ଢେଙ୍କାନାଳ,୦୧/୦୬(ଶୁଭମ ପାଣି) – ଢେଙ୍କାନାଳର ତରଭା (କଳାପାଣି) ନିକଟସ୍ଥ ପ୍ରକୃତି ଇକୋ ଫାର୍ମରୁ ଆଜି 9.8 ମେଟ୍ରିକ ଟନ ଆମ୍ର ପଲ୍ଲୀ ଆମ୍ବ ଦୁବାଇକୁ ରପ୍ତାନି କରାଯାଇ ଆମ୍ବ ରପ୍ତାନୀର ଶୁଭ।ରମ୍ଭ ହୋଇଛି । ଆଜି ଅପରାହ୍ନରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଆମ୍ବ ରପ୍ତାନୀ କଣ୍ଟେନରକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଆଗାମୀ ଦିନରେ ଜିଲ୍ଲାରୁ ଯେପରି ଅଧ୍ଵକରୁ ଅଧିକ ପରିମାଣର ବିଭିନ୍ନ କିସମର ଆମ୍ବ ଏବଂ ଅନ୍ୟାନ୍ୟ ଫଳ ଉତ୍ପାଦ ବିଦେଶକୁ ରପ୍ତାନି ହୋଇପାରିବ ସେଥୁପତି ପ୍ରଶାସନ ପକ୍ଷରୁ ବିହିତ ବ୍ୟବସ୍ଥା କରାଯାଇ ପୂର୍ଣ୍ଣ ସହଯୋଗ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଏହା ଦ୍ବାରା ଚାଷୀମାନେ ଉପକୃତ ହେବା ସହିତ ଅଧ୍ଵ ଲାଭବାନ ହୋଇପାରିବେ ଏବଂ କର୍ମ ନିଯୁକ୍ତି ମିଳିବ ବୋଲି ସେ ମତବ୍ୟକ୍ତ କରିଛନ୍ତି । ଅର୍ଗାନିକ ଉପାୟରେ ଏହି ଆମ୍ବ ଚାଷ ହେଉଥିବାରୁ ଏହାର ଅଧିକ ଚାହିଦା ରହିଛି ବୋଲି ସେ ପ୍ରକାଶ କରିଛନ୍ତି ।
ଭାରତ ସରକାରଙ୍କ ଆପେଡା (agriculture & processed food product export development authority) ସହଯୋଗରେ ପାଫ୍ ଗ୍ଲୋବାଲ ଏଜେନ୍ସି ମାଧ୍ୟମରେ ଏହି ଆମ୍ବ ରପ୍ତାନୀ କରାଯାଉଛି । ଜିଲ୍ଲାରେ ପ୍ରାୟ ୧୦ ହଜାର ହେକ୍ଟର ଜମିରେ ୨୦୦ ରୁ ଅଧୂକ ଚାଷୀ ବିଭିନ୍ନ କିସମର ଆମ୍ବ ଚାଷ କରି ୫୦ ହଜାର ମେଟ୍ରିକ ଟନ ଆମ୍ବ ଉତ୍ପାଦନ କରୁଛନ୍ତି । ପ୍ରକୃତି ଇକୋ ଫାର୍ମରୁ ପ୍ରଥମ କରି ଦୁବାଇକୁ ଆମ୍ବ ରପ୍ତାନୀର ଶୁଭାରମ୍ଭ ହେଉଥିବାରୁ ଫାର୍ମର ସିଇଓ ଶ୍ରୀ ସୁବ୍ରତ ଦାଶ ପ୍ରଶାସନକୁ ଧନ୍ୟବାଦ ଦେବା ସହିତ ନିଜର ଖୁସି ବ୍ୟକ୍ତ କରିଛନ୍ତି । ପାଫ୍ ଗ୍ଲୋବାଲ ଏଜେନ୍ସିର ମ୍ୟାନେଜିଙ୍ଗ ଡ଼ିରେକ୍ଟର ଶ୍ରୀ ସୁବ୍ରତ ଘୋଷଙ୍କ ତତ୍ତ୍ଵାବଧାନରେ ଏହି ଆମ୍ବ, ରପ୍ତାନୀ ହେଉଥିବା ଜଣାଯାଇଛି । ଉଦ୍ୟାନ କୃଷିର ଉପ ନିର୍ଦ୍ଦେଶକ ଶ୍ରୀମତୀ ଗୀତାଶ୍ରୀ ପାଢୀ, ଆଗାମୀ ଦିନରେ ଢେଙ୍କାନାଳ ଜିଲ୍ଲାରେ ଅଧ୍ବକରୁ ଅଧୂକ ବିଭିନ୍ନ କିସମର ଆତ୍ମ ସହିତ ବିଭିନ୍ନ ଫଳ ମଧ୍ୟ ବିଦେଶକୁ ରପ୍ତାନୀ ପାଇଁ ବ୍ୟବସ୍ଥା କରାଯିବ ଏବଂ ସେଥ୍ପାଇଁ ଆବଶ୍ୟକ ପ୍ରଶିକ୍ଷଣ ମଧ୍ୟ ଦିଆଯିବ ବୋଲି ପ୍ରକାଶ କରିଛନ୍ତି ।