କିଶୋରୀ ବାଳିକା ମାନଙ୍କ ଦ୍ୱାରା ବୃକ୍ଷ ରୋପଣ

ଗତ ଅଗଷ୍ଟ ୧୫ ତାରିଖ ସ୍ବାଧୀନତା ଦିବସ ଅବସରରେ କାଶିପୁର ବ୍ଲକ୍ ର ତିନୋଟି ପଞ୍ଚାୟତର କିଶୋରୀ ବାଳିକା ମାନେ ପରିବେଶ ସୁରକ୍ଷା ନିମନ୍ତେ ଏକାଠି ହୋଇ ନିଜ ନିଜ ଗାଁ ରେ ବୃକ୍ଷ ରୋପଣ କରିଛନ୍ତି। ରେଙ୍ଗା, ଗୋରଖପୂର୍ ଓ ଦୁଡ଼ିକାବହାଲ ଗ୍ରାମ ପଞ୍ଚାୟତ ର ୧୦ ଟି ଗ୍ରାମର କିଶୋରୀ ଦଳ ଯଥା- ରେଙ୍ଗା, ଚମ୍ପାଯୋଡି, ଡୁମେଲ, ତେଲେଙ୍ଗିରି ଓ ଚରଣୀ ମାରିଭଟା ଗ୍ରାମରେ ୭୦ ଟି ଲେଖାଏଁ ଗଛ ଲଗେଇ ଥିବା ବେଳେ ଥୁଟିବର ରେ ୩୦୨,ଡେଙ୍ଗାଗୁଡ଼ା, ମୁଷୁରିପଦର, ରାମଗୁଡା ଓ ମଇଲିଗୁଡା ରେ ୧୬୦ ଟି ଲେଖାଏ ପିଜୁଳି, ଅଁଳା, ତେନ୍ତୁଳି ଓ ସୀତା ଫଳ ଚାରା ରୋପଣ କରିଥିଲେ। କିଶୋରୀ ବାଳିକା ମାନେ ବୃକ୍ଷ ରୋପଣ କରି ଖୁସି ଥିବା ସହିତ ସେମାନେ ନିଜ ଶରୀର ଯତ୍ନ ନେବା ସହିତ ପରିବେଶ ର ସୁରକ୍ଷା କରିବୁ ବୋଲି କହିଥିଲେ। ଏଠାରେ ସୂଚନାଯୋଗ୍ୟ ଯେ, କାଶୀପୁର ବ୍ଲକ ଅନ୍ତର୍ଗତ ତିନିଟି ଗ୍ରାମ ପଞ୍ଚାୟତ ଯଥା- ରେଙ୍ଗା, ଗୋରଖପୁର ଓ ଦୁଡୁକା ବାହାଲ ର ସମୁଦାୟ ୨୦ ଟି ଗ୍ରାମରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଲିଭିଙ୍ଗ ଫାର୍ମସ ଦ୍ୱାରା ଗ୍ରାମର କିଶୋରୀ ବାଳିକା(୧୦ ରୁ ୧୯ବର୍ଷ ବୟସ)ମାନଙ୍କ ପୁଷ୍ଟି, ସ୍ୱାସ୍ଥ୍ୟ ଓ ନେତୃତ୍ୱ ନେବାର ଶକ୍ତି କୁ ବିକାଶ କରିବା ଦିଗରେ କାର୍ଯ୍ୟ କରୁଅଛି। ଗ୍ରାମର ରେ ଥିବା ସମସ୍ତ କିଶୋରୀ ବାଳିକା ମାନଙ୍କୁ ନେଇ ପ୍ରତ୍ୟେକ ଗ୍ରାମରେ କିଶୋରୀ ଦଳ ଗଠନ କରାଯାଇଛି। ଏହି ଦଳ ମାଧ୍ୟମରେ କିଶୋରୀ ବାଳିକା ମାନଙ୍କ ସହିତ ପୁଷ୍ଟିର ଉନ୍ନତି ନିମନ୍ତେ ଖାଦ୍ୟର ବିଭିଧତା ବଢ଼େଇବା ପାଇଁ ନିଜ ନିଜ ଘର ପାଖରେ ୧୩ ରୁ ୧୭ ପ୍ରକାର ପନିପରିବା ମଞ୍ଜି ଲଗେଇ ପୁଷ୍ଟି ବଗିଚା ତିଆରି କରୁଛନ୍ତି ଏବଂ ସେମାନଙ୍କ ସ୍ୱାସ୍ଥ୍ୟ, ସ୍ୱଚ୍ଛତା ଓ ନେତୃତ୍ୱ ନେବାର ଶକ୍ତି କୁ ବିକାଶ କରିବା ଦିଗରେ ସେମାନଙ୍କ ସହିତ ପ୍ରତ୍ୟେକ ମାସରେ ବୈଠକ କରାଯାଉଛି। ହେବା ସହିତ ସାଧାରଣ ବୈଠକ ହେଉଛି।ଏହି କ୍ରମରେ କିଶୋରୀ ମାନେ ଅନୁପ୍ରାଣିତ ହୋଇ ନିଜ ଅଞ୍ଚଳର ପରିବେଶ ରକ୍ଷା କରିବା ପାଇଁ ବୃକ୍ଷରୋପଣ କରି ନିଆରା ଭାବେ ସ୍ଵାଧୀନତା ଦିବସ ପାଳନ କରିଥିଲେ। ସେମାନେ କହିଥିଲେ, ପ୍ରଦ୍ୟୁଷଣରୁ ମୁକ୍ତି ହିଁ ଅସଲ ସ୍ଵାଧୀନତା।