ରାୟଗଡ଼,(ସିଦ୍ଧାର୍ଥ ଦାଶ): ଆଜି ରାୟଗଡ଼ ଜିଲ୍ଲା ଗୁଣପୁର ମହା ବିଦ୍ୟାଳୟ, ଗୁଣପୁର ଠାରେ ଉଦ୍ଭିଦ ବିଜ୍ଞାନ ବିଭାଗ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଗୁଣପୁର ମହା ବିଦ୍ୟାଳୟ ର ଅଧକ୍ଷ ତଥା ରସାୟନ ବିଜ୍ଞାନ ବିଭାଗ ମୁଖ୍ୟ ଶ୍ରୀ ଶଶି ଭୂଷଣ ମହାନ୍ତି , ସମ୍ମାନିତ ଅତିଥି ଭାବେ ଗୁଣପୁର ମହା ବିଦ୍ୟାଳୟ ର ପଦାର୍ଥ ବିଜ୍ଞାନ ର ବିଭାଗ ମୁଖ୍ୟ ଶ୍ରୀ ସୂର୍ଯ୍ୟ ନାରାୟଣ ପଣ୍ଡା , ମୁଖ୍ୟ ବକ୍ତା ଭାବେ ଇତିହାସ ବିଭାଗ ମୁଖ୍ୟ ଶ୍ରୀ ଜବାହାର ଚୌଧୁରୀ , ଉଦ୍ଭିଦ ବିଜ୍ଞାନ ବିଭାଗ ମୁଖ୍ୟ ତଥା ଅଧ୍ୟାପିକା ଶ୍ରୀମତୀ ନମିତା ମୁଦୁଲି ପ୍ରମୁଖ ଉପସ୍ଥିତ ରହି ମଞ୍ଚାସୀନ ରହିଥିଲେ । ପ୍ରଥମେ ଦ୍ଵୀପ ପ୍ରଜ୍ବଳନ ହେବା ପରେ ସ୍ବାଗତ ସଙ୍ଗୀତ ଗାନ କରି କାର୍ଯ୍ୟକ୍ରମ କୁ ଆରମ୍ଭ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ଉଦ୍ଭିଦ ବିଜ୍ଞାନ ବିଭାଗ ରେ ଭଲ ନମ୍ବର ରଖି କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ଦେଈ ସମ୍ମାନିତ କରାଯାଇଥିଲା । ଉଦ୍ଭିଦ ବିଜ୍ଞାନ ବିଭାଗ ର ମୁଖ୍ୟ ତଥା ଅଧ୍ୟାପକ ଶ୍ରୀ ଜି ମହେଶ୍ୱର ରାଓ ଙ୍କ ଆଜି ଅଧ୍ୟାପକ ଜୀବନ ର ଶେଷ ଏବଂ ଚାକିରି ରୁ ଅବସର ନେବା ଅନ୍ତିମ ଦିବସ ହୋଇଥିବା ତାଙ୍କୁ ବିଭାଗ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇ ତାଙ୍କ ଦୀର୍ଘ ଜୀବନ କାମନା କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଅତିଥି ପରିଚୟ ଏବଂ ସ୍ବାଗତ ଭାଷଣ ଉଦ୍ଭିଦ ବିଜ୍ଞାନ ବିଭାଗ ର ଅଧ୍ୟାପିକା ଶ୍ରୀମତୀ ଯୋସ୍ନା ରାଣୀ ମିଶ୍ର ଦେଇଥିବା ବେଳେ ଉଦ୍ଭିଦ ବିଜ୍ଞାନ ବିଭାଗ ର ଅନ୍ତିମ ବର୍ଷ ର ବିଦ୍ୟାର୍ଥୀ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ କୁ ଉଦ୍ଭିଦ ବିଜ୍ଞାନ ବିଭାଗ ର ସମସ୍ତ ଛାତ୍ର ଛାତ୍ରୀ ପରିଚାଳନା କରିଥିଲେ ।