ମୁନିଗୁଡ଼ା – (ପ୍ରଫୁଲ୍ଲ କୁମାର ବେହେରା) : ମୁନିଗୁଡା ରାୟଗଡ଼ା ଜିଲ୍ଲା ମୁନିଗୁଡା ଅନ୍ତର୍ଗତ ସ୍ନାତକ ମହାବିଦ୍ୟାଳୟ ପରିସରରେ ୟୁଥ୍ ଫେଡ୍ରେସନ ତରଫରୁ ସମାନତା, ନ୍ୟାୟ, ଜଳବାୟୁ ପରିବର୍ତ୍ତନ, ପ୍ରତି ଅଙ୍ଗୀକାର ବଦ୍ଧତା, ସାର୍ବଜନୀନ ଶିକ୍ଷା ପାଇଁ ସଂଗଠିତ ଇଣ୍ଡିଆନ୍ ୟୁଥ୍ ଫେଡ୍ରେସନ ତରଫରୁ ଆଜି ମୁନିଗୁଡ଼ା ସ୍ନାତକ ମହାବିଦ୍ୟାଳୟ ପରିସରରେ ଆନ୍ତର୍ଜାତୀୟ ଯୁବ ଦିବସ ପାଳନ ଅବସରରେ ଆଲୋଚନା ଚକ୍ର, ବୁକ୍ଷ ରୋପଣ, ଶପଥ ପାଠ ଆଦି କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ହୃଷୀକେଶ ଜାଲିଙ୍କ ସଭାପତିତ୍ବରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ବେଳେ ଶିକ୍ଷାସନ୍ଧାନ, ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ବନାଞ୍ଚଳ କାର୍ଯ୍ୟାଳୟ, ଜାତୀୟ ସେବା ଯୋଜନା ୟୁନିଟ୍ ର କର୍ମକର୍ତ୍ତାଙ୍କ ସହ ଦେଢ଼ଶହରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ। ଅଧ୍ୟାପକ ଅସିତ୍ କୁମାର ମହାନ୍ତି ଅତିଥି ପରିଚୟ ସହ ଯୁବ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ବନପାଳ ସୁଶ୍ରୀ ପ୍ରମୋଦିନୀ ମାଣ୍ଡାଙ୍ଗୀ ମୁଖ୍ୟ ଅତିଥି, ପରିବେଶ ବିତ୍ ଗୌରାଙ୍ଗ ଚରଣ ରାଉତ ମୁଖ୍ୟ ବକ୍ତା ଏବଂ ସମ୍ମାନୀତ ଅତିଥି ରୂପେ ଅନନ୍ତ କୁମାର ସାମନ୍ତ ଆଲୋଚନା ରେ ଅଂଶ ଗ୍ରହଣ କରି ଗଣତନ୍ତ୍ର ଏବଂ ପରିବେଶ ସୁରକ୍ଷା ଓ ଜଳବାୟୁ ପରିବର୍ତ୍ତନରେ ଯୁବ ଗୋଷ୍ଠୀଙ୍କ ଗୁରୁତ୍ଵପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲକପାତ କରିଥିଲେ । ସଂସଦ ଏବଂ ବିଧାନ ସଭାରେ ସ୍ଵତନ୍ତ୍ର ଯୁବନୀତି ପ୍ରଣୟନ ସହ ଏକ ସମ୍ମୁନତ ରାଷ୍ଟ୍ର ନିର୍ମାଣରେ ସେମାନଙ୍କ ଭୂମିକାକୁ ଉର୍ଦ୍ଧରେ ରଖିବାକୁ ଏହି ଅବସରରେ ମତବ୍ୟକ୍ତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ରଜନୀକାନ୍ତ ମିଶ୍ର, ମୋନାଲିସା ମହାପାତ୍ର, ଗୋଲକ ଚନ୍ଦ୍ର ସ୍ୱାଇଁ, ଋତୁ କାଟି, ବିଶ୍ୱଜିତ୍ ନାୟକ, ବିଘ୍ନରାଜ ମିଶ୍ର, ସୁଶ୍ରୀ ରଜନୀ ସାହୁ, ସୋନାଲି ସ୍ୱାଇଁ, ହିମାଂଶୁ ପ୍ରଧାନ, ଆଦିତ୍ୟ ୱାଡାକା ପ୍ରମୁଖ ଉପସ୍ଥିତ ଥିଲେ । ସିକ୍ଷାସନ୍ଧାନ ପରିଦର୍ଶକ ଦିଲ୍ଲୀପ ଓଝା ଧନ୍ୟବାଦ ଅର୍ପଣ କରିଥିଲେ ।