ଚିଲିକା-୧୯/୬(ବିନୁ ଦାସ୍):-ଗତକାଲି ବିଳମ୍ବିତ ରାତ୍ରରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଧିନସ୍ଥ ଚଣ୍ଡେଶ୍ୱର ଛକ ନିକଟରେ ଥିବା ମୁଣ୍ଡାଳ-ରାଧାମୋହନପୁର ଗ୍ରାମ୍ୟ ରାସ୍ତାରେ ଜଣେ ଯୁବ ଠିକାଦାର ଙ୍କୁ ଗୁଳିମାଡକରି ହତ୍ୟା କରାଯାଇଛି । ମୃତ ଠିକାଦାର ଜଣକ ହେଉଛନ୍ତି ଟାଙ୍ଗୀ ଥାନା ନିକଟସ୍ଥ ରାଧାମୋହନପୁର ଗ୍ରାମର ରମେଶ ରାଉତ । ଏହି ଘଟଣାରେ ଟାଙ୍ଗୀ ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।ସୂଚନା ଥାଉକି ଏକ ବାଇକ୍ ଯୋଗେ ମୁଣ୍ଡାଳ ଗ୍ରାମର ଟୁଟୁ ବାରିକ ଓ ଗଞ୍ଜାମ ଜିଲ୍ଲାର ମନୋଜ ପ୍ରଧାନ ଏବଂ ରାଧା ମୋହନ ପୁର ଗ୍ରାମର ଯୁବ ଠିକାଦାର ରମେଶ ରାଉତ ଏବଂ ଅନ୍ୟଜଣେ ବ୍ୟକ୍ତି ଚଣ୍ଡେଶ୍ୱର ଛକ ରୁ ନିଜ ଘରକୁ ଫେରୁଥିବା ବେଳେ ସେହି ରାସ୍ତାରେ ଥିବା କେଳୁ ବେହେରାଙ୍କ ଦୋକାନ ପାଖେ ମୁଣ୍ଡାଳ ଗ୍ରାମର ବୁନା ବାରିକ ବସିଥିଲେ।ଏହି ସମୟରେ ହଠାତ୍ ଆଉ ୨ ଜଣ ଯୁବକଙ୍କର ସହିତ ରମେଶ ଏବଂ ଦିଲ୍ଲୀପ କୁମାର ସୁରଜିତ ଓରଫ ଟୁଟୁ ଏହି ଦୁଇ ସାଙ୍ଗ ଆଉ ଏକ ବାଇକ୍ ଯୋଗେ ଆସି ସେମାନଙ୍କ ନିକଟରେ ପହଞ୍ଚି ବାଟ ଓଗାଳି ଥିଲେ , ଆଉ ସେହି ୨ ଜଣ ଦୃବୁର୍ତ୍ତ ଙ୍କ ମଧ୍ୟରୁ ଜଣେ ଦୃବୁର୍ତ୍ତ ଏକ ରିଭର୍ବଲ୍ ବନ୍ଧୁକ ଯୋଗେ ଯୁବ ଠିକାଦାରଙ୍କ ଙ୍କ ଉପରକୁ ୩ ରାଉଣ୍ଡ୍ ଗୁଳି ମାଡ କରିଥିଲେ । ଗୁଳିମାଡ ପରେ ଦୃବୁର୍ତ୍ତ ମାନେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ଚିକିତ୍ସା ପାଇଁ ଗୁଳିମାଡ ହୋଇଥିବା ଯୁବ ଠିକାଦାର ରମେଶ ରାଉତ ଙ୍କୁ ଟାଙ୍ଗୀ ମେଡିକାଲ ରେ ଭର୍ତ୍ତି କରାଯାଇଥିଲା , ହେଲେ ଡାକ୍ତର ବାବୁ ମୃତ ଘୋଷଣା କରିଥିଲେ । ଖବର ପାଇ ଟାଙ୍ଗୀ ଥାନା ନିରୀକ୍ଷକ ଦୀଗବିଜୟ ବିଶ୍ୱାଳ ଙ୍କ ନେତୃତ୍ବରେ ୩ ଟି ଟିମ୍ ଗଠନ କରାଯାଇ ତନାଘନା ଆରମ୍ଭ ହୋଇଥିଲା ।
