କଳାହାଣ୍ଡି ( ଅରୁଣ କୁମାର ସାହୁ):- କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକର ବିଭିନ୍ନ ଗ୍ରାମକୁ ମଙ୍ଗଳବାର ଦିନ ଦକ୍ଷିଣ ସୌଣ୍ଡିକ ସମାଜ ଦ୍ବାରା ପରିକ୍ରମା କରୁଥିବା ଠାକୁରାଣୀଙ୍କ ରଥର ଭବ୍ୟ ସ୍ଵାଗତ କରାଯାଇଥିଲା । ଆସନ୍ତା ଏପ୍ରିଲ ମାସ ୭ତାରିଖରୁ ୯ତାରିଖ ମଧ୍ୟରେ କୋକସରା ଅଧିନସ୍ଥ ଲଡୁଗାଁ ଠାରେ ଆୟୋଜିତ ହେବ ଦକ୍ଷିଣ ଶୈଣ୍ଢିକ ସମାଜର ସମାବେଶ । କଳାହାଣ୍ଡି ଜିଲ୍ଲାର ୧୩ଗୋଟି ବ୍ଲକର ଏବଂ ଟିଟିଲାଗଡ ଅଞ୍ଚଳରେ ବସବାସ କରୁଥିବା ଦକ୍ଷିଣ ଶୈଣ୍ଢିକ ସମାଜର ସମସ୍ତ ପରିବାର ଏକତ୍ରିତ ହେବେ । ଏନେଇ ସମସ୍ତ ଅଞ୍ଚଳରେ ବାର୍ତ୍ତା ଦେବାପାଇଁ ୨୪ତାରିଖରୁ ଲଡୁଗାଁ ମାଁ ଠାକୁରାଣୀଙ୍କ ମନ୍ଦିରରୁ ବାହାରି
ପରିକ୍ରମା କରିବା ଆରମ୍ଭ କରାଯାଇଛି । ବିଭିନ୍ନ ଅଞ୍ଚଳ ପରିକ୍ରମା କରିବା ପରେ ରଥ ମଙ୍ଗଳବାର ଦିନ ୧୦ଘଣ୍ଟା ସମୟରେ ସର୍ବ ପ୍ରଥମେ କଲମପୁର ତାରିଣୀ ମନ୍ଦିର ନିକଟରେ ପହଞ୍ଚି ଥିଲା । କଲମପୁର ଅଞ୍ଚଳର ଦକ୍ଷିଣ ସୌଣ୍ଡିକ ସମାଜର ଶତାଧିକ ମହିଳା ଓ ପୁରୁଷ ରଥକୁ ଭବ୍ୟ ସ୍ଵାଗତ ଜଣାଇଥିଲେ । ଏହାପରେ ଆରାଧ୍ୟ ଦେବୀ ଠାକୁରାଣୀଙ୍କ ପୂଜା ଅର୍ଚ୍ଚନା କରିବାସହ କଲମପୁର ସହର ପରିକ୍ରମା କରି କଲମପୁର ସ୍ଥିତ ଦକ୍ଷିଣ ସୌଣ୍ଡିକ ସମାଜର ଆରାଧ୍ୟ ଦେବୀ ଠାକୁରାଣୀଙ୍କ ମନ୍ଦିର ନିକଟରେ ପହଞ୍ଚିଥିଲେ l ସେଠାରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା । ଏହାପରେ ଜାମପଡ଼ା, ଧନପୁର , ମଣ୍ଡଳ ଠାରେ ରଥ ପରିକ୍ରମାରେ ବାହାରିଥିଲା । କଲମପୁର ଅଞ୍ଚଳ ରଥ ପରିକ୍ରମା ସମୟରେ ବ୍ଲକ ସଭାପତି ଗଣେଶ ଚନ୍ଦ୍ର ସାହୁ , ଗୋକୁଳ ଚନ୍ଦ୍ର ସାହୁ , ପୀତବାସ ସାହୁ , ଟୁନା ସାହୁ , ରାମଚନ୍ଦ୍ର ସାହୁ , ସନ୍ତୋଷ ଚୌଧୁରି , କୈଳାସ ଚନ୍ଦ୍ର ଚୌଧୁରି , ଗୋପାଳ ଚନ୍ଦ୍ର ସାହୁ, ଗୁଣନିଧି ସାହୁ , ଇନ୍ଦ୍ରମଣି ସାହୁ , ପବିତ୍ର ସାହୁ , ସୁବ୍ରତ ସାହୁ , ଶିବରାମ ସାହୁ , ଦୀପକ ସାହୁ , ଦୁଷ୍ମନ୍ତ ସାହୁ , ବିରେନ୍ଦ୍ର ସାହୁ ପ୍ରମୁଖ ରଥ ପରିକ୍ରମା କରିବାରେ ସହଯୋଗ କରିଥିଲେ l
Home ସାଂସ୍କୃତିକ କଲମପୁର ଠାରେ ଦକ୍ଷିଣ ଶୈଣ୍ଢିକ ସମାଜ ଦ୍ବାରା ପରିକ୍ରମା କରୁଥିବା ଠାକୁରାଣୀଙ୍କ ରଥର ଭବ୍ୟ ସ୍ଵାଗତ।