ପ୍ରଧାନମନ୍ତ୍ରୀ ରୋଜଗାର ସୃଜନ ଯୋଜନା

ଢେଙ୍କାନାଳ, ତା ୨୦/୫(ଶୁଭମ ପାଣି)- ପ୍ରଧାନମନ୍ତ୍ରୀ ରୋଜଗାର ସୃଜନ ଯୋଜନା ରେ ଆଜି ଏକ କମ୍ପ୍ୟୁଟର ଆସେମ୍ବଲଡ ୟୁନିଟ୍ ସ୍ଥାନୀୟ ମୀନାବଜାର, ଗାନ୍ଧି ମନ୍ଦିର ରୋଡ୍ ଠାରେ ଉଦଘାଟିତ ହୋଇଯାଇଛି। ଭି ଭି କମ୍ପ୍ୟୁଟର ନାମରେ ଉକ୍ତ ପ୍ରତିଷ୍ଠାନ ଟିକୁ ଶିଳ୍ପପତି, ପୂର୍ବତନ ସରପଂଚ ତଥା ଆର୍ ସି ଏମ୍ ଏସ୍ ଅଧ୍ୟକ୍ଷ ଚିତରଂଜନ ମହାନ୍ତି ମୁଖ୍ୟଅତିଥି ଭାବରେ ଯୋଗଦେଇ ଉଦଘାଟନ କରିଥିଲେ ଏବଂ ସଂସ୍କାର ଉତରୋତର କାମନା କରିଥିଲେ। ସମ୍ମାନନୀୟ ଅତିଥି ଭାବରେ ମନୋଜ କୁମାର ସାହୁ ଶାଖା ପରିଚାଳକ, ପଂଜାବ ନ୍ୟାସ୍‌ନାଲ ବ୍ୟାଙ୍କ, ଦକ୍ଷିଣକାଳୀ ରୋଡ୍ ଢେଙ୍କାନାଳ ଶାଖା ଯୋଗ ଦେଇ ଆର୍ଥିକ ଭାବରେ ସୁପରିଚାଳନା କରା ଯାଇ କିପରି ସଂସ୍ଥା କୁ ଆଗକୁ ଉନ୍ନତ କରାଯାଇ ପାରିବ, ଏହା ଉପରେ ଦିଗ୍‌ଦର୍ଶନ ଦେଇଥିଲେ। ଏହା ସହିତ ଆଧୁନିକ ଯୁଗରେ ପ୍ରତ୍ୟେକ କ୍ଷେତ୍ରରେ କମ୍ପ୍ୟୁଟର ର ଉପଯୋଗିତା ଓ ଆବଶ୍ୟକତା ଉପରେ ଆଲୋକ ପାତ କରିଥିଲେ । ତେଣୁ ପ୍ରଚଳିତ ଶିକ୍ଷା ପ୍ରଣାଳୀ ସହିତ ନିଜକୁ ସାମିଲ କରିବାପାଇଁ ନିଜ ପାଖରେ କମ୍ପ୍ୟୁଟର ଟିଏ ରଖିବା ଅପରିହାର୍ଯ୍ୟ ହୋଇପଡିଛି ବୋଲି ବୁଝାଇଥିଲେ। ଖୁବ୍ କମ ଖର୍ଚ୍ଚ ରେ ପ୍ରତ୍ୟେକ ଛାତ୍ରଛାତ୍ରୀ କିପରି କମ୍ପ୍ୟୁଟର ଟିଏ ନିକଟରେ ପାଇପାରିବେ ଏହା ଉପରେ ପ୍ରାଥମିକତା ଦିଆଯିବ ବୋଲି ସଂସ୍ଥାର ସ୍ଵତ୍ତ୍ଵାଧିକାରୀ ସୟଦ ଅଶ୍ୱାକ୍ ଅଲି ପ୍ରତିଶ୍ରୁତି ଦେଇଥିଲେ।