କି’ଏ ଓ କାହିଁକି ଏପରି ଗୁଳିମାଡ କଲା , କ’ଣ ରହିଛି ହତ୍ୟାକାଣ୍ଡର ରହସ୍ୟ । ବିଭିନ୍ନ ଦିଗକୁ ନେଇ ପୋଲିସ ପକ୍ଷରୁ ତଦନ୍ତ କରୁଛି । ସାଇଣ୍ଟଫିକ୍ ଟିମ୍ ପକ୍ଷରୁ ତଦନ୍ତ କରାଯାଉଛି । ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଫେରାର ଅଭିଯୁକ୍ତ ମାନଙ୍କୁ ଖୁବଶୀଘ୍ର ଧରାଯିବ ବୋଲି ବାଲୁଗାଁ ଏସ୍ଡିପିଓ ଶ୍ରୁଭ୍ରାଂଶୁ ଶେଖର ମିଶ୍ର କହିଛନ୍ତି କି ତଦନ୍ତ ଚାଲିଛି ଖୁବଶୀଘ୍ର ଅନ୍ୟ ଅଭିଯୁକ୍ତ ମାନଙ୍କୁ ଧରାଯିବ। ଅପରପକ୍ଷ ରେ ମୃତକ ରମେଶ ଙ୍କ ସ୍ତ୍ରୀ ଅନୁପମା ରାଉତ ଲିଖିତ ଅଭିଯୋଗ ରେ ଦର୍ଶାଇଛନ୍ତି କି ତାଙ୍କ ସ୍ୱାମୀ ଙ୍କୁ କିଛି ଟୁଟୁ ବାରିକ,ଗଞ୍ଜାମ ଜିଲ୍ଲାର ମନୋଜ ପ୍ରଧାନ ଏବଂ ଅନ୍ୟ ଜଣେ ସାଙ୍ଗ ତାଙ୍କ ସ୍ୱାମୀ ଙ୍କୁ ତାସ ଖେଳରୁ ଡାକିନେଇ ଚଣ୍ଡେଶ୍ୱର ନିକଟରେ ଥିବା ହୋଟେଲ ୱେ ଫେୟାର ଢ଼ାବା ରେ ଖାଇବା ପିଇବା ସାରି ଚଣ୍ଡେଶ୍ୱର ଆସୁଥିବା ବେଳେ ତାଙ୍କ ସ୍ୱାମୀ ଙ୍କୁ ଟୁଟୁ ବାରିକ ,ମନୋଜ ପ୍ରଧାନ ଏବଂ ଅନ୍ୟଜଣେ ସାଙ୍ଗ ମିଶି ମୁଣ୍ଡାଳ ରାସ୍ତା ରେ ଥିବା କେଳୁ ବେହେରାଙ୍କ ମଦ ଦୋକାନ ନିକଟରେ ମାରିଦେଇଛନ୍ତି ତୁରନ୍ତ ଦୋଷୀ ମାନଙ୍କୁ ଧରି କଡା କାର୍ଯନୁଷ୍ଠାନ ନେବାକୁ କହିଛନ୍ତି।
ବର୍ତ୍ତମାନ ସୁଦ୍ଧା ପୁଲିସ ର ହାତ ଖାଲି ଗୁଳି କରିଥିବା ଅଭିଯୁକ୍ତ କିଏ ଏ ଯାଏଁ ପୁଲିସ ସୂଚନା ଦେଇ ପାରିନି। ଦୁଇ ଅଭିଯୁକ୍ତ ଫେରାର କି ଅଧିକ ଅଭିଯୁକ୍ତ ଅଛନ୍ତି ତାହା ଏଯାଏଁ ସଠିକ ତଥ୍ୟ ମିଳିବା ସମ୍ଭବ ହେଉନାହିଁ।ଘଟଣା ସ୍ଥଳରୁ ବନ୍ଧୁକ ନମିଳିବା ଏବଂ ଗୁଳି ହୋଇଥିବା ତିନି ରାଉଣ୍ଡ ର ଖୋକା ମଧ୍ୟ ମିଳିନାହିଁ।ଏହି କ୍ରାଇମ ରେ କେଉଁ କେଉଁ ମାନେ ସାମିଲ ତାଙ୍କ ନାଁ ପ୍ରକାଶ କଲେ ତଦନ୍ତରେ ବାଧା ସୃଷ୍ଟି ହେବ ବୋଲି ପୁଲିସ ଅଧିକାରୀ କହିଛନ୍ତି।