ଢେଙ୍କାନାଳ୧୮/୦୮(ଶୁଭମ ପାଣି) : ଆଜାଦ୍ କା ଅମୃତ ମହୋତ୍ସବ ଚାଲୁଥିବା ବେଳେ ଢେ଼ଙ୍କାନାଳ ପୈାରପାଳିକା ପକ୍ଷରୁ ରାତ୍ରୀକାଳୀନ ସଫେଇ କାର୍ଯ୍ୟ ଜୋରସୋରରେ ସହରର ବିଭିନ୍ନ ସ୍ଥାନରେ ଚାଲୁଛି। ସହରର ମଧ୍ୟରେ ବାମ ଓ ଡାହାଣ ପାର୍ଶ୍ଵର ଜମି ରହିଥିବା ଅଳିଆ ଆବର୍ଜ୍ଜନା କୁ ସଫେଇ କର୍ମଚାରୀମାନେ ଓଳେଇ ସଫା କରୁଛନ୍ତି। ପୈାରନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ରାଉତଙ୍କ ତତ୍ବାବଧାନରେ ଏହି କାର୍ଯ୍ୟ ଚାଲୁ ରହିଛି। ସ୍ବଚ୍ଛ ଓ ସୁନ୍ଦର ସହର ଗଠିତୋଳିବା ଲକ୍ଷ୍ୟ ନେଇ ସହରର ବିଭିନ୍ନ ସ୍ଥାନକୁ ପରିଷ୍କାର କରାଯାଉଛି।