ବାଲେଶ୍ୱର :(ପ୍ରତିଭା ଦାସ )ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅଡା ପଞ୍ଚାୟତ ଛତ୍ରପୁର ଗ୍ରାମରେ ସ୍ତ୍ରୀକୁ ବାଡ଼ିରେ ପିଟି ପିଟି ହତ୍ୟା କଲା ସ୍ୱାମୀ। ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟାରେ କୁନି ସିଂ ଓ ସ୍ବାମୀ ବୀର ସିଂ ନିକଟ କଳାଶୁଣି ଛକରେ ଥିବା ମଦ ଦୋକାନକୁ ମଦ ପିଇବା ପାଇଁ ଯାଇଥିଲେ । ଅତ୍ଯଧିକ ମଦ୍ୟପାନ ପରେ ଉଭୟଙ୍କ ମଧ୍ୟରେ ମାଡପିଟ ଓ ଝଗଡା ହୋଇଥିଲା। ଯାହା ଫଳରେ ସ୍ୱାମୀ ବୀର ସ୍ତ୍ରୀକୁ ବାଡ଼ି ଓ ଛତା ବେଣ୍ଟରେ ପିଟି ହତ୍ୟା କରି ଘୋଷାରି ଘୋଷାରି ବିଲ ମଝିରେ ଫିଙ୍ଗି ପଳାଇଯାଇଥିଲା। ଆଜି ସକାଳେ ବିଲ ମଝିରେ କୁନି ସିଂ ମୃତ ଦେହ ପଡିଥିବାର ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ। ଖବରଶୁଣି ଘଟଣା ସ୍ଥଳରେ ଦେଖଣାହାରୀଙ୍କ ଭିଡ ଜମିଥିଲା । ଖବର ପାଇ ସିମୁଲିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ସ୍ୱାମୀ ବୀର କୁ ଅଟକ ରଖିଛନ୍ତି। ଘଟଣା ସ୍ଥଳରେ ମୃତ ଦେହ ପଡିଥିବା ବେଳେ ବାଲେଶ୍ଵର ସାଇଣ୍ଟିଫିକ ଟିମ ତଦନ୍ତ କରିବା ନେଇ ସୂଚନା ମିଳିଛି।