ଅର୍ଥ ସାଜିଥିଲା ବାହାଘର ବାଧକ, ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ଜେନାଙ୍କ ବଦାନ୍ୟତା

ସାନଖେମୁଣ୍ଡି : ୨୯/୦୬(ସୁନିଲ କୁମାର ବେହେରା):ସାନଖେମୁଣ୍ଡି ବ୍ଲକ୍ ବୁଦ୍ଧେଶ୍ୱର୍ ମନ୍ଦିର ସାହିରେ ରହୁଥିବା ଅନାଥ ଝିଅ କୁମାରୀ ରେଡ୍ଡୀ ଙ୍କ ବାହାଘର ପ୍ରସ୍ତାବ ଆସୁଥିଲେ ସୁଦ୍ଧା ଅର୍ଥ ପାଇଁ ବାହାଘର ବାଧକ ସାଜିଥିଲା। ଏଭଳି ଖବର ପାଇ ମାନ୍ୟବର ସାନଖେମୁଣ୍ଡି ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ଜେନା ୧.୬ ଭରି ସୁନା ଅଳଙ୍କାର ସହ ନଗଦ ୫୦୦୦୦ ହଜାର ଟଙ୍କା ପ୍ରଦାନ କଲେ। ଏଭଳି ଘଟଣା ପାଇଁ ସାରା ଅଞ୍ଚଳରେ ମାନ୍ୟବର ବିଧାୟକ ଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି।