ଗୁଣପୁର,(ସିଦ୍ଧାର୍ଥ ଦାଶ) : ରାୟଗଡା ଜିଲ୍ଲା ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି ଅବସରପ୍ରାପ୍ତ ଓଏଏସ୍ ଅଧିକାରୀ ଗମାଙ୍ଗ । ରାୟଗଡା ସହ ସେ ଗଜପତି ଜିଲ୍ଲା ପାଇଁ ଅତିରିକ୍ତ ଦାୟିତ୍ଵ ତୁଲାଇବେ ବୋଲି ତାଙ୍କ ନିଯୁକ୍ତି ପତ୍ରରେ ରହିଛି। ଆଜି ରାଜ୍ୟ ସହରାଞ୍ଚଳ ଅନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଶ୍ରୀ ଗମାଙ୍ଗ ରାୟଗଡା ଜିଲ୍ଲାର ପଦ୍ମପୁର ବ୍ଲକର ବିଡିଓ, ଅବିଭାଜିତ ଗୁଣପୁର ତହସିଲର ତହସିଲଦାର, ପିସି, ରାୟଗଡା ଓ ଗୁଣପୁର ଇଟିଡିଏରେ ପିଏ ଆଇଟିଡିଏ ଭଳି ରହି ଲମ୍ବା ସମୟ ଧରି କାର୍ଯ୍ୟ କରିଥିଲେ । ଗୁଣପୁର ଆଇଟିଡିଏରେ ଦାୟିତ୍ଵରେ ଥୀବାବେଳେ ସେ ୬/୨୧ ଜୁଲାଇ ମାସରେ ଅବସର ଗ୍ରହଣ କରିଥିଲେ। ଏହି ଜିଲ୍ଲା ସହ ସମ୍ପର୍କ ରହିଥିବା ବେଳେ ରାଜନୈତିକସ୍ତରରେ ବିଭିନ୍ନ ଗୋଷ୍ଠୀଙ୍କ ଧ୍ୟରେ ସାମଞ୍ଜସ୍ୟ ରଖି କାର୍ଯ୍ୟ କରିବାରେ ସେ ଧୁରନ୍ଦର। ତେଣୁ ଏବେ ପୁଣି ଶ୍ରୀ ଗମାଙ୍ଗ ଡୁଡାର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଥିବାରୁ ଅଧିକ ଦକ୍ଷତାର ସହ କାର୍ଯ୍ୟ କରିପାରିବେ ଅଞ୍ଚଳବାସୀ ଆଶା ରଖିଛନ୍ତି ।