ଜୟପାଟଣା -: ( ରାଜୁ ପାହାଡ) କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ରେ ବ୍ୟାପକ ଦୁର୍ନୀତି ଏତେ ମାତ୍ରାରେ ବଢୁଛି ଯେ ତାହା ବ୍ଳକ ପ୍ରଶାସନ ରୋକ୍ ଲଗାଇ ପାରୁ ନାହାଁନ୍ତି ବାରମ୍ବାର ଖବର ପ୍ରସାରଣ ପରେ ଚେତୁନି ଜୟପାଟଣା ବ୍ଲକ ପ୍ରଶାସନ। ବିକାଶ ର ସ୍ଲୋଗାନ ଓ ଦୁର୍ନୀତି ମୂଳ ଉତ୍ପାଦନ ର ଡିମ୍ ଡିମ୍ ପିଟୁଥିବା ପ୍ରଶାସନ ଠାରୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ଯେତେବେଳେ ଦୁର୍ନୀତି ର ଅଭିଯୋଗ ଆସେ ଏଠି ସମସ୍ତେ ସାଜନ୍ତି ନିରବ ଦଷ୍ଟା ପ୍ରଭାବଶାଳୀ ଶାସକ ଦଳ ଲୋକ ମାନେ ପ୍ରଶାସନ ର ଆଖିରେ ଆଙ୍ଗୁଠି ଗେଞ୍ଜ ଦିନ ଦ୍ବିପହରରେ କରନ୍ତି ସରକାରୀ ଟଙ୍କା କୁ ହରିଲୁଟ । ଏମିତି କିଛି ଅଭିଯୋଗ ଆସିଛି ଜୟପାଟଣା ବ୍ଲକ ରୁ ଆମେ କହୁଛୁ ଜୟପାଟଣା ବ୍ଲକ ବଡକର୍ଲାକୋଟ ଗ୍ରାମ ପଞ୍ଚାୟତ ର କଥା। ଯେଉଁଠି ଚାଲିଛି ବେଧଡକ ଦୁର୍ନୀତି। ଖବର ରୁ ଜଣାଯାଏ ବଡକର୍ଲାକୋଟ ପଞ୍ଚାୟତ ଚଳିତ ବର୍ଷ ଲାଖବାହାଲି ଠାରୁ ଟିକରା ପଡା ଓ ଟିକରା ପଡା ଠାରୁ ଲାଖବାହାଲି ରାସ୍ତା ମୁରୁମ ମେଟାଲ ରାସ୍ତା ଉନ୍ନତିକରଣ ପାଇଁ ମନରେଗା ଯୋଜନା ମାଧ୍ୟମରେ ଆସିଥିବା ନଅ ଲକ୍ଷ ଟଙ୍କା ସରକାରୀ ଅନୁଦାନ କୁ ସରକାରୀ କଳବଳ କୌଶଳ ଲଗାଇ ଶ୍ରମିକ କାମ କରିବା ବଦଳରେ ଅଳ୍ପ ତିନି ରୁ ଚାରି ଘଣ୍ଟା ଜେସିବି ମେସିନ ରେ କାମକରି ସରକାରୀ ଟଙ୍କା କୁ ହଡ଼ପ କରିବା ପାଇଁ ଉଦ୍ୟମ ଜାରୀ ରଖିଛନ୍ତି ବଡକର୍ଲାକୋଟ ପଞ୍ଚାୟତ ସରପଞ୍ଚ। ଏଠି ବିକାଶ ହେଉ ଆମେ ବିରୋଧ କରୁନୁ, ଲୋକଙ୍କ ସୁବିଧା ପାଇଁ ସରକାରୀ ନିତିନିୟମକୁ ଆଡେଇ ଦେଇ ଜେସିବି ମେସିନ ସହାୟତା ରେ ଉନ୍ନତି କରଣ କାମ ବି ହେଉ ହେଲେ ନିମ୍ନ ମାନର କାମ କରି ସରକାରଙ୍କ ସମସ୍ତ ଟଙ୍କା ଆତ୍ମସାତ ନହେଉ । ଗାଁ ଲୋକଙ୍କ କହିବା କଥା ଯିଏ ଦୁର୍ନୀତି ବିରୋଧ କଲା ଏଠି କିଛି ମୁଷ୍ଟିମେୟ ଲୋକଙ୍କ ଆକ୍ରୋଶର ଶିକାର ହୁଅନ୍ତି, ଆଶ୍ଚର୍ଯ୍ୟର କଥା ଯନ୍ତ୍ରୀ ମାନେ ମଧ୍ୟ ଅଭିଯୋଗ କୁ କର୍ଣ୍ଣପାତ କରନ୍ତି ନାହିଁ, ଯାହାକି ଦୁର୍ନୀତି କୁ କେହି ମୁହଁ ନ ଖୋଲି ମୁଣ୍ଡ ପାତି ସହି ଯାଆନ୍ତି। ସବୁ ଠାରୁ ବଡ଼ କଥା ହେଲା ଏହି ସବୁ ଦୁର୍ନୀତି ର ଅଭିଯୋଗ କୁ ନେଇ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ଓ ଅଧ୍ୟକ୍ଷ ଙ୍କୁ ଯୋଗାଯୋଗ କରିଥିଲେ ସୁଦ୍ଧା ସମସ୍ତେ ନିରବ ରହୁଛନ୍ତି।ବୋଧ ହୁଏ ଏହାହିଁ ବିକାଶ ର ବାସ୍ତବ ଚିତ୍ର । ଏଠି ବ୍ଲକ ପ୍ରଶାସନ ର ପାରିବା ପଣିଆ ବି ସନ୍ଦେହ ଘେରରେ । ସମସ୍ତଙ୍କ ମିଳିତ ରେ ସରକାରୀ ଅର୍ଥ ହରିଲୁଟ ହେବା ସହ ଆଖିବୁଜା ଦୁର୍ନୀତି ହେଉଛି ହେଲେ ବିକାଶ ର କଥା କହୁଥିବା ବ୍ଲକ ମୁଖିଆ ଓ ରାଜନେତା ମାନେ ଏହି ଦୁର୍ନୀତି କୁ ଦେଖି ପାରୁଛନ୍ତି ନା ଶାସକ ଦଳ ଚେପା ରେ ଚେପା ହେଇ ଯାଉଛନ୍ତି । ବଡକର୍ଲାକୋଟ ପଞ୍ଚାୟତ ର ସମସ୍ତ ମନରେଗା କାର୍ଯ୍ୟ ଉପରେ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ସାଧାରଣ ରେ ଦାବି ହେଉଛି।