ବୀରମହାରାଜପୁର,(ଶାନ୍ତନୁ କୁମାର କର୍ଣ୍ଣ) – ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଛକ ନିକଟରେ ଆଜି ସୁବଳୟା ଉନ୍ନୟନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରାସ୍ତା ନିର୍ମାଣ ଦାବିରେ ରାସ୍ତା ଅବରୋଧ ହୋଇଥିଲା । ଧର୍ମଶାଳା – ଭାୟା ସୁବଳୟା ଦେଇ ଗରିଆମୁଣ୍ଡା ଙ୍କୁ ସଂଯୋଗ କରୁଥିବା ପୂର୍ତ୍ତବିଭାଗ ରାସ୍ତାଟି ସୁବଳୟା ମୁଖ୍ୟ ସହର ଦେଇ ନିର୍ମାଣ ପାଇଁ ଅଞ୍ଚଳବାସୀ ବାରମ୍ବାର ଦାବି କରି ବିଭିନ୍ନ ଅଧିକାରୀଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ତାହା ସମାଧାନ ହୋଇପାରିନଥିଲା। ଯାହାଫଳରେ ଆଜି ସୁବଳୟା ଅଞ୍ଚଳର ଶତାଧିକ ମହିଳା ପୁରୁଷ ଏକତ୍ରିତ ହୋଇ ବୀରମହାରାଜପୁର – ରେଢ଼ାଖୋଲ ମୁଖ୍ୟ ରାସ୍ତାକୁ ଅବରୋଧ କରି ପ୍ରତିବାଦ କରିଥିଲେ। ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ କ୍ରମେ ଘଟଣାସ୍ଥଳରେ ଉପଖଣ୍ଡ ପୋଲିସ ଅଧିକାରୀ ଡୋଳାମଣି ଭୋଇ, ଅତିରିକ୍ତ ତହସିଲଦାର ସ୍ବାଗତ ପଣ୍ଡା ଓ ପୂର୍ତ୍ତବିଭାଗ ଅଧିକ୍ଷଣ ଯନ୍ତ୍ରୀ ଦାମୋଦର କୈବର୍ତ୍ତ ଘଟଣାସ୍ଥଳରେ ପହଞ୍ଚି ଅବରୋଧ କାରିଙ୍କୁ ବୁଝାସୁଝା କରିବା ସହ ଲିଖିତ ଆକାରରେ ପ୍ରତିଶ୍ରୁତି ଦେଇଥିଲେ। ତାହା ପୂଜାର୍ଚ୍ଚନା କରି ରାସ୍ତା ନିର୍ମାଣ ପାଇଁ ଶୁଭାରମ୍ଭ କରିଥିବା ପରେ ରାସ୍ତା ଅବରୋଧ ହଟିଥିଲା। ଏଥିରେ ପୂର୍ବତନ ବ୍ଳକ ଅଧ୍ୟକ୍ଷ ରଞ୍ଜିତ କୁମାର ରଥ, ଉପାଧ୍ୟକ୍ଷ ନାରାୟଣ ଲୁହା, ସୁବଳୟା ବିଜେପି ମଣ୍ଡଳ ସଭାପତି ଶରତ ମିଶ୍ର, ସ୍ଥାନୀୟ ସରପଞ୍ଚ ପ୍ରମୋଦ ମହାପାତ୍ର,କମିରା ସରପଞ୍ଚ ଅନୁସୟା ପଧାନ,ପିତାମହୁଳ ସରପଞ୍ଚ ପ୍ରତିନିଧି ପ୍ରଦିପ ବଢ଼ିଆ, ଚମ୍ପାମାଳ ସମିତି ସଭ୍ୟ ଲକ୍ଷ୍ମୀ ନାରାୟଣ ପୁରୋହିତ, ସୁବଳୟା ସମିତି ସଭ୍ୟ ଲିଲି ମେହେର,ପିତାମହୁଳ ସମିତି ସଭ୍ୟ ସଇଁନ୍ଦୁ ସାହୁ, କ୍ରିୟାନୁଷ୍ଠାନ କମିଟି ସଭାପତି ସଦାନନ୍ଦ ମହାନନ୍ଦ, ହରିହର ସାହୁ, ପୂର୍ବତନ ସମବାୟ ସମିତି ସଭାପତି ଲଲିତ ପାତ୍ର,ଅଶୋକ ଦାଶ, ମଧୁସୂଦନ ପଣ୍ଡା,ହୁର୍ଷିକେଶ ମେହେର, ସପନ ପଧାନ, ସୁବଳୟା ସାମ୍ବାଦିକ ସଂଘର ସଭାପତି ରାଜେଶ ସେଠି, ସୁଦାମ ମେହେରଙ୍କ ସହ ଅଞ୍ଚଳର ଶତାଧିକ ମହିଳା ପୁରୁଷ ଓ ସ୍ଥାନୀୟ ବଜରଙ୍ଗ ଦଳ କର୍ମୀମାନେ ସାମିଲ ହୋଇଥିଲେ।