ଢେଙ୍କାନାଳ,୧୧/୦୪(ଶୁଭମ ପାଣି) : ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟର ସଦଭାବନା ସଭାଗୃହରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ରାଜପଥରେ ସର୍ବାଧୂକ ଦୁର୍ଘଟଣା ଜନିତ ମୃତ୍ୟୁ ହେଉଥିବାରୁ ଲୋକଙ୍କ ଜୀବନ ରକ୍ଷା ନିମନ୍ତେ ନିର୍ମାଣଧୀନ ରାସ୍ତାରେ ଆସନ୍ତା ୧୮ ତାରିଖ ସୁଦ୍ଧା ସମସ୍ତ ବିପଦ ସଙ୍କୁଳ, ଦୁର୍ଘଟଣା ପ୍ରବଣ ସ୍ଥାନ ଆଦିରେ ସୁଦୃଶ୍ୟ ସାଇନେଜ ଲଗାଇବା, ଜଗୁଆଳ ମୁତୟନର ବ୍ୟବସ୍ଥା କରିବା ଏବଂ ନିର୍ମାଣ ଧୀନ ଜାତୀୟ ରାଜପଥରେ ଥିବା ସମସ୍ତ ଖାଲ ଖମାକୁ ମରାମତି କରିବାକୁ ଜିଲ୍ଲାପାଳ ଜାତୀୟ ରାଜପଥ ପ୍ରାଧୂରଣର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେବା ସହିତ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରିବାକୁ କହିଛନ୍ତି । ସହର ମଧ୍ୟରେ ବସ୍ ଓ ଅନ୍ୟାନ୍ୟ ଯାନ ଗୁଡିକର ଦୃତ ଚଳାଚଳ ଉପରେ କଡା ନଜର ରଖିବାକୁ ଜିଲ୍ଲାପାଳ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ କହିଛନ୍ତି । ଏଥ୍ ନିମନ୍ତେ ବସ୍ ମାଲିକମାନେ ଯବାନ ହେବାକୁ ସେ ପରାମର୍ଶ ଦେଇଛନ୍ତି । ଆଞ୍ଚଳିକ ପରିବହନ ଅଧ୍ୟାକାରୀ ଶ୍ରୀ ପ୍ରଣୟ କୁମାର ମିଶ୍ର ବୈଠକରେ ଯାନବାହାନ ଯାଞ୍ଚ ପ୍ରକ୍ରିୟା ଓ ଗ୍ରହଣ କରାଯାଇଥିବା ବିହିତ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଅବଗତ କରାଇଥିଲେ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର ( ରାଜସ୍ବ ), ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା, ଅଶୋକ କୁମାର ଦାଶ, ସଦର ଉପଜିଲ୍ଲାପାଳ ସୁଶ୍ରୀ ସ୍ନିଗ୍ଧା ରାଣୀ ଧଳ, ହିନ୍ଦୋଳ ଉପଜିଲ୍ଲାପାଳ ଶ୍ରୀ ଶିବାନନ୍ଦ ସ୍ୱାଇଁ, କାମାକ୍ଷାନଗର ଉପଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ସାହୁ, ସମସ୍ତ ତହସିଲଦାର ଏବଂ ବିଭାଗୀୟ ଅଧିକାରୀ ମାନେ ଯୋଗଦେଇ ଆଲୋଚନା କରିଥିଲେ ।