ପାଣି ପାଇଁ ଡହଳ ବିକଳ କୁଲୁସିଂ ଗ୍ରାମବାସୀ ; ଉଚ୍ଚ କତୃପକ୍ଷଙ୍କୁ ଗୁହାରି କଲେ ବି ଶୁଣିବାକୁ ନାରାଜ ଅଧିକାରୀ ।

ଗୁଣପୁର: (ସିଦ୍ଧାର୍ଥ ଦାଶ) :- ଦୁର୍ଗମ ମାଳାଭୂମିରେ ଜଳ ଯନ୍ତ୍ରଣା | ଗୋଟେ ପଟେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଓ ଅନ୍ୟପକ୍ଷରେ ଲୋକଙ୍କୁ ପାନୀୟ ଜଳ ଟୋପେ ସୁବିଧାରେ ମିଳି ନ ପାରିବା ଆଜିର ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ୍ ଅନ୍ତର୍ଗତ କୁଲୁସିଂ ପଞ୍ଚାୟତ ର ଗାଇଲୁଙ୍ଗ, ଆବସିଂ, ବସିଡା ଓ ତଡ଼ରଙ୍ଗ ପ୍ରଭୃତି ଗ୍ରାମରେ ଦୀର୍ଘ ଦିନ ଧରି ପାନୀୟ ଜଳର ସମସ୍ୟା ଦେଖାଯାଇଛି । ଏହି ଚାରି ଖଣ୍ଡ ଗ୍ରାମରେ ପ୍ରାୟ ଏକ ହଜାର ପାଖାପାଖୁ ଲୋକ ବସବାସ କରୁଥିବା ବେଳେ ଅସହ୍ୟ ଗ୍ରୀଷ୍ମ ପ୍ରବାହରେ ଜଳ ଯାତନା ଆହୁରି ଜନଜୀବ କୁ ପ୍ରଭାବିତ କରିଛି ।

https://biplabnews.com/wp-content/uploads/2023/06/01-2.mp4

ବାରମ୍ବାର ସମସ୍ୟା ସମ୍ପର୍କରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଓ ପ୍ରଶାସନକୁ ଅବଗତ କରାଇଥିଲେ ମଧ୍ୟ ଏଯାଏଁ ସମସ୍ୟା ର ସମାଧାନ ହୋଇ ପାରିନାହିଁ । ଫଳରେ ଗ୍ରାମଠାରୁ ଦୁଇ କିଲୋମିଟର ଦୂରରେ ଥିବା ପାହାଡ଼ି ଝରଣା , କିମ୍ବା ବିଲରେ ଜମି ରହିଥିବା ଅପରିଷ୍କାର ପାଣି ବ୍ୟବହାର କରି ରୋଗର ଶିକାର ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଆଜି ବାଧ୍ୟ ହୋଇ ଏହି ଚାରି ଖଣ୍ଡ ଗ୍ରାମର ଲୋକେ ହାଣ୍ଡି ବାଲଟି,ଗରା ଧରି ଗୁଣୁପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତୁରନ୍ତ ଜଳ ଯୋଗାଣ ବ୍ୟବସ୍ଥା ଗ୍ରହଣ କରାନଗଲେ ସରକାର ବିରୋଧୀ ଆନ୍ଦୋଳନ ଆରମ୍ଭ କରିବୁ ବୋଲି ଚେତାବନୀ ଦେଇଛନ୍ତି । ତେବେ ଏଭଳି ପ୍ରତିବାଦ ପରେ ବିଭାଗୀୟ ଅଧିକାରୀ ମାନେ ଉକ୍ତ ଅଞ୍ଚଳକୁ ଗସ୍ତ କରିଥିବା ଜଣାପଡିଛି।

https://biplabnews.com/wp-content/uploads/2023/06/02-1.mp4