ଜୟପାଟଣା/ମୂଖିଗୁଡ଼ା ( ଅରୁଣ କୁମାର ସାହୁ):- କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ଧନ ସୁଲି ଗ୍ରାମ ପଞ୍ଚାୟତ ଅଧିନସ୍ଥ ଚାନ୍ଦ ପୁର ଗ୍ରାମ ରେ ଥିବା ପାହାଡ ଘେରା ଜଙ୍ଗଲ ରାସ୍ତା ର କିଛି ଦୂର ରେ ଥିବା ପ୍ରାକୃତିକ ସୌଦର୍ଯ୍ୟ ଭରା ଜଳ ପ୍ରପାତ,” ପାଣି ଛିଡା” ରହିଅଛି। ହେଲେ ଏହି ସ୍ଥାନ ବିକାଶ ଓ ପର୍ଯ୍ୟଟନ ମାନଙ୍କ ଆକର୍ଷଣ କୁ ଦୃଷ୍ଟି ଗୋଚର କୁ ଆଣିବା ପାଇଁ ନେତାଜୀ କ୍ଳବ୍ ଧନସୁଲି ସଦସ୍ୟ ମାନଙ୍କ ପ୍ରଚେଷ୍ଟା ରେ ଅଞ୍ଚଳ ର ସଚେତନ ଜନତା ଅଞ୍ଚଳ ର ବିଶିଷ୍ଟ ସାମ୍ୱାଦିକ ଓ ପଞ୍ଚାୟତ ର ନିର୍ବାଚନ ଜନ ପ୍ରତିନିଧି ମାନଙ୍କ ସହିତ ଆଲୋଚନା କରି ଏଥି ପ୍ରତି ଗମନାଗମନ ର ସୁବିଧା ପାଇଁ ଭଲ ରାସ୍ତା ଟେ କିପରି କରାଯିବ ଏବଂ ସୌଦର୍ଯ୍ୟକରଣ, ଉନ୍ନତିକରଣ ହୋଇପାରିବ ତାହା ପ୍ରଶାସନ, ଶାସନ କୁ ଦୃଷ୍ଟି ଗୋଚର ନିମନ୍ତେ ପ୍ରୟାସ କରାଯାଇଥିଲା।