରଛାତ୍ରୀ ମାନେ ଗାଁ ବଇଣ୍ଡାର ବିଦ୍ୟାଳୟ ଉପରେ ଶିକ୍ଷା ପାଇଁ ନିର୍ଭର କରୁଥିବା ବେଳେ ଅସାଧୁ କଣ୍ଟ୍ରାକ୍ଟରର ସରକାରୀ ଧନ ଚଳୁ କରି ପକେଟ ଗରମ କରିବା ନୀତି ପାଇଁ ଏମାନେ ମଧ୍ୟ ବର୍ଷା ଋତୁ ସାରା ଶିକ୍ଷାଲାଭରୁ ବଂଚିତ ହେଉଛନ୍ତି!କୌଣସି ରୋଗୀକୁ ଡାକ୍ତରଖାନା ନେବାକୁ ହେଲେ ଏଠାକୁ ଆମ୍ବୁଲାନ୍ସ ମଧ୍ୟ ଆସିପାରୁନାହିଁ! ଏଠାରେ ଗ୍ରାମବାସୀ ହନ୍ତସନ୍ତ ହୋଇ ଅବହେଳିତ ହୋଇ ପଡିଥିବା ବେଳେ ଜନ ପ୍ରତିନିଧି ଭାବେ ନିର୍ବାଚିତ ସରପଞ୍ଚ ଗୋଟିଏ ଦିନ ମଧ୍ୟ ଏହି ଅଞ୍ଚଳକୁ ଆସି ପରିସ୍ଥିତି ଅନୁଧ୍ୟାନ କରୁନାଁହାନ୍ତି! ବାରମ୍ବାର ଅଭିଯୋଗ ସତ୍ୱେ ପ୍ରିୟାପ୍ରୀତି ପୋଷଣ କରି ସଦା ସର୍ବଦା ବାରମ୍ବାର ଅସାଧୁ କଣ୍ଟ୍ରାକ୍ଟର ମାନେ ରାସ୍ତା ନିର୍ମାଣ ନାମରେ ସରକାରୀ ଅର୍ଥ ଅନୁମୋଦନ କରି ଆତ୍ମସାତ୍ କରିଚାଲିଛନ୍ତି! ଏହି ଘଟଣାରେ ନିମ୍ନ ମାନର କାର୍ଯ୍ୟ କରି ସରକାରୀ ଅର୍ଥ ଆତ୍ମସାତ କରିଥିବା ଅସାଧୁ କଣ୍ଟ୍ରାକ୍ଟର ବିରୁଦ୍ଧରେ ତଥା ଗ୍ରାମବାସୀଙ୍କ ଯାତାୟାତ ନିମନ୍ତେ ପ୍ରଶାସନ ପକ୍ଷରୁ କଣ ପଦକ୍ଷେପ ନିଆଯାଉଛି ଦେଖିବାକୁ ବାକି ରହିଲା!